ଓଡିଶା

odisha

By

Published : May 22, 2023, 4:38 PM IST

ETV Bharat / bharat

Manipur violence: ପୁଣି ମଣିପୁରରେ ହିଂସା, ସେନା ମୁତୟନ ସହ କର୍ଫ୍ୟୁ ଜାରି

ଇମ୍ଫାଲରରେ ପୁଣି ସାମ୍ପ୍ରଦାୟିକ ହିଂସା ପରେ ସେନା ଓ ପାରା ମିଲିଟାରୀ ଫୋର୍ସ ମୁତୟନ । ଜାରି ହେଲା କର୍ଫ୍ୟୁ । କ୍ଷୟକ୍ଷତି ସମ୍ପର୍କରେ ମିଳିନି ସୂଚନା । ଅଧିକ ପଢନ୍ତୁ

ପୁଣି ମଣିପୁରରେ ହିଂସା, ସେନା ମୁତୟନ ସହ କର୍ଫ୍ୟୁ ଜାରି
ପୁଣି ମଣିପୁରରେ ହିଂସା, ସେନା ମୁତୟନ ସହ କର୍ଫ୍ୟୁ ଜାରି

ଇମ୍ଫାଲ:ବ୍ୟାପକ ସାମ୍ପ୍ରଦାୟିକ ହିଂସାକୁ ମାତ୍ର କେଇ ଦିନ ବିତିନଥିବା ବେଳେ ପୁଣି ମଣିପୁର ରାଜଧାନୀ ଇମ୍ଫାଲର ଏକ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଛି । ରାଜଧାନୀ ମଣିପୁରର ନ୍ୟୁ-ଚେକକୋନ ଏରିଆରେ ମୈତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଏହି ହିଂସାକାଣ୍ଡ ଘଟିଛି । ହେଲେ ସ୍ଥିତି ଅଣାୟତ ହେବା ପୂର୍ବରୁ ସେନା ଓ ପାରା ମିଲିଟାରୀ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ରାଜଧାନୀ ଇମ୍ଫାଲରେ ପୁଣି କର୍ଫ୍ୟୁ ଲାଗୁ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଏହି ଅଞ୍ଚଳରେ ଥିବା ଏକ ମାର୍କେଟରେ ଦୁଇ ସମ୍ପ୍ରଦାୟ ଗୋଷ୍ଠୀ ମଧ୍ୟରେ ଏହି ହିଂସା ଘଟିଛି । ଏଥିରେ ମୃତାହତ ଓ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ସ୍ପଷ୍ଟ ହୋଇନି । ହିଂସା ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପୋଲିସ ସହ ସେନା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ସମଗ୍ର ଏରିଆରେ ଫୋର୍ସ ମୁତୟନ ହେବା ସହ କର୍ଫ୍ୟୁ ଜାରି କରାଯାଇଛି ।

ଚଳିତ ମାସ ଆରମ୍ଭରେ ରାଜ୍ୟବ୍ୟାପୀ ହିଂସାର ପରେ ଏବେ ମଧ୍ୟ ମଣିପୁରରେ ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇନି । କର୍ଫ୍ୟୁ ହଟିବା ସହ ଫୋର୍ସ ମୁତୟନରେ ହ୍ରାସ କରାଯାଇଥିଲେ ସୁଦ୍ଧା ଏବେ ମଧ୍ୟ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସାମ୍ପ୍ରଦାୟିକ ଗତିବିଧି ଓ ଉତ୍ତେଜନା ଉପରେ ନଜର ରଖଯାଇଛି । ହେଲେ ସ୍ଥିତି ଏବେ ପୁଣି ଏକ ନୂଆ ହିଂସା ଘଟଣା ସାମ୍ନାକୁ ଆସିଛି ।

ଏହା ମଧ୍ୟ ପଢନ୍ତୁ :-Manipur violence: ଜଳିଛି 1700 ଘର, ପ୍ରାଣ ହରାଇଛନ୍ତି 60

ମେ’ 3ରେ ମଣିପୁରରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ରାଜ୍ୟବ୍ୟାପୀ ପ୍ରାୟ 60 ଜଣଙ୍କ ମୃତ୍ୟୁ ହୋଇଥିଲା । 17 ଶହ ଘର ଜାଳି ଦିଆଯିବା ସହ 231ଜଣ ଆହତ ହୋଇଥିଲେ । ପ୍ରାୟ 30 ହଜାର ଫସି ରହିଥିବା ଲୋକଙ୍କୁ ସେନା ଓ ପାରା ମିଲିଟାରୀ ଫୋର୍ସ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଚୋରାଚାନ୍ଦପୁର ଜିଲ୍ଲାରେ ସ୍ଥାନୀୟ ମେତୈଇ ଓ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଏହି ହିଂସାର ସୂତ୍ରପାତ ହୋଇଥିଲା । ପରେ ଏହା ସମଗ୍ର ରାଜ୍ୟକୁ ବ୍ୟାପି ଯାଇଥିଲା । ସ୍ଥିତି ଗୃହଯୁଦ୍ଧ ପରି ହୋଇଥିଲା ।

ସମ୍ପ୍ରଦାୟଗତ ସଂରକ୍ଷଣ ସମ୍ପର୍କିତ ଏକ ମାମଲାରେ ସ୍ଥାନୀୟ ହାଇକୋର୍ଟଙ୍କ ରାୟ ଆସିବା ପରେ ଉଭୟ ମୈତେଇ ଓ ଆଦିବାସୀ ସମ୍ପ୍ରଦାୟ ମୁଁହାମୁଁହି ହୋଇଥିଲେ । ଏଥିରେ ସ୍ଥିତି ଅଣାୟତ ସହ ସେନା ଓ ଅନ୍ୟ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଥିଲା । ରାଜ୍ୟରେ ଦୀର୍ଘଦିନ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ସହ ଓ ଇଣ୍ଟରନେଟ୍‌ ସେବାକୁ ବନ୍ଦ ରଖାଯାଇଥିଲା । ଏବେ ସ୍ଥିତିରେ କ୍ରମଶଃ ସୁଧାର ଆସୁଥିବା ବେଳେ ପୁଣି ଏକ ହିଂସାର ଖବର ମଧ୍ୟ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details