ନୂଆଦିଲ୍ଲୀ:ଜେନେରାଲ ବିପିନ ରାଓ୍ବତଙ୍କ ନିଧିନ ପରେ ଦେଶର ପରବର୍ତ୍ତୀ ପ୍ରମୁଖ ପ୍ରତିରକ୍ଷା ଅଧ୍ୟକ୍ଷ କିଏ ହେବ ତାକୁ ନେଇ ପର୍ଯ୍ୟାୟକ୍ରମେ ଚର୍ଚ୍ଚା ଲାଗି ରହିଛି । ଏହାରି ମଧ୍ୟରେ ନିରବତା ଭଙ୍ଗ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜନାଥ କହିଛନ୍ତି ସିଡିଏସ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଖୁବଶୀଘ୍ର ଏହି ପ୍ରକ୍ରିୟା ଶେଷ ହେବା ସହ ଦେଶକୁ ନୂଆ ସିଡିଏସ ମିଳିବେ । ଆଜି 3 ସେନାମୁଖ୍ୟଙ୍କ ଉପସ୍ଥିତିରେ ଅଗ୍ନିପଥ ଯୋଜନାର ଶୁଭାରମ୍ଭ କରିବା ଅବସରରେ ରାଜନାଥ ଗଣମାଧ୍ୟମ ସମ୍ନାରେ ଏହି ମନ୍ତବ୍ୟ ରଖିଛନ୍ତି ।
2021 ଡିସେମ୍ବରରେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାଓ୍ବତଙ୍କର ହେଲିକପ୍ଟର କ୍ରାସରେ ଅକାଳ ନିଧନ ହେବା ପରେ ଏହି ସର୍ବୋଚ୍ଚ ସାମରିକ ପଦବୀ ଖାଲିପଡିଛି । ପରବର୍ତ୍ତୀ ସିଡିଏସ ନେଇ ଏକାଧିକ ବରିଷ୍ଠ ସେନାଧିକାରୀଙ୍କ ପ୍ରସ୍ତାବିତ ନାମ ସହ ଆକଳନ ଜାରି ରହିଛି । ଅନ୍ୟପଟେ କେନ୍ଦ୍ର ସରକାର ମଧ୍ୟ ଏହି ନିଯୁକ୍ତି ପ୍ରକ୍ରିୟାରେ ସାମାନ୍ୟ ପରିବର୍ତ୍ତନ ଆଣି କିଛି ଦିନ ତଳେ ଗେଜେଟ ନୋଟିଫିକେସନ ଜାରି କରିଥିଲେ । 3 ସେନାରେ କାର୍ଯ୍ୟରତ କିମ୍ବା ଅବସର ନେଇସାରିଥିବା ଅଧିକାରୀଙ୍କୁ ଏହି ପଦ ପାଇଁ ଯୋଗ୍ୟ ବିବେଚିତ କରାଯାଇ ପାରିବା ନେଇ କେନ୍ଦ୍ର ସଂଶୋଧିତ ବିଜ୍ଞପ୍ତିରେ ଉଲ୍ଲେଖ କରିଥିଲା ।