ଓଡିଶା

odisha

ETV Bharat / bharat

ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ କିଙ୍ଗପିନ ନାଇଡୁ: ଜଗନ ମୋହନ ରେଡ୍ଡି - ଚନ୍ଦ୍ରବାବୁଙ୍କ ଗିରଫକୁ ନେଇ ଜଗନ ମୋହନଙ୍କ ପ୍ରତିକ୍ରିୟା

ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀ ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ମୋହନ ରେଡ୍ଡି । ସିଆଇଡି ପ୍ରମାଣ ଆଧାରରେ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ କିଙ୍ଗପିନ ହୋଇଥିବା କହିଛନ୍ତି ରେଡ୍ଡି ।

ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ କିଙ୍ଗପିନ ନାଇଡୁ: ଜଗନ ମୋହନ
ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ କିଙ୍ଗପିନ ନାଇଡୁ: ଜଗନ ମୋହନ

By ETV Bharat Odisha Team

Published : Sep 17, 2023, 12:45 PM IST

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ପୂର୍ବତନ ମୁ୍ଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀ ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ମୋହନ ରେଡ୍ଡି । ଶନିବାର ଦିନ ଇଷ୍ଟ ଗୋଦାବରୀ ଜିଲ୍ଲା ସ୍ଥିତ ନିଦାଦାଭୋଲୁ ଠାରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ନାଇଡୁଙ୍କୁ ଟାର୍ଗେଟ କରିଛନ୍ତି ଜଗନ ମୋହନ ରେଡ୍ଡି । ସିଆଇଡି ପ୍ରମାଣ ଆଧାରରେ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ କିଙ୍ଗପିନ ହୋଇଥିବା କହିଛନ୍ତି ରେଡ୍ଡି ।

ସେ ଆଉ ମଧ୍ୟ କହିଛନ୍ତି ଯେ, ନାଇଡୁଙ୍କ ଗିରଫଦାରୀରୁ ଏହା ସ୍ପଷ୍ଟ ହେଉଛି ଯେ କେହି ଆଇନରୁ ଊର୍ଦ୍ଧ୍ବରେ ନାହାନ୍ତି । ସମସ୍ତଙ୍କ ପାଇଁ ଆଇନ ସମାନ । କାହାର ପଦ ମର୍ଯ୍ୟାଦା କିମ୍ୱା ଷ୍ଟାଟସ ଦେଖି ଆଇନ ବଦଳେ ନାହିଁ । ତେବେ ତେଲେଙ୍ଗାନା ଏମଏଲସି ନିର୍ବାଚନ ବେଳେ ଭୋଟ ପାଇଁ ନୋଟ ଦୁର୍ନୀତିରେ ଚନ୍ଦ୍ରବାବୁ ନାଇଡୁଙ୍କୁ ସମ୍ପୃକ୍ତି ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ଜଗନ ମୋହନ । ନିର୍ବାଚନ ବେଳେ ଭୋଟ ପାଇଁ ଟଙ୍କା କାରବାର ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କ ଅଡିଓ ଓ ଭିଡିଓ ଭାଇରାଲ ହୋଇଥିଲା । ତେବେ ଫରେନସିକ ଯାଞ୍ଚରେ ସେହି ଅଡିଓ ନାଇଡୁଙ୍କର ବୋଲି ସ୍ପଷ୍ଟ ହୋଇଥିଲା ।

ସେ ଆଉ ମଧ୍ୟ କହିଛନ୍ତି ଯେ, ସାଧାରଣ ଜନତାଙ୍କ ପାଣ୍ଠି ଆତ୍ମସାତ କରିବା ନେଇ ନାଇଡୁଙ୍କ ହାତ ଥିବା ନେଇ ପ୍ରମାଣ ସିଆଇଡି ପାଖରେ ରହିଛି । ନାଇଡୁଙ୍କ ବିରୋଧରେ ଅପରାଧିକ ତଦନ୍ତକାରୀ ବିଭାଗ(ସିଆଇଡି) ପାଖରେ ସମସ୍ତ ପ୍ରମାଣ ରହିଛି ଓ ଦକ୍ଷତା ବିକାଶ ଯୋଜନା ସହ ଜଡିତ ସରକାରୀ ଫାଇଲ ଗୁଡିକରେ ପାଖପାଖି 13 ସ୍ଥାନରେ ତାଙ୍କର ଦସ୍ତଖତ ଥିବା ସିଆଇଡି ହାତରେ ପ୍ରମାଣ ରହିଛି । ଏହି ଦୁର୍ନୀତି ପଛରେ ମାଷ୍ଟର ମାଇଣ୍ଡ ନାଇଡୁ ହୋଇଥିବା ପ୍ରମାଣରୁ ଜଣାପଡୁଛି ବୋଲି କହି ନାଇଡୁଙ୍କ ଉପରେ ବର୍ଷିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ।

ଏହାମଧ୍ୟ ପଢନ୍ତୁ..୧୯ରେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ମାମଲା ରଦ୍ଦ ଆବେଦନର ପରବର୍ତ୍ତୀ ଶୁଣାଣି

ଏହାମଧ୍ୟ ପଢନ୍ତୁ..Chandrababu House Custody Petition: ଚନ୍ଦ୍ରବାବୁଙ୍କ ଗୃହବନ୍ଦୀ ଆବେଦନ ଖାରଜ

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଶନିବାର ଦିନ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଥିଲା ଆନ୍ଧ୍ରପ୍ରଦେଶ ଅପରାଧିକ ଯାଞ୍ଚ ବିଭାଗ (ସିଆଇଡି) । ଏହି ଦୁର୍ନୀତି ବିରୋଧରେ 2021ମସିହାରେ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା । ଯୋଜନାରେ 250କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଘୋଟାଲା ହୋଇଥିବା ନେଇ ତାଙ୍କ ବିରୋଧରେ ମାମଲା ଚାଲିଛି । ଏହି ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଚନ୍ଦ୍ରବାବୁ ନାଇଡୁ ।

ABOUT THE AUTHOR

...view details