କୋଲକାତା:ଭାରତୀୟ ଉପମହାଦେଶରେ ଆତଙ୍କୀ କାର୍ଯ୍ୟକଳାପ ପାଇଁ ବିଦେଶରୁ ଅପରେଟ ହେଉଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ-କାଏଦା ଇଣ୍ଡିଆନ ସବକଣ୍ଟିନେଣ୍ଟ (AQIS) ସହ ଜଡିତ ଥିବା ଜଣେ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରିଛି କୋଲକାତା ପୋଲିସର ସ୍ପେସାଲ ଟାକ୍ସଫୋର୍ସ । ଗିରଫ ସନ୍ଦିଗ୍ଧ ଆତଙ୍କୀ 20 ବର୍ଷୀୟ ମୋନିରୁଦ୍ଦିନ ଖାନ ଓ ସେ ପଶ୍ଚିମବଙ୍ଗର ସ୍ଥାନୀୟ ବାସିନ୍ଦା ବୋଲି ପୋଲିସ ସୂଚନା ଦେଇଛି ।
AQIS terrorist arrested: ସନ୍ଦିଗ୍ଧ ଆତଙ୍କୀଙ୍କୁ ବାନ୍ଧିଲା କୋଲକାତା ପୋଲିସ
ସନ୍ଦିଗ୍ଧ ଆତଙ୍କବାଦୀକୁ ବାନ୍ଧିଲା କୋଲକାତା ପୋଲିସର ଏସଟିଏଫ । କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ-କାଏଦା ଇଣ୍ଡିଆନ ସବକଣ୍ଟିନେଣ୍ଟ (AQIS) କୁ କରୁଥିଲା ସହଯୋଗ । ନଭେମ୍ବର 14 ପର୍ଯ୍ୟନ୍ତ ରିମାଣ୍ଡରେ ପଠାଇଲେ କୋର୍ଟ । ଅଧିକ ପଢନ୍ତୁ
AQIS terrorist arrested in Kolkata: ସନ୍ଦିଗ୍ଧ ଆତଙ୍କୀଙ୍କୁ ବାନ୍ଧିଲା କୋଲକତା ପୋଲିସ
ତେବେ ପୋଲିସ ଏପରି କିଛି ଆତଙ୍କୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ନେଇ ସୂଚନା ପାଇ ମୋନିରୁଦ୍ଦିନର ଘରେ ଚଢାଉ କରିଥିଲା । ପରେ ତାକୁ ପ୍ରାଥମିକ ଜେରା ପରେ ଗିରଫ କରି କୋର୍ଟରେ ହାଜର କରିଥିଲା ଏସଟିଏଫ । ଅଧିକ ଜେରାର ଆବଶ୍ୟକତା ଦର୍ଶାଇ ଏସଟିଏଫ ରିମାଣ୍ଡ ମଧ୍ୟ ଆବେଦନ କରିଥିଲା । କୋଲକାତାର ଏକ ସ୍ଥାନୀୟ କୋର୍ଟରେ ଅଭିଯୁକ୍ତକୁ ନଭେମ୍ବର 14 ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇଛନ୍ତି । କୋଲକାତା ପୋଲିସର (STF) ଟିମ ଏହି ରିମାଣ୍ଡ ଅବଧି ମଧ୍ୟରେ ସନ୍ଦିଗ୍ଧକୁ ଜେରା କରିବା ସହ ଆତଙ୍କୀ ଲିଙ୍କ ନେଇ ଅଧିକ ତଥ୍ୟ ହାସଲ କରିବାକୁ ପ୍ରୟାସ କରିବ ।