ଓଡିଶା

odisha

ETV Bharat / bharat

ଦୁଇ ଦିନିଆ ଲଦାଖ ଗସ୍ତରେ ସ୍ଥଳସେନା ମୁଖ୍ୟ, ଆପାଚି ଆଟାକ ହେଲିକପ୍ଟରରେ ପରଖିଲେ ସ୍ଥିତି - ଆପାଚିରେ ଉଡିଲେ ସ୍ଥଳସେନା ମୁଖ୍ୟ

ଦୁଇ ଦିନିଆ ଲଦାଖ ଗସ୍ତରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ (Army chief in Ladakh)। ଲଢୁଆ ଆପାଚି ହେଲିକପ୍ଟରରେ ଉଡି ପରଖିଲେ ସୁରକ୍ଷା ବ୍ୟବସ୍ଥା (Army chief flies in IAFs Apache chopper ) ଗଲଓ୍ବାନ ଭ୍ୟାଲି ସଂଘର୍ଷ ପରେ ଲଦାଖରେ ମୁତୟନ ହୋଇଛି ଆପାଚି ଆଟାକ ହେଲିକପ୍ଟର । ଅଧିକ ପଢନ୍ତୁ

ଦୁଇ ଦିନିଆ ଲଦାଖ ଗସ୍ତରେ ସ୍ଥଳସେନା ମୁଖ୍ୟ, ଆପାଚି ଆଟାକ ହେଲିକପ୍ଟରରେ ଉଡି ପରଖିଲେ ସ୍ଥିତି
ଦୁଇ ଦିନିଆ ଲଦାଖ ଗସ୍ତରେ ସ୍ଥଳସେନା ମୁଖ୍ୟ, ଆପାଚି ଆଟାକ ହେଲିକପ୍ଟରରେ ଉଡି ପରଖିଲେ ସ୍ଥିତି

By

Published : Sep 11, 2022, 11:02 PM IST

ନୂଆଦିଲ୍ଲୀ:ଦୁଇ ଦିନିଆ ଲଦାଖ ଗସ୍ତରେ ଥିବା ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଆଜି ପୂର୍ବ ଲଦାଖ କ୍ଷେତ୍ରରେ (Army chief in Ladakh) କେତେକ ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କରିଛନ୍ତି । ସେ ଏହି ଅବସରରେ ଭାରତୀୟ ବାୟୁସେନାରେ ଅତ୍ୟାଧୁନିକ ଲଢୁଆ ହେଲିକପ୍ଟର ଆପାଚିରେ (Army chief flies in IAFs Apache chopper ) ଉଡିଛନ୍ତି । ଭାରତ-ଚୀନ ସେନା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ ଭାରତ ତାର ସାମରିକ ଶକ୍ତି ବଢାଇବା ଉକ୍ତ ଉତ୍ତେଜନାପୂର୍ଣ୍ଣ ସ୍ଥାନରେ ଲଢୁଆ ଆଟାକ ହେଲିକପ୍ଟର ଆପାଚି ମୁତୟନ କରିଛି । ଏହି ଅତ୍ୟାଧୁନିକ ହେଲିକପ୍ଟର ସେଠାରେ ସର୍ବିଲାନ୍ସ ଓ ଡ୍ରାଗନ ସେନାର ଗତିବିଧି ନେଇ ପ୍ରଭାବୀ ଭାବେ ନଜର ରଖିଛି ।

ଏହି ଅତ୍ୟାଧୁନିକ ଆପାଚି ହେଲିକପ୍ଟର ଆମେରିକା ଠାରୁ କ୍ରୟ କରିଥିଲା ଭାରତ। ବର୍ତ୍ତମାନ ଭାରତୀୟ ବାୟୁସେନା ଓ ସ୍ଥଳସେନାରେ 22ଟି ଆପାଚି ହେଲିକପ୍ଟର କାର୍ଯ୍ୟକ୍ଷମ ରହିଛି । ତେବେ ଲଦାଖ ପରି ଉଚ୍ଚତମ ତଥା ପ୍ରତିକୂଳ ଫରଓ୍ବାର୍ଡ ପୋଷ୍ଟରେ ଏହିପରି ଅତ୍ୟାଧୁନିକ ତଥା ଲଢୁଆ ହେଲିକପ୍ଟରର ଆବଶ୍ୟକତା ଥିବା ଯୋଗୁ ଏହା 2020 ପର ଠାରୁ ଲଦାଖ ଏୟାର ବେସରେ କାର୍ଯ୍ୟକ୍ଷମ ରହିଛି । ଗତକାଲି ଜେନେରାଲ ପାଣ୍ଡେ କିଛି ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କରି ସେଠାରେ ଜାରି ରହିଥିବା ଅଭ୍ୟାସ ପରେସନ ‘ପ୍ରଭାତ ପ୍ରହାର’କୁ ଅନୁଧ୍ୟାନ ମଧ୍ୟ କରିଥିଲେ । ପରେ ସେ ପୂର୍ବ-ଲଦାଖ କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ତଦାରଖ କରିଥିଲେ । ଆଜି ସେ ଆପାଚି ହେଲିକପ୍ଟରରେ ଉଡି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି (Army chief flies in IAFs Apache chopper ) ।

ଏହା ମଧ୍ୟ ପଢନ୍ତୁ:-Operation Parvat Prahar: ଲଦାଖରେ ସ୍ଥିତି ପରିଖିଲେ ସ୍ଥଳ ସେନାମୁଖ୍ୟ

ଗତକାଲି ଦୁଇ ଦିନିଆ ଗସ୍ତରେ ଲଦାଖ ପହଞ୍ଚିଥିଲେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ପୂର୍ବ ଲଦାଖ କ୍ଷେତ୍ରରେ ଭାରତୀୟ ସ୍ଥଳସେନା ଦ୍ବାରା ଜାରି ରହିଥିବା ସାମରିକ ଅଭ୍ୟାସ ‘ପ୍ରଭାତ ପ୍ରହାର’ ( Parvat Prahar) ରେ ସାମିଲ ହୋଇଥିଲେ । (Exercise Parvat Prahar ) ଦୁଇ ଦେଶର କମାଣ୍ଡରସ୍ତରୀୟ ଆଲୋଚନାରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ପ୍ରକୃତ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଉତ୍ତେଜନାପୂର୍ଣ୍ଣ ଗୋଗ୍ରା-ହଟ୍ର ପାଟ୍ରୋଲିଂ ପଏଣ୍ଟ-15ରୁ ଉଭୟ ଭାରତ ଏବଂ ଚୀନ ନିଜ ସୈନ୍ୟ ଅପସାରଣ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏପରି ସ୍ଥଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ଓ କୌଣସି ଅପ୍ରିତିକର ପରିସ୍ଥିତିର ପ୍ରଭାବୀ ମୁକାବିଲା କରିବା ପାଇଁ ଭାରତୀୟ ସ୍ଥଳ ସେନା ସାମରିକ ଅଭ୍ୟାସ ପ୍ରଭାତ ପ୍ରହାର ଆରମ୍ଭ କରିଛି ।

ABOUT THE AUTHOR

...view details