ନୂଆଦିଲ୍ଲୀ: ପୂର୍ବ ଲଦାଖର ଏଲଏସିରେ ଦୀର୍ଘ 8 ମାସରୁ ଚୀନ ସହ ଜାରି ରହିଛି ଉତ୍ତେଜନା । ଏହାରି ମଧ୍ୟରେ ଭାରତୀୟ ସେନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ସୋମବାର କହିଛନ୍ତି ଚିଫ ଅଫ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ । ସିଡିଏସ କହିଛନ୍ତି, ମହାମାରୀ କୋରୋନା ମଧ୍ୟରେ ଉତ୍ତର ସୀମାରେ ଚୀନ ସ୍ଥିତି ପରିବର୍ତ୍ତନ କରିବାକୁ ପ୍ରୟାସ କରୁଥିବାରୁ ସ୍ଥଳ, ସମୁଦ୍ର ଓ ବାୟୁ ମାର୍ଗରେ ଉଚ୍ଚ ସ୍ତରୀୟ ପ୍ରସ୍ତୁତିର ଆବଶ୍ୟକତା ରହିଛି ।
CDS ରାୱତଙ୍କ ସୂଚନା: ସେନା ପ୍ରସ୍ତୁତ, ଚୀନକୁ ଚିନ୍ତା କରିବା ଆବଶ୍ୟକ
ସୀମାରେ ଚୀନର ଗତିବିଧି ସତ୍ତ୍ବେ ଭାରତୀୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ସିଡିଏସ ବିପିନ ରାୱତ । ଅଧିକ ପଢନ୍ତୁ...
ଜେନେରାଲ ରାୱତ କହିଛନ୍ତି, ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ଯେ ଭାରତୀୟ ସୁରକ୍ଷା ବାହିନୀ ସ୍ଥଳ, ବାୟୁ ଓ ସମୁଦ୍ର ପଥରେ ନିଜ ସୀମାର ସୁରକ୍ଷାକୁ ନେଇ ସମସ୍ତ ପ୍ରୟାସ ଜାରି ରଖିବେ । ଲଦାଖରେ ଆମକୁ ରୋକିବାକୁ ଚେଷ୍ଟା କରାଯାଉଛି । ଏଥିପାଇଁ ଚୀନ ଅଧିକୃତ ତିବ୍ଦତରେ କିଛି ନିର୍ମାଣ ଗତିବିଧି ଜାରି ରହିଛି । ତେବେ ନିଜ ସାମରିକ ହିତକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦେଶ ନିଜ ସୁରକ୍ଷା ସୁନିଶ୍ଚିତ କରିବାକୁ ପ୍ରସ୍ତୁତି କରିବ ବୋଲି କହିଛନ୍ତି ରାୱତ ।
ବିପିନ ରାୱତ କହିଛନ୍ତି, ଭବିଷ୍ୟତର ଯୁଦ୍ଧକୁ ଦେଖି ଟେକ୍ନୋଲୋଜି କ୍ଷେତ୍ର ଆଡେ ଧ୍ୟାନ ଦେବା ଆବଶ୍ୟକ । ଉତ୍ତର ସୀମାରେ ଯେଭଳି ଭାବେ ଚ୍ୟାଲେଞ୍ଜର ସାମ୍ନା କରୁଛୁ, ଏଥିପାଇଁ ଆପ ପାଖରେ ପର୍ଯ୍ୟାପ୍ତ ସୁରକ୍ଷା ବଳ ରହିଛି । ଏଭଳିସ୍ଥିତିରେ ଅପରପକ୍ଷକୁ ଅଧିକ ଚିନ୍ତିତ ରହିବା ଆବଶ୍ୟକ । ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ରାୱତ ।