ଓଡିଶା

odisha

By ETV Bharat Odisha Team

Published : Sep 7, 2023, 8:31 PM IST

ETV Bharat / bharat

Sanatana Dharma row: ଉଦୟାନିଧିଙ୍କ ନାମରେ ସୁପ୍ରିମକୋର୍ଟରେ ମାମଲା

ସର୍ବୋଚ୍ଚ କୋର୍ଟରେ ପହଞ୍ଚିଲା ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ମାମଲା । ଉଦୟାନିଧିଙ୍କ ନାମରେ ମାମଲା ଦାଖଲ । ଆରେଷ୍ଟ ଓ୍ବାରେଣ୍ଟ ଜାରି କରିବାକୁ ଆବେଦନ । ଅଧିକ ପଢନ୍ତୁ

Sanatana Dharma row: ଉଦୟାନିଧିଙ୍କ ନାମରେ ସର୍ବୋଚ୍ଚ କୋର୍ଟରେ ମାମଲା
Sanatana Dharma row: ଉଦୟାନିଧିଙ୍କ ନାମରେ ସର୍ବୋଚ୍ଚ କୋର୍ଟରେ ମାମଲା

ନୂଆଦିଲ୍ଲୀ:ତାମିଲନାଡ଼ୁ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ୍‌ଙ୍କ ସନାତନ ବିରୋଧୀ ମନ୍ତବ୍ୟ ପ୍ରସଙ୍ଗ ତମାମ ବୟାନବାଜୀ ମଧ୍ୟରେ ଏବେ ସର୍ବୋଚ୍ଚ କୋର୍ଟରେ ପହଞ୍ଚି ସାରିଛି । ଦିଲ୍ଲୀର ଭିନିତ ଜିନ୍ଦଲ ନାମକ ଜଣେ ଆଇନଜୀବୀ ଏହି ଆବେଦନ ଦାଖଲ କରିଛନ୍ତି । ଉଦୟାନିଧି ଷ୍ଟାଲିନ୍‌ଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବାକୁ ଏହି ପିଟିସନରେ ଦର୍ଶାଯାଇଛି । ସେହିପରି ଏହା ଏକ ଧାର୍ମିକ ହେଟ୍‌ସ୍ପିଚ୍‌ (ଘୃଣାସୃଷ୍ଟିକାରୀ) ମନ୍ତବ୍ୟ ହୋଇଥିଲେ ସୁଦ୍ଧା ସ୍ଥାନୀୟ ଚେନ୍ନାଇ ଓ ଦିଲ୍ଲୀ ପୋଲିସ କାହିଁକି ଏପର୍ଯ୍ୟନ୍ତ ନିଜଆଡ଼ୁ ମାମଲା ରୁଜୁ କରିନାହାନ୍ତି, କୋର୍ଟ ସେ ସମ୍ପର୍କରେ ମଧ୍ୟ ହସ୍ତକ୍ଷେପ କରିବାକୁ ଆବେଦନରେ ଉଲ୍ଲେଖ କରିଛନ୍ତି ଆବେଦନକାରୀ ଆଇନଜୀବୀ ।


ଆବେଦନକାରୀ ପିଟିସନରେ ଦର୍ଶାଇଛନ୍ତି, ଉଦୟାନିଧିଙ୍କ ମନ୍ତବ୍ୟ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଅପମାନିତ କରିଛି । ଏହା ଏକ ଧାର୍ମିକ ଘୃଣା ସୃଷ୍ଟିକାରୀ ମନ୍ତବ୍ଯ । ସର୍ବୋଚ୍ଚ କୋର୍ଟଙ୍କ ପ୍ରଦତ୍ତ ଗାଇଡ୍‌ଲାଇନ୍‌ ଅନୁସାରେ, ଏପରି ସମ୍ବେଦନଶୀଳ ଘଟଣାରେ ଅଭିଯୋଗ ନହେଲେ ମଧ୍ୟ ପୋଲିସ ନିଜଆଡୁ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିବା କଥା । ହେଲେ ଉଦୟାନିଧିଙ୍କ କ୍ଷେତ୍ରରେ ସେପରି ହୋଇନାହିଁ । ରାଜଧାନୀ ଦିଲ୍ଲୀ କିମ୍ବା ସ୍ଥାନୀୟ ଚେନ୍ନାଇ ପୋଲିସ ଉଦୟାନିିଧିଙ୍କ ବିରୋଧରେ ନିଜଆଡୁ ବର୍ତ୍ତମାନ ସୁଦ୍ଧା କୌଣସି ମାମଲା ରୁଜୁ କରିନାହାନ୍ତି । ଯାହାକି ପୋଲିସର ସର୍ବୋଚ୍ଚ ଅଦାଲତଙ୍କ ଗାଇଡଲାଇନର ଅବମାନନା । ଏହା ସମ୍ପର୍କରେ ମଧ୍ୟ କୋର୍ଟ ହସ୍ତକ୍ଷେପ କରନ୍ତୁ ।

ଏବେ ଉଦୟାନିଧିଙ୍କ ନାମରେ ଗିରଫ ପରଓ୍ବାନା ଜାରି କରି ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଏହି ପିଟିସନରେ ଦାବି କରାଯାଇଛି । ଉଦୟାନିଧିଙ୍କ ସମେତ ଆଜି ସନାତନ ବିରୋଧୀ ମନ୍ତବ୍ୟ ଦେଇଥିବା ଡିଏମ୍‌କେର ବରିଷ୍ଠ ନେତା ତଥା ସାଂସଦ ଏ.ରାଜାଙ୍କ ବିରୋଧରେ ମଧ୍ୟ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିବା ପାଇଁ ଆବେଦନ ହୋଇଛି ।

ଏହା ମଧ୍ୟ ପଢନ୍ତୁ :-Sanatana Dharma Row: ଉଦୟାନିଧିଙ୍କୁ ବଳିଗଲେ ରାଜା, ସନାତନ ଧର୍ମକୁ HIV ଓ କୁଷ୍ଠ ରୋଗ ସହ କଲେ ତୂଳନା

ତାମିଲନାଡ଼ୁ ମନ୍ତ୍ରୀ ଉଦୟାନିଧିଙ୍କ ସନାତନ ବିରୋଧୀ ମନ୍ତବ୍ୟ ନେଇ ଦେଶରେ ଉତ୍ତେଜନା ଥମିନଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଡିଏମ୍‌କେ ସାଂସଦ ଏ.ରାଜା ସନାତନ ଧର୍ମକୁ HIV ଓ କୁଷ୍ଠ ରୋଗ ପରି ବୋଲି କହିଥିଲେ । 2 ତାରିଖରେ ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସନାତନ ଧର୍ମକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ।

ବ୍ୟୁରୋ ରିପୋର୍ଟ, ଇଟିବି ଭାରତ

ABOUT THE AUTHOR

...view details