ନୂଆଦିଲ୍ଲୀ: ମହାମାରୀ କୋରୋନା ଓ ଅକ୍ସିଜେନ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଚିଫ ଅଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ । କୋରୋନା ମହାମାରୀ ସହ ମୁକାବିଲା ପାଇଁ ସଶସ୍ତ୍ର ବଳ ଜରିଆରେ ପ୍ରସ୍ତୁତି ପରିଚାଳନାର ସମୀକ୍ଷା କରିଛନ୍ତି ସିଡିଏସ ।
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ CDS, କୋଭିଡ ଡ୍ୟୁଟି କରିବେ ସେନାର ଅବସରପ୍ରାପ୍ତ ଡାକ୍ତର - ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଚିଫ ଅଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ । କୋରୋନା ମହାମାରୀ ସହ ମୁକାବିଲା ପାଇଁ ସଶସ୍ତ୍ର ବଳ ଜରିଆରେ ପ୍ରସ୍ତୁତି ପରିଚାଳନାର ସମୀକ୍ଷା କରିଛନ୍ତି ସିଡିଏସ । ଅଧିକ ପଢନ୍ତୁ...
ସିଡିଏସ ଜେନାରାଲ ବିପିନ ରାୱତ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି ଯେ ଗତ 2 ବର୍ଷ ମଧ୍ୟରେ ଅବସର ନେଇଥିବା ସେନାର ସମସ୍ତ ଡାକ୍ତରୀ କର୍ମଚାରୀଙ୍କୁ ବର୍ତ୍ତମାନର ବାସସ୍ଥାନ ନିକଟ କୋଭିଡ କେନ୍ଦ୍ରରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେ କହିଛନ୍ତି, ପୂର୍ବରୁ ଅବସର ନେଇଥିବା ଅନ୍ୟ ଡାକ୍ତରୀ ଅଧିକାରୀଙ୍କୁ ମଧ୍ୟ ମେଡିକାଲ ଜରୁରୀକାଳୀନ ହେଲ୍ପଲାଇନ ମାଧ୍ୟମରେ ପରାମର୍ଶ ପାଇଁ ସେମାନଙ୍କ ସେବା ଉପଲବ୍ଧ କରାଇବାକୁ ଅନୁରୋଧ କରାଯାଇଛି।
ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଛି ଯେ କମାଣ୍ଡ ମୁଖ୍ୟାଳୟ, କର୍ପସ ମୁଖ୍ୟାଳୟ, ନୌସେନା ଏବଂ ବାୟୁସେନାର ସମାନ ମୁଖ୍ୟାଳୟରେ କର୍ମଚାରୀଙ୍କ ନିଯୁକ୍ତି ଉପରେ ଡାକ୍ତରଖାନାରେ ସମସ୍ତ ଡାକ୍ତରୀ ଅଧିକାରୀ ନିଯୁକ୍ତ ହେବେ।