ଲେହ:ଲଦାଖ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପୂର୍ବ ଲଦାଖ ସୀମାରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ପୂର୍ବ ଲଦାଖରେ ଚୀନ ସୀମା ଏଲଏସି ସ୍ଥିତି ନେଇ ପ୍ରତିରକ୍ଷାମନ୍ତ୍ରୀ ବରିଷ୍ଠ ସେନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ତିନି ଦିନିଆ ଲଦାଖ ଗସ୍ତରେ ଯାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଗସ୍ତର ପ୍ରଥମ ଦିନରେ ଆଜି କାରଗିଲରେ ଲଦାଖ ଅଟୋନୋମସ ହିଲ ଡେଭଲପମେଣ୍ଟ କାଉନସିଲର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ଏହା ସହ ପୂର୍ବତନ ସେନା ଅଧିକାରୀଙ୍କ ସହ ଭେଟି ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକଳ୍ପ ଅନୁସାରେ ପୂର୍ବତନ ସେନା କର୍ମଚାରୀଙ୍କୁ ୱାନ ରାଙ୍କ ୱାନ ପେନସନ ଅନୁଯାୟୀ ସମସ୍ତ ପ୍ରକାରର ସୁବିଧା ଯୋଗାଇଦିଆଯିବ ବୋଲି ରକ୍ଷାମନ୍ତ୍ରୀ କହିଛନ୍ତି । ଏହା ସହ ବିଆରଓ ଦ୍ବାରା ନିର୍ମାଣ କରାଯାଇଥିବା ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିଲେ । ପୂର୍ବ ଲଦାଖରେ ଭାରତର ସୈନ୍ୟ ସ୍ଥିତି ସହ ଏଲଏସି ସ୍ଥିତି ନେଇ ସେ ଆଲୋଚନା କରିଛନ୍ତି । ସ୍ଥଳ ସେନା ଅଧ୍ୟକ୍ଷ ଏମ ଏମ ନରୱାଣେ ଓ ନଦର୍ଣ୍ଣ କମାଣ୍ଡର ୱାଇ କେ ଯୋଶୀ ସହ ଅନ୍ୟ ବରିଷ୍ଠ ସେନା ଅଧିକାରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଆଲୋଚନା କରିଛନ୍ତି ।