ଓଡିଶା

odisha

ଭୁବନେଶ୍ବରରେ ଅଧିକ ଜନଔଷଧୀ କେନ୍ଦ୍ର ଖୋଲିବା ପାଇଁ ମାଣ୍ଡବ୍ୟଙ୍କୁ ଭେଟିଲେ ଅପରାଜିତା

By

Published : Apr 25, 2022, 4:08 PM IST

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ସଡଙ୍ଗୀ । ରାଜଧାନୀରେ ଆଉ ଅଧିକ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ର ପ୍ରତିଷ୍ଠା ପାଇଁ କଲେ ଦାବି । ଅଧିକ ପଢନ୍ତୁ

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ସଡଙ୍ଗୀ । ନୂଆଦିଲ୍ଲୀରେ ଏହିି ସାକ୍ଷାତକାରରେ ଅପରାଜିତା ଭୁବନେଶ୍ବରରେ ଅଧିକ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ର ଖୋଲିବା ପାଇଁ ମାଣ୍ଡବ୍ୟଙ୍କୁ ଅନୁରୋଧ କରିଛନ୍ତି ।

ସେହିପରି ରାଜ୍ୟରେ ଏକ ଓ୍ବୟାର ହାଉସ ମଧ୍ୟ ଖୋଲିବା ପାଇଁ ସେ ଦାବି କରିଛନ୍ତି । ଆଜିର ସାକ୍ଷାତ ସମ୍ପର୍କରେ ନିଜେ ସାଂସଦ ଅପରାଜି ଟ୍ବିଟରରେ ଏହି ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details