ଓଡିଶା

odisha

ETV Bharat / bharat

ବିବାଦୀୟ ଆଇନଜୀବୀ ଏଲସିଭି ଗୌରୀଙ୍କୁ ବିଚାରପତି ନିଯୁକ୍ତି ମାମଲା: କାଲି ସୁପ୍ରିମକୋର୍ଟରେ ଶୁଣାଣି - ମାଡ୍ରାସ ହାଇକୋର୍ଟ ବିଚାରପତି ନିଯୁକ୍ତି ମାମଲା

ବିବାଦୀୟ ଆଇନଜୀବୀ ଏଲସିଭି ଗୌରୀଙ୍କୁ କର୍ଣ୍ଣାଟକ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ମାମଲାର କାଲି ଶୁଣାଣି । ସାମ୍ପ୍ରଦାୟିକ କଠୋର ମନ୍ତବ୍ୟ ନେଇ ବିବାଦରେ ବରିଷ୍ଠ ଆଇନଜୀବୀ ଗୌରୀ । ଅଧିକ ପଢନ୍ତୁ

ବିବାଦୀୟ ଆଇନଜୀବୀ ଏଲସିଭି ଗୌରୀଙ୍କୁ କର୍ଣ୍ଣାଟକ ହାଇକୋର୍ଟରେ ବିଚାରପତି ନିଯୁକ୍ତି ମାମଲା
ବିବାଦୀୟ ଆଇନଜୀବୀ ଏଲସିଭି ଗୌରୀଙ୍କୁ କର୍ଣ୍ଣାଟକ ହାଇକୋର୍ଟରେ ବିଚାରପତି ନିଯୁକ୍ତି ମାମଲା

By

Published : Feb 6, 2023, 10:02 PM IST

ନୂଆଦିଲ୍ଲୀ:ବିବାଦୀୟ ଆଇନଜୀବୀ ଲକ୍ଷ୍ମଣଚନ୍ଦ୍ର ଭିକ୍ଟୋରିଆ ଗୌରୀ (LCV Gowri)ଙ୍କୁ କର୍ଣ୍ଣାଟକ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି କେନ୍ଦ୍ର ବିଜ୍ଞପ୍ତି ପ୍ରକାଶ କରିବା ପରେ ମାମଲା ଏବେ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଛି । ଆସନ୍ତାକାଲି (ଫେବୃଆରୀ 7) ତାରିଖରେ ଏହି ମାମଲାର ଶୁଣାଣି କରିବା ପାଇଁ ସର୍ବୋଚ୍ଚ କୋର୍ଟ ତାରିଖ ଚୂଡାନ୍ତ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କ ନାମ କର୍ଣ୍ଣାଟକ ଉଚ୍ଚନ୍ୟାୟଳୟର ବିଚାରପତି ଭାବେ ଘୋଷଣା କରାଯିବା ପରେ ବିବାଦ ଦେଖାଯାଇଥିଲା । ଏହି ନିଷ୍ପତ୍ତିକୁ କର୍ଣ୍ଣାଟକ ହାଇକୋର୍ଟ ବାର ଆସୋସିଏସନର କର୍ମକର୍ତ୍ତାମାନେ ମଧ୍ୟ ବିରୋଧ କରିଥିଲେ । ସେ ଜଣେ ଧର୍ମୀୟ କଠୋରପନ୍ଥୀ ଆଭିମୁଖ୍ୟ ରଖୁଥିବା ଆଇନଜୀବୀ ବୋଲି ଦର୍ଶାଇ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି ।

ଗୌରୀଙ୍କ ନାମରେ ସୁପ୍ରିମକୋର୍ଟଙ୍କ ସୁପାରିଶ ପରେ ଚୂଡାନ୍ତ ଅନୁମୋଦନ ଦେଇଥିଲେ କେନ୍ଦ୍ର ସରକାର । ଏହି ମାମଲା ଏବେ କାଠଘଡାରେ ପହଞ୍ଚିବା ପରେ ସର୍ବୋଚ୍ଚ କୋର୍ଟ ପୂର୍ବରୁ ଏହି ମାମଲାର ଶୁଣାଣି 10 ତାରିଖରେ କରିବା ପାଇଁ ନିର୍ଦ୍ଧାରିତ କରିଥିଲେ । ପରେ ଏହାର ଶୁଣାଣି ସୂଚୀରେ ପରିବର୍ତ୍ତନ କରାଯାଇ ଏହା ଆସନ୍ତାକାଲି (ମଙ୍ଗଳବାର) ହେବା ନେଇ କୋର୍ଟ କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବ ।

ଏହି ସମ୍ପର୍କରେ ଖଣ୍ଡପୀଠ କହିଛନ୍ତି, ଗୌରୀଙ୍କ ନାମ କଲେଜିୟମ ଦ୍ବାରା କେନ୍ଦ୍ରକୁ ସୁପାରିଷ ହେବା ପରେ ଯାହା ଘଟଣା ଘଟିଛି ତାର ଏକ ଅନୁଧ୍ୟାନ କଲେଜିୟମ ଦ୍ବାରା କରାଯାଇଛି । କେନ୍ଦ୍ର ସରକାର ଗୌରୀଙ୍କୁ ମାଡ୍ରାସ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୂଚୀତ କରିଛନ୍ତି । ଏହି ପ୍ରସଙ୍ଗରେ ଦାଏର ହୋଇଥିବା ମାମଲାକୁ ଖଣ୍ଡପୀଠ ଦ୍ବାରା ଭଲ ଭାବେ ଅନୁଧ୍ୟାନ କରାଯାଇଛି । କେନ୍ଦ୍ରର ଏପରି ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇବା ପରର ଘଟଣାକ୍ରମକୁ ମଧ୍ୟ ଅନୁଧ୍ୟାନ ପରିସରକୁ ନିଆଯାଇଛି ।ଆସନ୍ତାକାଲି (ମଙ୍ଗଳବାର) ଏହି ମାମଲାର ଶୁଣାଣି ହେବାକୁ ଯାଉଛି ।

ସେହିପରି କର୍ଣ୍ଣାଟକ ବାର ଆସୋସିଏସନର କିଛି ସଦସ୍ୟ ଆଇନଜୀବୀ ଗୌରୀଙ୍କୁ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ଦେବା ନିଷ୍ପତ୍ତିକୁ ନେଇ କଲେଜିୟମ କରିଥିବା ସୁପାରିଶକୁ ପୁଣି ଥରେ ସମୀକ୍ଷା କରିବାକୁ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ଗୌରୀ ଇସଲାମ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ବିରୋଧରେ କଠୋର ମନ୍ତବ୍ୟ ଦେଇଥିବା ଅଭିଯୋଗ ରହିଛି । ଗୌରୀ ଦୁଇ ନିର୍ଦ୍ଦିଷ୍ଟ ଧର୍ମକୁ ପ୍ରତ୍ୟେକ୍ଷ ଆତଙ୍କବାଦ ସହ ତୂଳନା କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details