ଓଡିଶା

odisha

ETV Bharat / bharat

ବିମାନବନ୍ଦର ଫେରିଲେ ମୋଦି, ଜୀବନ୍ତ ଫେରିଥିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ ! - pm modi punjab visit news

ରାସ୍ତାରେ 20 ମିନିଟ ଫସି ରହିବା ପରେ ଭଟିଣ୍ଡା ବିମାନ ବନ୍ଦର ଫେରିଲେ ପ୍ରଧାନମନ୍ତ୍ରୀ । ଜୀବନ୍ତ ଫେରିଥିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଦେଲେ ପରାମର୍ଶ । ଅଧିକ ପଢନ୍ତୁ

ବିମାନବନ୍ଦର ଫେରିଲେ ପ୍ରଧାନମନ୍ତ୍ରୀ, ଜୀବନ୍ତ ଫେରିଥିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ
ବିମାନବନ୍ଦର ଫେରିଲେ ପ୍ରଧାନମନ୍ତ୍ରୀ, ଜୀବନ୍ତ ଫେରିଥିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

By

Published : Jan 5, 2022, 4:41 PM IST

ଚଣ୍ଡିଗଡ: ପଞ୍ଜାବରେଫ୍ଲାଏଓଭରରେ ପ୍ରାୟ ଅଧଘଣ୍ଟା ଫସିରହିବା ପରେ କାର୍ଯ୍ୟକ୍ରମ ବାତିଲ କରିଭାଟିଣ୍ଡା ବିମାନ ବନ୍ଦରରକୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ ଜୀବନ୍ତ ଫେରି ପାରିଥିବା ଯୋଗୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ଧନ୍ୟବାଦ ଦେବା ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ କହିଛନ୍ତି ମୋଦି ।

କର୍ତ୍ତୃପକ୍ଷ ଜାତୀୟ ସମ୍ବାଦ ସରବରାହ ସଂସ୍ଥା ANIକୁ ବିମାନ ବନ୍ଦର ଅଧିକାରୀ ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ କହିଥିଲେ, ‘Apne CM ko thanks kehna, ki mein zinda laut paaya’ ।

ପ୍ରଧାନମନ୍ତ୍ରୀ ମୋଦି ଆଜି (ବୁଧବାର) ପଞ୍ଜାବର ଫିରୋଜପୁର ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ସୁରକ୍ଷା ଉଲ୍ଲଂଘନ ହେତୁ ରାସ୍ତାରେ ଫସି ରହିବା ଓ ପରେ ଗସ୍ତ ବାତିଲ କରି ଭାଟିଣ୍ଡା ବିମାନବନ୍ଦରର ଅଭିମୁଖେ ଫେରିଯାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ସମ୍ପର୍କିତ ପ୍ରୋଟୋକଲରେ ଖିଲାପ କରିଥିଲା ପଞ୍ଜବ ପୋଲିସ । ଫଳରେ ସଭାସ୍ଥଳ ଠାରୁ ମାତ୍ର 30 କିମି ପୂର୍ବରୁ ବିରୋଧକାରୀଙ୍କ ପ୍ରଦର୍ଶନ ଯୋଗୁ ପ୍ରଧାନମନ୍ତ୍ରୀଙ୍କ କନଭଏଙ୍କୁ ଅଟକିବାକୁ ପଡିଥିଲା । ଏକ ଫ୍ଲାଏଓଭର ଉପରେ ପ୍ରାୟ 20 ମିନିଟ ଧରି ପ୍ରଧାନମନ୍ତ୍ରୀଙ୍କ କନଭଏ ଅଟକି ରହିଥିଲା ।

ପରେ ପ୍ରଧାନମନ୍ତ୍ରୀ ଭଟିଣ୍ଡା ବିମାନ ବନ୍ଦରକୁ ଫେରିଯାଇଛନ୍ତି । ତେବେ ସେଠାରେ ପହଞ୍ଚିବା ପରେ ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ।

ତେବେ ଏହି ଘଟଣା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଞ୍ଜାବ ସରକାରଙ୍କୁ ରିପୋର୍ଟ ତଲବ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details