ଓଡିଶା

odisha

ETV Bharat / bharat

Skill Development Scam: ଚନ୍ଦ୍ରବାବୁ ନାଇଡୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ ଆନ୍ଧ୍ର ହାଇକୋର୍ଟ - ଆନ୍ଧ୍ରପ୍ରଦେଶ ହାଇକୋର୍ଟ

ଦକ୍ଷତା ବିକାଶ ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ 4 ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କଲେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ । ଅଧିକ ପଢ଼ନ୍ତୁ

Chandrababu Naidu
Chandrababu Naidu

By ETV Bharat Odisha Team

Published : Oct 31, 2023, 11:51 AM IST

Updated : Oct 31, 2023, 12:31 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶ ହାଇକୋର୍ଟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଆଶ୍ବସ୍ତି । ଦକ୍ଷତା ବିକାଶ ମାମଲାରେ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଚାରି ସପ୍ତାହ ପାଇଁ ଅନ୍ତରୀଣ ଜାମିନରେ ଜେଲ ବାହାରକୁ ଆସିବେ ଚନ୍ଦ୍ରବାବୁ ନାଇଡୁ । ଆସନ୍ତାକାଲି ଶେଷ ହେବ ଚନ୍ଦ୍ରବାବୁ ନାଇଡୁଙ୍କ ନ୍ୟାୟିକ ହାଜତ ଅବଧି। ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଚନ୍ଦ୍ରବାବୁ ନାଇଡୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ମୋତିଆବିନ୍ଦୁ ଅସ୍ତ୍ରୋପଚାର ଆବଶ୍ୟକତା ବିଷୟରେ ତାଙ୍କ ଓକିଲ କୋର୍ଟରେ ଉପସ୍ଥାପନା କରିଥିଲେ। ନଭେମ୍ବର 28 ତାରିଖ ସୁଦ୍ଧା ସେ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହେବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅକ୍ଟୋବର 18 ତାରିଖରେ ନାଇଡୁଙ୍କ ପରିବାର ସଦସ୍ୟ ଏବଂ ଟିଡିପି ନେତାମାନେ ତାଙ୍କୁ ଜେଲ୍‌ରେ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଚନ୍ଦ୍ରବାବୁ ନାଇଡୁଙ୍କୁ ତାଙ୍କ ପତ୍ନୀ, ପୁଅ ଓ ବୋହୂ ଭେଟିଥିଲେ । ପରେ ଗଣମାଧ୍ୟମ ସମ୍ମୁଖରେ ଟିଡିପି ନେତା ନାଇଡୁଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ଥିବା କହିଥିଲେ । ସେମାନେ କହିଥିଲେ ଯେ, ସ୍ବାସ୍ଥ୍ୟାବସ୍ଥାରେ ସୁଧାର ପାଇଁ ଯେଉଁ ଔଷଧ ଦିଆଯାଉଛି ସେଥିରେ କୌଣସି ଫଳପ୍ରଦ ହେଉନାହିଁ । ଡାକ୍ତରୀ ପରୀକ୍ଷା ପାଇଁ ଆମେ ଜେଲ୍‌ କର୍ତ୍ତୁପକ୍ଷଙ୍କୁ ଚିଠି ଲେଖିଛୁ ।

ଦକ୍ଷତା ବିକାଶ ଘୋଟାଲା ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଆନ୍ଧ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନ୍ୟାୟିକ ହାଜତ ଅବଧିକୁ ନଭେମ୍ବର ପହିଲାକୁ ବୃଦ୍ଧି କରାଯାଇଥିଲା । ନାଇଡୁ ଏବେ ରାଜମହେନ୍ଦ୍ରୀ କେନ୍ଦ୍ରୀୟ କାରାଗାରରେ ରହିଛନ୍ତି । ଅକ୍ଟୋବର 19 ତାରିଖରେ ବିଚାର ବିଭାଗୀୟ ହାଜତ ଅବଧି ଶେଷ ହେବା ପରେ ତାଙ୍କୁ ଭର୍ଚ୍ଚୁଆଲି କୋର୍ଟରେ ହାଜର କରିଥିଲା ତଦନ୍ତକାରୀ ସଂସ୍ଥା ସିଆଇଡି । ବିଜୟଓ୍ବାଡା ଏସିବି କୋର୍ଟ ନାଇଡୁଙ୍କ ବିଚାର ବିଭାଗୀୟ ହାଜତ ଅବଧିକୁ ଆସନ୍ତା ମାସ ପହିଲା ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଏହା ଶେଷ ହେବା ପୂର୍ବରୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ତାଙ୍କୁ 4 ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-FiberNet scam: ନଭେମ୍ବର ୯ ପର୍ଯ୍ୟନ୍ତ ଚନ୍ଦ୍ରବାବୁଙ୍କୁ ଗିରଫ କରିପାରିବନି ଆନ୍ଧ୍ର ପୋଲିସ

ଚନ୍ଦ୍ରବାବୁଙ୍କ ଗିରଫଦାରୀ ପରେ ବାରମ୍ବାର ତାଙ୍କ ଜାମିନ ଆବେଦନ ଖାରଜ ହେବାରେ ଲାଗିଥିଲା । ପ୍ରଥମେ ତଳକୋର୍ଟ ଓ ପରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରୁ ନିରାଶ ହେବା ପରେ ସେ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଥିଲେ । ତାଙ୍କ ବିରୋଧରେ ଜାରି ରହିଥିବା ମାମଲା ମିଥ୍ୟା ଓ ରାଜନୈତିକ ଉଦ୍ଦେଶ୍ୟମୂଳକ ଦର୍ଶାଇ ଉକ୍ତ ମାମଲା ଖାରଜ କରିବା ସର୍ବୋଚ୍ଚ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ଚନ୍ଦ୍ରବାବୁ ନାଇଡୁ ।

ସେପ୍ଟେମ୍ବର 9 ତାରିଖରେ ଆନ୍ଧ୍ର ପ୍ରଦେଶ ସିଆଇଡି ଚନ୍ଦ୍ରବାବୁଙ୍କୁ ଗିରଫ କରିଥିଲା । ଦକ୍ଷତା ବିକାଶରେ ଦୁର୍ନୀତି ହୋଇଥିବା ନେଇ ତାଙ୍କ ବିରୋଧରେ 2021 ମସିହାରେ ମାମଲା ରୁଜୁ ହୋଇଥିଲା । ଏଥିରେ ପ୍ରାୟ 3 ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । 9 ତାରିଖ ସକାଳ 9ଟାରେ ରାଜ୍ୟ ସିଆଇଡି ବିଭାଗର ଟିମ୍‌ ତାଙ୍କୁ ନନ୍ଦାୟାଲାରୁ ଗିରଫ କରିଥିଲା ।

Last Updated : Oct 31, 2023, 12:31 PM IST

ABOUT THE AUTHOR

...view details