ଓଡିଶା

odisha

ETV Bharat / bharat

ହୃଦଘାତରେ ଆନ୍ଧ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ମେକାପତି ଗୌତମ ରେଡ୍ଡୀଙ୍କ ଦେହାନ୍ତ - AP IT Industries minister no more

ଆନ୍ଧ୍ରପ୍ରଦେଶର ସୂଚନା ପ୍ରଯୁକ୍ତି ଓ ଶିଳ୍ପ ମନ୍ତ୍ରୀ (Minister of IT and Industry) ମେକାପତି ଗୌତମ ରେଡ୍ଡୀଙ୍କ ପରଲୋକ ।

AP Minister Mekapati Goutham Reddy passes away
ହୃଦଘାତରେ ଆନ୍ଧ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ମେକାପତି ଗୌତମ ରେଡ୍ଡୀଙ୍କ ପରଲୋକ

By

Published : Feb 21, 2022, 10:11 AM IST

Updated : Feb 21, 2022, 11:02 AM IST

ଅମରାବତୀ: ଆନ୍ଧ୍ରପ୍ରଦେଶର ସୂଚନା ପ୍ରଯୁକ୍ତି ଓ ଶିଳ୍ପ ମନ୍ତ୍ରୀ (minister of IT and Industry) ମେକାପତି ଗୌତମ ରେଡ୍ଡୀଙ୍କ ପରଲୋକ । ଆଜି ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ମୃତ୍ୟୁ ବେଳକୁ ତାଙ୍କ 49 ବର୍ଷ ବୟସ ହୋଇଥିଲା।

ମେକାପତି ରେଡ୍ଡୀଙ୍କୁ ହାର୍ଟ ଆଟାର୍କ ଆସିବା ପରେ ହଠାତ ସେ ଘରେ ପଡ଼ିଯାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ପରିବାର ଲୋକେ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ 90 ମିନିଟ ଧରି CPR ଦିଆଯାଇଥିଲା । ତାଙ୍କର ସ୍ବାସ୍ଥ୍ୟ ସ୍ଥିରବସ୍ଥାକୁ ଆଣିବା ପାଇଁ ମେଡ଼ିସିନ ଏବଂ ହୃଦରୋଗ ବିଶେଷଜ୍ଞ ଆପ୍ରାଣ ଉଦ୍ୟମ କରିଥିଲେ । ଡାକ୍ତରଙ୍କ ପ୍ରୟାସ ସତ୍ତ୍ବେ ଆଜି ସକାଳ 9.16 ମିନିଟରେ ତାଙ୍କର ମୃତ୍ୟୁ ଘଟିଛି।

ଗୌତମ ରେଡ୍ଡୀ ନେଲୋର ଜିଲ୍ଲାର ଅଟମାକୁରୁ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ବ କରୁଥିଲେ। ସେ 2014ମସିହାରେ ନିଜର ରାଜନୈତିରେ ପାଦ ଦେଇଥିଲେ ଏବଂ ସେହି ବର୍ଷ YSR କଂଗ୍ରେସ ଦଳରୁ ବିଧାୟକ ହୋଇଥିଲେ । ଏହାପରେ 2019 ବିଧାନସଭା ନିର୍ବାଚନ ଜିତି ମନ୍ତ୍ରୀ ପଦ ହାସଲ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 21, 2022, 11:02 AM IST

ABOUT THE AUTHOR

...view details