ଓଡିଶା

odisha

ETV Bharat / bharat

ୟେଦିରପ୍ପାଙ୍କୁ ଆଶ୍ବସ୍ତି, ଦୁର୍ନୀତି ମାମଲାର ଶୁଣାଣି ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ - ଦୁର୍ନୀତି ମାମଲାର ଶୁଣାଣି ଉପରେ ରୋକ୍‌

ବରିଷ୍ଠ ବିଜେପି ନେତା ୟେଦିରପ୍ପାଙ୍କ ବିରୋଧରେ ଦୁର୍ନୀତି ମାମଲାର ଶୁଣାଣି ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ । ୟେଦିରପ୍ପାଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାର ଶୁଣାଣି ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ (corruption case against BS yediyurappa )। ଅଧିକ ପଢ଼ନ୍ତୁ

Apex court stays proceeding of corruption case against BS yediyurappa
ୟେଦିରପ୍ପାଙ୍କୁ ଆଶ୍ବସ୍ତି, ଦୁର୍ନୀତି ମାମଲାର ଶୁଣାଣି ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

By

Published : Sep 23, 2022, 7:56 PM IST

ନୂଆଦିଲ୍ଲୀ:କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ୟେଦିରପ୍ପାଙ୍କ ବିରୋଧରେ ଦୁର୍ନୀତି ମାମଲାର ଶୁଣାଣି ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ । କର୍ଣ୍ଣାଟକ ହାଇକୋର୍ଟ ୟେଦିରପ୍ପାଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାର ଶୁଣାଣି ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ଉପରେ ରୋକ୍‌ ଲଗାଇବାକୁ କିଛି ଆବେଦନକାରୀ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ(Apex court stays proceeding against BS yediyurappa ) ।

ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଓ ହିମା କୋହଲି ଦୁର୍ନୀତି ମାମଲାର ଶୁଣାଣି ଉପରେ ରୋକ ଲଗାଇଛନ୍ତି । ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, "ଆବେଦନକାରୀଙ୍କ ସମସ୍ତ ଦିଲିଲ୍‌କୁ ଦୃଷ୍ଟିରେ ରଖି ୟେଦିରପ୍ପାଙ୍କ ବିରୋଧରେ ଚାଲିଥିବା ଦୁର୍ନୀତି ମାମଲା ଉପରେ ରୋକ୍‌ ଲାଗିବା ଦରକାର ।"

ଗତ ସପ୍ଟେମ୍ବର ୭ ତାରିଖରେ କର୍ଣ୍ଣାଟକ ହାଇକୋର୍ଟ ୟେଦିରପ୍ପା ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଦୁର୍ନୀତି ମାମଲାର ଶୁଣାଣି କରିବାକୁ ଅନୁମତି ପ୍ରଦାନ କରିଥିଲେ । ସରକାର କଣ୍ଟ୍ରାକ୍ଟ ଦେବାକୁ ୟେଦିରପ୍ପା ଲାଞ୍ଚ ନେଇଥିବା ଅଭିଯୋଗରେ ମାମଲା ଚାଲିଥିଲା । ଏହାପୂର୍ବରୁ ଏକ ସ୍ଥାନୀୟ କୋର୍ଟ ଏହି ମାମଲାରେ ଶୁଣାଣି ହେବନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଶୁଣାଣି କରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଥିଲା ।

ଟିଜେ ଆବ୍ରାହମ ନାମକ ଜଣେ ସାମାଜିକ କର୍ମକର୍ତ୍ତା ୟେଦିରପ୍ପା ଓ ତାଙ୍କ ପରିବାର ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ୟେଦିରପ୍ପା ଓ ତାଙ୍କ ପରିବାରବର୍ଗ ରାମଲିଙ୍ଗମ କନ୍‌ଷ୍ଟ୍ରକ୍ସନ୍‌ କମ୍ପାନୀ ଠାରୁ ବାଙ୍ଗାଲୋର ଡେଭେଲପମେଣ୍ଟ ଅଥୋରିଟି କଣ୍ଟ୍ରାକ୍ଟ ପାଇଁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । କେବଳ ରାମଲିଙ୍ଗମ କନ୍‌ଷ୍ଟ୍ରକ୍ସନ୍‌ କମ୍ପାନୀ ଠାରୁ ନୁହେଁ ବରଂ ଏହାର ଶାଖା କମ୍ପାନୀ ଗୁଡ଼ିକ ଠାରୁ ୟେଦିରପ୍ପା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ତେବେ ଏହି ମାମଲାର ଶୁଣାଣି ଉପରେ ରୋକ୍‌ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ୟେଦିରପ୍ପାଙ୍କୁ ଆଶ୍ବସ୍ତି ମିଳିଛି ।

ABOUT THE AUTHOR

...view details