ନୂଆଦିଲ୍ଲୀ: ଭ୍ୟାକ୍ସିନ ନିର୍ମାଣକୁ ନେଇ ଗୁରୁବାର ସାମ୍ନାକୁ ଆସିଛି ଏକ ସକାରାତ୍ମକ ଖବର । ଖୁବ ଶୀଘ୍ର ଭାରତ ବାୟୋଟେକ ବ୍ୟତୀତ ଅନ୍ୟ କମ୍ପାନୀ ମଧ୍ୟ ସ୍ବଦେଶୀ ଟିକା କୋଭ୍ୟାକ୍ସିନ ତିଆରି କରିପାରିବେ । ଯଦି ଏପରି ହୁଏ ତେବେ ଦେଶରେ ଟିକା ଅଭାବର ସଙ୍କଟ ଦୂର ହୋଇପାରିବ ।
ନୀତି ଆୟୋଗର ସଦସ୍ୟ ଭିକେ ପଲ ଗୁରୁବାର କହିଛନ୍ତି, ଅନ୍ୟ କମ୍ପାନୀ ଦ୍ବାରା କୋଭାକ୍ସିନ ତିଆରି କରିବା ବିଷୟକୁ ଭାରତ ବାୟୋଟେକ କରିଛି ସ୍ବାଗତ । ଭାରତ ବାୟୋଟେକ ହିଁ କୋଭାକ୍ସିନର ନିର୍ମାତା କମ୍ପାନୀ ।