ଓଡିଶା

odisha

By

Published : Mar 15, 2021, 2:21 PM IST

ETV Bharat / bharat

ଆଣ୍ଟିଲିଆ ମାମଲା: ସଚିନ ୱେଜ ନିଲମ୍ବିତ

ଆଣ୍ଟିଲିଆ ମାମଲାରେ ଏନଆଇଏ ଗିରଫ କରିଥିବା ମୁମ୍ବାଇ ପୋଲିସ ସଚିବ ୱେଜ ନିଲମ୍ବିତ । ଗିରଫଦାରି କାରଣରୁ ତାଙ୍କୁ ସସପେଣ୍ଡ କରିଛି ମୁମ୍ବାଇ ପୋଲିସ । ଅଧିକ ପଢନ୍ତୁ...

ସଚିନ ୱେଜଙ୍କୁ ସସପେଣ୍ଡ କଲା ମୁମ୍ବାଇ ପୋଲିସ
ସଚିନ ୱେଜଙ୍କୁ ସସପେଣ୍ଡ କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଆଣ୍ଟିଲିଆ ମାମଲାରେ ଏନଆଇଏ ଗିରଫ କରିଥିବା ମୁମ୍ବାଇ ପୋଲିସ ସଚିବ ୱେଜ ନିଲମ୍ବିତ । ଗିରଫଦାରି କାରଣରୁ ତାଙ୍କୁ ସସପେଣ୍ଡ କରିଛି ମୁମ୍ବାଇ ପୋଲିସ । ଅନ୍ୟପଟେ, ଏନଆଇଏ ମାର୍ଚ୍ଚ 25 ଯାଏଁ ସଚିନ ୱାଜେଙ୍କୁ ରିମାଣ୍ଡରେ ନେଇଛି । ସଚିନ ୱିଜେଙ୍କୁ ଆଣ୍ଟିଲିଆ ମାମଲାରେ ମୁଖ୍ୟସୂତ୍ରଧର ବୋଲି କୁହାଯାଉଛି । ଦୀର୍ଘ ଘଣ୍ଟାର ପଚରାଉଚୁରା ପରେ ଶନିବାର ସଚିନ ୱାଜେଙ୍କୁ ଗିରଫ କରିଥିଲା ଏନଆଇଏ ।

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ନିକଟରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ରଖିବା ମାମଲାରେ ତଦନ୍ତ କରୁଥିବା ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଶନିବାର ସଚିନଙ୍କୁ କରିଥିଲା ଗିରଫ । ଶନିବାର ଦୀର୍ଘ 12 ଘଣ୍ଟା କାଳ ଏନଆଇଏ ତାଙ୍କୁ ଜେରା କରିବା ପରେ ଶେଷରେ ଗିରଫ କରି ରବିବାର କୋର୍ଟରେ ହାଜର କରିଥିଲା ।

ସଚିନଙ୍କ ବିରୋଧରେ ଧାରା 286, 465, 437, 506(2), 120 ମାମଲା ରୁଜୁ କରାଯାଇଛି । ଜାଲିଆତି, ବିସ୍ଫୋରକ ସାମଗ୍ରୀ ବ୍ୟବହାର, ଅପରାଧିକ ଧମକ ଦେବା ଅଭିଯୋଗରେ ମାମଲା ଦାୟର କରିଛି ଏନଆଇଏ । ଏହା ପୂର୍ବରୁ ଶନିବାର ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ ସଚିନ । ସଚିନଙ୍କୁ ଜେରା କରିବା ଆବଶ୍ୟକ କହି କୋର୍ଟ ତାଙ୍କ ଆବେଦନ ଖାରଜ କରିଦେଇଥିଲେ ।

ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ବାସଭବନ ଆଣ୍ଟିଲିଆ ନିକଟରୁ ମିଳିଥିବା ବିସ୍ଫୋରକ ଜିଲେଟିନ ଭର୍ତ୍ତି ସ୍କର୍ପିଓ ଗାଡି ମାଲିକର ମୃତ୍ୟୁ ହୋଇଯାଇଛି । ସୂଚନା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଗାଡି ଡ୍ରାଇଭର ତଥା ଏହାର ମାଲିକ ଆତ୍ମହତ୍ୟା କରିଥିଲେ । ହେଲେ ପରେ ତାଙ୍କ ସ୍ତ୍ରୀଙ୍କ ବୟାନ ଆଧାରରେ ହତ୍ୟା ମାମଲା ରୁଜୁ କରାଯାଇଥିଲା । କଲୱା ଅଞ୍ଚଳରୁ ଗାଡି ମାଲିକର ମୃତଦେହ ମିଳିଥିଲା ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ଅମ୍ବାନୀଙ୍କ ବହୁମହଲା ବାସଭବନ ଆଣ୍ଟିଲିଆ ନିକଟରୁ 25 ଫେବୃଆରୀ ସଂଧ୍ୟାରେ ମିଳିଥିଲା 2.5 କିଲୋର ଜିଲେଟିନ ବିସ୍ଫୋରକ । ଏକ ସନ୍ଦିଗ୍ଧ ଗାଡିରେ ରହିଥିଲା ଏହି ଜିଲେଟିନ । ଗାଡିରେ ଏକ ଚିଠି ମଧ୍ୟ ମିଳିଥିବା କୁହାଯାଇଥିଲା, ଯେଉଁଥିରେ ଅମ୍ବାନୀ ଓ ତାଙ୍କ ପରିବାରକୁ ଧମକ ଦିଆଯାଇଥିବା ବିଷୟରେ ଉଲ୍ଲେଖ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details