ଓଡିଶା

odisha

By

Published : Apr 5, 2021, 10:42 AM IST

ETV Bharat / bharat

ନକ୍ସଲଙ୍କ ବିରୋଧରେ ଅପରେସନ ଜାରି ରହିବ: ଭୂପେଶ ବାଘେଲ

ଛତିଶଗଡର ସୁକମାରେ ହୋଇଥିବା ନକ୍ସଲ ଆକ୍ରମଣରେ 22 ଯବାନ ଶହୀଦ ହୋଇଛନ୍ତି । ଯବାନମାନଙ୍କ ଏହି ବଳିଦାନ ବ୍ୟର୍ଥ ଯିବନି । ନକ୍ସଲଙ୍କ ବିରୋଧରେ ଅପରେସନ ଜାରି ରହିଛି ନକ୍ସଲ ପ୍ରବଣ ଅଞ୍ଚଳରେ କ୍ୟାମ୍ଫ ଗଠନ କରାଯିବ ବୋଲି କହିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ଅଧିକ ପଢନ୍ତୁ...

ଛତିଶଗତ ମୁ୍ଖ୍ୟମନ୍ତ୍ରୀ ଭୁପେଶ ବାଘେଲ
ଛତିଶଗତ ମୁ୍ଖ୍ୟମନ୍ତ୍ରୀ ଭୁପେଶ ବାଘେଲ

ରାୟପୁର:ଛତିଶଗଡର ସୁକମାରେ ହୋଇଥିବା ନକ୍ସଲ ଆକ୍ରମଣରେ 22 ଯବାନ ଶହୀଦ ହୋଇଛନ୍ତି । ଯବାନମାନଙ୍କ ଏହି ବଳିଦାନ ବ୍ୟର୍ଥ ଯିବନି । ନକ୍ସଲଙ୍କ ବିରୋଧରେ ଅପରେସନ ଜାରି ରହିଛି ନକ୍ସଲ ପ୍ରବଣ ଅଞ୍ଚଳରେ କ୍ୟାମ୍ଫ ଗଠନ କରାଯିବ ବୋଲି କହିଛନ୍ତି ଛତିଶଗ଼ଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ।

ଛତିଶଗଡ ମୁ୍ଖ୍ୟମନ୍ତ୍ରୀ ଭୁପେଶ ବାଘେଲ

ଆସାମ ବିଧାନସଭା ନିର୍ବାଚନ ପାଇଁ ଆସାମରେ ପ୍ରଚାର କରିଥିଲେ ଛତିଶଗତ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ରବିବାର ରାୟପୁର ଫେରିବା ସମୟରେ ବିମାନବନ୍ଦରରେ ବରିଷ୍ଠ ପ୍ରଶାସନ ଏବଂ ପୋଲିସ ଅଧିକାରୀଙ୍କ ସହିତ ବିଜାପୁର ନକ୍ସଲ ଆକ୍ରମଣ ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି ଆମ ଯବାନ ଏହି ଯୁଦ୍ଧରେ ଶହୀଦ ହୋଇଛନ୍ତି । ଏହା ପରେ ବି ସାହସର ସହିତ ଲଢିଛନ୍ତି । ମୁଁ ସେମାନଙ୍କୁ କୋଟି କୋଟି ପ୍ରଣାମ କରୁଛି । ସେ ଆହୁରି କହିଛନ୍ତି ନକ୍ସଲମାନଙ୍କ ବିରୁଦ୍ଧରେ ଯୁଦ୍ଧରେ ଜିତିବାକୁ ସୁରକ୍ଷା ବାହିନୀ ଅତ୍ୟଧିକ ଉତ୍ସାହିତ ଏବଂ ସଂକଳ୍ପବଦ୍ଧ ।

ଏହି ନକ୍ସଲ-ପୋଲିସର ମୁକାବିଲା ବିଜାପୁରର ନକ୍ସଲମାନଙ୍କ ପାଇଁ ବହୁ କ୍ଷତି ଘଟାଇଛି। ଆମକୁ ସୂଚନା ମିଳିଛି ଯେ ନକ୍ସଲମାନେ ସେମାନଙ୍କ ସାଥୀଙ୍କ ମୃତଦେହ ଓ ଆହତ ସାଥୀଙ୍କୁ ଏନକାଉଣ୍ଟର ସ୍ଥାନରୁ ଚାରିଟି ଟ୍ରାକ୍ଟରରେ ନେଇ ଯାଇଥିବା କହିଛନ୍ତି ବଘେଲ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଯୁଦ୍ଧ ଚାରି ଘଣ୍ଟା ଧରି ଚାଲିଥିଲା ​​ଏବଂ ସୁରକ୍ଷା ବାହିନୀ ନକ୍ସଲ ପ୍ରଭାବିତ ଅଞ୍ଚଳରେ ପ୍ରବେଶ କରି ବୀରତ୍ୱର ସହତି ଯୁଦ୍ଧ କରିଥିଲେ। ଛତିଶଗଡରେ ନକ୍ସଲମାନଙ୍କ ପ୍ରଭାବ ଦ୍ରୁତ ଗତିରେ ହ୍ରାସ ପାଉଛି ଏବଂ ବର୍ତ୍ତମାନ ଏହା ରାଜ୍ୟର ସୀମିତ ରହିଛି ।

ନକ୍ସଲ ଆକ୍ରମଣ ପରେ ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ଛତିଶଗଡରେ ଥିବା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ର ମହାନିର୍ଦ୍ଦେଶକ କୁଲଦୀପ ସିଂ ରବିବାର କହିଛନ୍ତି ଯେ ଏହି ଅପରେସନରେ ଗୁପ୍ତଚର ବିଫଳ ହୋଇନାହିଁ । ସିଂ ସୂଚନା ଦେଇଛନ୍ତି ଯେ ପାଖାପାଖି 25 ରୁ 30 ନକ୍ସଲଙ୍କର ମୃତ୍ୟୁ ହୋଇଛି । ଯଦିଓ ପ୍ରକୃତ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

2000 ସେନାଙ୍କୁ ନକ୍ସଲ ପ୍ରବଣ ଅଞ୍ଚଳରେ କ୍ୟାମ୍ପ ସ୍ଥାପନ କରିବାରୁ ପଠାଯାଇଛି । ଏହି କ୍ୟମ୍ଫ ସେମାନଙ୍କ ଗତିବିଧି ଉପରେ ଦୃଷ୍ଟି ରଖିବ । ସୁକମା ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କର ପରିବାରର ସହିତ ମୋର ସମବେଦନା ରହିଛି । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଜାପୁର ଗସ୍ତ କରିବେ । ସେଠାରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ଆହତ ଯବାନଙ୍କୁ ଭେଟିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details