ମୁମ୍ବାଇ:ଆଣ୍ଟାଲିଆ ମାମଲା । ନିଲମ୍ବିତ ପୋଲିସ ଅଫିସର ସଚିନ ୱାଜେଙ୍କ ପ୍ରମାଣ ନଷ୍ଟ କରିବାରେ ସହାୟତା କରିଥିଲେ ମୁମ୍ବାଇ କ୍ରାଇମ ବ୍ରାଞ୍ଚମ ପୋଲିସ ଅଫିସର ରିୟାଜୁଦ୍ଦିନ କାଜୀ । ସ୍କର୍ପିଓ ସମ୍ବନ୍ଧୀୟ ପ୍ରମାଣ ନଷ୍ଟ କରିବା ନେଇ ପୋଲିସ ହାତରେ ଲାଗିଛି ଏକ ଭିଡିଓ । ଯେଉଁଥିରେ ବିକ୍ରୋଲିର କନ୍ନମଭର ନାଗାରର ଏକ ଗ୍ୟାରେଜରେ ରିୟାଜୁଦ୍ଦିନ କାଜୀ ପ୍ରମାଣ ନଷ୍ଟ କରୁଥିବାର ଦେଖିବାକୁ ମିଳିଛି ।
କାଜୀ ଗ୍ୟାରେଜର ସିସିଟିଭର DVR ରେ କାଢି ନେବା ସହ ଗ୍ୟାରେଜ ମାଲିକଙ୍କୁ ଯାଞ୍ଚ ପାଇଁ ସାଥୀରେ ନେଇଥିଲେ । ୱାଜେ ଏହି ଗ୍ୟାରେଜରେ ଏକ ଫେକ ନମ୍ବର ପ୍ଲେଟ ବଦଳାଇଥିଲେ । ତେବେ ଏହି ଘଟଣାର ଯାଞ୍ଚ କରୁଥିବା ଏନଆଇଏ ଔରଙ୍ଗାବାଦର ମିଥି ନଦୀରୁ ଉକ୍ତର କାର ଏକ ନମ୍ବର ପ୍ଲେଟ ଜବତ କରିଥିଲା । ଏହି ନମ୍ବର ପ୍ଲେଟ (MH 20-FP-1539) ଔରଙ୍ଗାବାଦର HUDCOରେ ରହୁଥିବା ବିଜୟ ନାଡେଙ୍କ ବୋଲି ଜଣାପଡିଛି । 2020 ନଭେମ୍ବର 16 ରେ ଉଦଭ୍ରାଓ ପାଟିଲଙ୍କ ଠାରୁ କାର ଚୋରି କରାଯାଇଛି ବୋଲି ଏନଆଇଏର ତଦନ୍ତରୁ ଜଣାପଡିଛି ।