ଓଡିଶା

odisha

ETV Bharat / bharat

ଉତ୍ତରାଖଣ୍ଡରେ ସବୁ ବୟସର ସାମ୍ବାଦିକଙ୍କୁ କୋଭିଡ୍ ଟିକା - Covid vaccination of all journalists

ସମସ୍ତ କାର୍ଯ୍ୟରତ ସାମ୍ବାଦିକ ନେବେ କୋଭିଡ ଟିକା । ଘୋଷଣା କଲେ ଉତ୍ତରାଖଣ୍ଡ ସରକାର । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡରେ ସବୁ ବୟସର ସାମ୍ବାଦିକଙ୍କୁ ଟିକା
ଉତ୍ତରାଖଣ୍ଡରେ ସବୁ ବୟସର ସାମ୍ବାଦିକଙ୍କୁ ଟିକା

By

Published : Apr 3, 2021, 11:00 PM IST

ଡେରାଡୁନ: ସମସ୍ତ କାର୍ଯ୍ୟରତ ସାମ୍ବାଦିକ ନେବେ କୋଭିଡ ଟିକା । ସାମ୍ବାଦିକଙ୍କୁ ଆଗ ଧାଡିର କୋଭିଡ ଯୋଦ୍ଧା ଭାବେ ମାନ୍ୟତା ଦେବା ସହ ସେମାନଙ୍କ ପାଇଁ ଟୀକା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ସରକାର । ବୟସ ଓ ଅନ୍ୟାନ୍ୟ ମାପଦଣ୍ଡ ବିନା ସବୁ ବର୍ଗ ଓ ପ୍ରକାରର ସାମ୍ବାଦିକ ମାନଙ୍କୁ କୋଭିଡ ଟିକା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ତିରାଥ ସିଂ ରାଓ୍ବତ ।

ମୁଖ୍ୟମନ୍ତ୍ରୀ କହିଛନ୍ତି କୋରୋନା କାଳରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସାମ୍ବାଦିକ ଓ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ବପୁର୍ଣ୍ଣ ରହିଛି । ମହାମାରୀ ସମୟରେ ଯୋଗାଯୋଗ ଓ ସଚେତନା ସୃଷ୍ଟି ଏକ ପ୍ରମୁଖ ପ୍ରସଙ୍ଗ ଥିଲା । ଲକଡାଉନ୍ ଆରମ୍ଭ ହେବା ପରଠାରୁ ସୂଚନା ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ନିରନ୍ତର କାମ କରିଛନ୍ତି ଏବଂ କୋଭିଡ ସହିତ ମୁକାବିଲା କରିଛନ୍ତି । ଏହି ସମୟରେ ସଠିକ୍ ସୂଚନା ବିଷୟରେ ସଚେତନତା ସୃଷ୍ଟି କରିଛନ୍ତି ଗଣମାଧ୍ୟମ ପ୍ରିତନିଧି ।

ରାଜ୍ୟରେ କରୋନା ଭାଇରସ ମାମଲାରେ ବୃଦ୍ଧି ଘଟିବା ନେଇ ଚିନ୍ତା ପ୍ରକଟ କରି ମୁଖ୍ୟମନ୍ତ୍ରୀ ରାୱତ । ଅଧିକାରୀମାନଙ୍କୁ ଗ୍ରାମାଞ୍ଚଳରେ ଟୀକାକରଣ ସୁବିଧା ବ୍ୟତୀତ କରୋନା ରୋଗୀଙ୍କ ପରୀକ୍ଷା ଏବଂ ଚିକିତ୍ସା ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details