ଓଡିଶା

odisha

By

Published : Mar 4, 2023, 10:23 AM IST

ETV Bharat / bharat

Antony Blinken India Visit: ଅଟୋରେ ବୁଲିଲେ ଆଣ୍ଟୋନି ବ୍ଲିଙ୍କେନ, ପିଇଲେ ମସଲା ଚା’

ଅଟୋ ରିକ୍ସାରେ ଚଢ଼ି, ମସଲା ଚା' ପିଇ ଭାରତରେ ବାସ କରୁଥିବା ଆମେରିକୀୟ ନାଗରିକଙ୍କୁ ଭେଟିଲେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ । ଅଧିକ ପଢ଼ନ୍ତୁ

antony blinken auto rickshaw ride
antony blinken auto rickshaw ride

ନୂଆଦିଲ୍ଲୀ:ଦିଲ୍ଲୀରେ ଆୟୋଜିତ ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ଦୁଇ ଦିନିଆ ବୈଠକ ଶେଷ ହୋଇଛି । ଅନୁଷ୍ଠିତ ବୈଠକରେ ଯୋଗ ଦେବାକୁ ଆସିଥିବା ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଭାରତରେ ବାସ କରୁଥବା ଆମେରିକୀୟଙ୍କୁ ଭେଟିଛନ୍ତି । ଗତ ଶୁକ୍ରବାର ଆୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ବିଭିନ୍ନ ସହରରେ ରହୁଥିବା ଆମେରିକୀୟ ନାଗରିକଙ୍କୁ ଭେଟି ଭାରତ ଗସ୍ତ ଶେଷ କରିଛନ୍ତି ଆଣ୍ଟୋନି ବ୍ଲିଙ୍କେନ ।

ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପରେ ଆମେରିକାର ବୈଦେଶିକ ସଚିବ ଆଣ୍ଟିନୋ ବ୍ଲିଙ୍କେନ କହିଛନ୍ତି, ଭାରତ-ଆମେରିକା ସମ୍ପର୍କକୁ ସୁଦୃଢ଼ କରିବାକୁ ଏଠାରେ ଥିବା କଠୋର ପରିଶ୍ରମ ନିକଟରେ କୃତଜ୍ଞ । ମୁମ୍ବାଇ, କୋଲକାତା, ହାଇଦ୍ରାବାଦ ଏବଂ ଚେନ୍ନାଇରେ ଥିବା ଆମେରିକୀୟ ଦୂତାବାସର କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଆଣ୍ଟିନୋ ବ୍ଲିଙ୍କେନ ସାକ୍ଷାତ କରିଛନ୍ତି । ଯାହାର ଫଟୋ ଏବଂ ଭିଡ଼ିଓ ସେ ତାଙ୍କ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏଥିରେ ଦେଖିବାକୁ ମିଳିଛି ଯେ, ଦୂତାବାସ ବସିଥିବା ଅଟୋ ରିକ୍ସାରୁ ଆଣ୍ଟିନୋ ବ୍ଲିଙ୍କେନ ଓହ୍ଲାଉଛନ୍ତି ।

ସେହିପରି ଦିଲ୍ଲୀରେ ବ୍ଲିଙ୍କେନ ୱୋମେନ ସିଭିଲ ସୋସାଇଟିର ନେତ୍ରୀ ମାନଙ୍କୁ ଭେଟିବା ବେଳେ ମସଲା ଚା' ପିଇଥିଲେ । ଏହି ସମୟରେ ସେ ମହିଳା ସଶକ୍ତିକରଣ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହାଦ୍ବାରା ଭାରତ-ଆମେରିକା ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରୁଥିବା ସେ ମତ ରଖିଥିଲେ । ଆଣ୍ଟିନୋ ବ୍ଲିଙ୍କେନ ଭାରତ ଗସ୍ତ ଶେଷ ପରେ ଟ୍ବିଟ କରି ଲେଖିଛନ୍ତି ଯେ, "ଭାରତ-ଆମେରିକା ସହଭାଗିତା ଫଳପ୍ରଦ ହୋଇଛି । ମୋର ଗସ୍ତ ଦ୍ବାରା ଉଭୟ ଦେଶ ମଧ୍ୟରେ ସମ୍ପର୍କର ଦୃଢ଼ତାକୁ ପ୍ରତିଫଳିତ କରୁଛି । ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଭାରତର ନେତୃତ୍ବ ଏବଂ ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଉଛି । ଭାରତର ଜି-୨୦ ଅଧ୍ୟକ୍ଷତା ଯାହା ସବୁ ଉଚ୍ଚଭିଳାଷୀ ଏଜେଣ୍ଡା ରହିଛି, ସେଥିରେ ଭାଗ ନେବାକୁ ମୁଁ ପ୍ରସ୍ତୁତ ।"

ସୂଚନା ଥାଉକି, ଭାରତର ଅଧ୍ୟକ୍ଷତାରେ ଜି-୨୦ ବିଦେଶ ମନ୍ତ୍ରୀଙ୍କ ସର୍ବବୃହତ ସମ୍ମିଳନୀ । ଏଥିରେ ଅଣ ଜି-୨୦ ସଦସ୍ୟ ସମେତ ୪୦ଟି ଦେଶର ପ୍ରତିନିଧିଙ୍କୁ ନିମନ୍ତ୍ରିତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀକୁ ସମ୍ବୋଧିତ କରି ରାଷ୍ଟ୍ରମାନଙ୍କ ମଧ୍ୟରେ ଏକତା, ସେମାନଙ୍କ ଉଦ୍ଦେଶ୍ୟ ଓ କାର୍ଯ୍ୟର ଏକତା ଉପରେ ଗୁରୁତ୍ବ ଦେଇଥିଲେ । ବୈଠକରେ ଆତଙ୍କବାଦ, ଖାଦ୍ୟ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଶେଷକରି ୟୁକ୍ରେନ-ଋଷିଆ ଯୁଦ୍ଧ ବନ୍ଦ ପାଇଁ ବୈଦେଶିକ ମନ୍ତ୍ରୀମାନେ ଆଲୋଚନା କରିଥଛନ୍ତି ।

ABOUT THE AUTHOR

...view details