ନୂଆଦିଲ୍ଲୀ: ଭାରତ ବିରୋଧୀ ଶକ୍ତି ଅରାଜକତା ପାଇଁ ପ୍ରଚେଷ୍ଟା କରୁଛନ୍ତି । ବିଶେଷ କରି ଜାତୀୟ ରାଜଧାନୀକୁ ସେମାନେ ଫୋକସରେ ରଖିଥିବା କହିଛନ୍ତି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଜି କିଶାନ ରେଡ୍ଡୀ । ମଙ୍ଗଳବାର ଦିଲ୍ଲୀ ପୋଲିସର 74 ତମ ରାଇଜିଂ ଡେରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏପରି କହିଛନ୍ତି ।
ଦିଲ୍ଲୀ ପୋଲିସ କର୍ମଚାରୀଙ୍କୁ ଉଦବୋଧନ ଦେଇ ରେଡ୍ଡୀ କହିଛନ୍ତି,‘ଅନେକ ଭାରତ ବିରୋଧୀ ଶକ୍ତି ଅଛନ୍ତି, ଯେକି ଅରାଜକତା ସୃଷ୍ଟି କରିବାକୁ ଚାହୁଁଛନ୍ତି । ଦିଲ୍ଲୀ ସେମାନଙ୍କର ଫୋକସ ପଏଣ୍ଟ । 2020 ମସିହା ଫେବୃଆରୀରେ ହୋଇଥିବା ହିଂସା ଓ ବିକ୍ଷୋଭ ତାହାର ଅଂଶବିଶେଷ ।’
ଏହି ଅବସରରେ ଦିଲ୍ଲୀ ପୋଲିସଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଛନ୍ତି ମନ୍ତ୍ରୀ । ଦିଲ୍ଲୀ ପୋଲିସ ଯେପରି ଭାବେ ହିଂସାକୁ ଆୟତ୍ତ କଲା ଓ ବେଆଇନ ବିକ୍ଷୋଭକୁ କରାଗତ କଲା ତାହା ପ୍ରଶଂସା ଯୋଗ୍ୟ ବୋଲି ସେ କହିଛନ୍ତି ।