ଓଡିଶା

odisha

ETV Bharat / bharat

କର୍ଣ୍ଣାଟକ ବିଧାନସଭାରେ ପାରିତ ହେଲା ଗୋହତ୍ୟା ନିଷେଧ ଓ ସଂରକ୍ଷଣ ବିଲ - ଗୋହତ୍ୟା ନିଷେଧ ଓ ସଂରକ୍ଷଣ ବିଲ ପାରିତ

କର୍ଣ୍ଣାଟକ ବିଧାନସଭାରେ ପାରିତ ହେଲା ଗୋହତ୍ୟା ନିଷେଧ ଏବଂ ସଂରକ୍ଷଣ ସଂଶୋଧନ ବିଲ୍ 2020 । ପଢନ୍ତୁ ଅଧିକ....

କର୍ଣ୍ଣାଟକ ବିଧାନସଭାରେ ପାରିତ ହେଲା ଗୋହତ୍ୟା ନିଷେଧ ଓ ସଂରକ୍ଷଣ ବିଲ
କର୍ଣ୍ଣାଟକ ବିଧାନସଭାରେ ପାରିତ ହେଲା ଗୋହତ୍ୟା ନିଷେଧ ଓ ସଂରକ୍ଷଣ ବିଲ

By

Published : Dec 9, 2020, 7:45 PM IST

Updated : Dec 9, 2020, 9:05 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ପାରିତ ହେଲା ଗୋହତ୍ୟା ନିଷେଧ ଏବଂ ସଂରକ୍ଷଣ ସଂଶୋଧନ ବିଲ୍ 2020। ଗୃହରେ କଂଗ୍ରେସ ଏବଂ ଜେଡିଏସ ସଦସ୍ୟଙ୍କ ପ୍ରବଳ ବିରୋଧ ମଧ୍ୟରେ ପଶୁପାଳନ ମନ୍ତ୍ରୀ ପ୍ରଭାସ ଚ୍ବାହାନ ଏହି ବିଲକୁ ଆଗତ କରିଥିଲେ ଉଭୟ କଂଗ୍ରେସ-ଜେଡିଏସ ସଦସ୍ୟଙ୍କ ବିରୋଧ ଓ ହଟ୍ଟଗୋଳ ମଧ୍ୟରେ ମନ୍ତ୍ରୀ ଏହି ବିଲ୍ ଉପସ୍ଥାପନ କରିଥିଲେ।

କର୍ଣ୍ଣାଟକ ବିଧାନସଭାରେ ପାରିତ ହେବା ପୁର୍ବରୁ ଗୋପୂଜା କଲେ ପଶୁ ସମ୍ପଦ ମନ୍ତ୍ରୀ ପ୍ରଭୁ ଚୌହାନ

କର୍ଣ୍ଣାଟକ ଗୋରୁ ହତ୍ୟା ନିଷେଧ ଏବଂ ସଂରକ୍ଷଣ ବାଧ୍ୟତାମୂଳକ -2020 ପ୍ରସ୍ତାବ ଥିବାରୁ ବିରୋଧୀଦଳ ନେତା ସିଦ୍ଧରମାୟା ଆପତ୍ତି ଉଠାଇଥିଲେ। କମିଟି ବୈଠକରେ କେବଳ ଅର୍ଡିନାନ୍ସ ଦ୍ୱାରା ଦିଆଯାଇଥିବା ସବମିସନଗୁଡ଼ିକ ଆଗତ କରାଯିବ ବୋଲି କୁହାଯାଇଥିବା ବେଳେ ଗୋହତ୍ୟା ବିଲ ଆଗତକୁ ନେଇ ବିରୋଧି ମାନେ ପ୍ରତିବାଦ କରିଥିଲେ ।

କର୍ଣ୍ଣାଟକ ବିଧାନସଭାରେ ପାରିତ ହେବା ପୁର୍ବରୁ ଗୋପୂଜା କଲେ ପଶୁ ସମ୍ପଦ ମନ୍ତ୍ରୀ ପ୍ରଭୁ ଚୌହାନ

ଏହି ସମୟରେ ବିଜେପି ଏବଂ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ ଜୋରଦାର ତିକ୍ତତା ଦେଖାଯାଇଥିଲା । କିଛି ସଦସ୍ୟ ଗୃହ ତ୍ୟାଗ କରିଥିବା ମଧ୍ୟ ଦେଖିବକୁ ମିଳିଥିଲା । କଂଗ୍ରେସ ବିଧାୟକମାନେ ବିଜେପି ଏହାକୁ ସାମ୍ପ୍ରଦାୟିକ ରଙ୍ଗ ଦେବା ପାଇଁ ଚେଷ୍ଟା କରି ଏହି ବିଲକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଛି ଓ ଏହା ଆରଏସଏସର ଯୋଜନା ବୋଲି ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମାୟା ବିବୃତ୍ତି ରଖିଥିଲେ । ଅନ୍ୟପଟେ ବିଜେପି ବିଧାୟକ ମାନେ ଏହି ବିଲକୁ ସମର୍ଥନ କରିବା ସହ କଂଗ୍ରେସ ସଦସ୍ୟ ମାନଙ୍କ ଉପରେ ବର୍ଷିଥିବା ଦେଖାଯାଇଥିଲା ।

ଗତ କିଛି ଦନ ତଳେ ଗୋମାଂସ ବିକ୍ରେତା ସଂଘର କର୍ମକର୍ତ୍ତା କଂଗ୍ରେସ ନେତା ସିଦ୍ଧ ରମାୟାଙ୍କୁ ଭେଟି ଏହି ବିଲ ବିରୋଧରେ ସ୍ବର ଉଠାଇବାକୁ ଦାବି କରିଥିଲା । ବିରୋଧୀଦଳ ନେତା ସିଦ୍ଧରମୟାଙ୍କ ନେତୃତ୍ୱରେ କଂଗ୍ରେସ ସଦସ୍ୟମାନେ ଏହାକୁ ବିରୋଧ କରିଥିଲେ। ଜେଡିଏସ୍ ସଦସ୍ୟମାନେ ମଧ୍ୟ କଂଗ୍ରେସ କର୍ମୀଙ୍କ ସହ ଏହା ବିରୋଧରେ ଏକ ମତ ହୋଇଥିଲେ। କିନ୍ତୁ ପ୍ରବଳ ହଟ୍ଟଗୋଳ ଓ ବିରୋଧ ମଧ୍ୟରେ ଏହି ବିଲ ପାରିତ ହୋଇଛି ।

ତେବେ ଏହି ବିଲ ଗୃହରେ ପାରିତ ହେବା ପୁର୍ବରୁ କର୍ଣ୍ଣାଟକ ବିଧାନସଭା ସାମ୍ନାରେ ଏକ ଗୋରୁ ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ଯକ୍ରମରେ ପଶୁ ସମ୍ପଦ ମନ୍ତ୍ରୀ ପ୍ରଭୁ ଚୌହାନ ବିଧାନସଭା ବାହାରେ ଗୋପୁଜା କରିଥିଲେ । ଏକ ସ୍ବତନ୍ତ୍ର ଯାନରେ ବିଧାନସଭା ପରିସରକୁ ଏକ ଗାଇ ଅଣାଯିବା ପରେ ଏହି ପୂଜା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ପୂଜାରେ ମନ୍ତ୍ରୀ ଚୌହାନଙ୍କ ସହ ଅନ୍ୟ ବିଜେପି ବିଧାୟକ ମାନେ ମଧ୍ୟ ଯୋଗ ଦେଇ ଗୋ ପୂଜା କରୁଥୁବା ଦେଖିବାକୁ ମିଳିଥିଲା ।

ଏଥିରେ ଗ୍ରାମାଞ୍ଚଳ ଉନ୍ନୟନ ମନ୍ତ୍ରୀ କେ ଏସ ଇଶ୍ବରପ୍ପା , ବିଧାୟକ ରୁପାଲି ନାୟକ ପ୍ରମୁଖ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ବିଜେପି ଦେଇଥିବା ପ୍ରତିଶୃତି ପୂରଣ କରିବାକୁ ଯାଉଥିବା କଥା କହିଛନ୍ତି ପଶୁ ସମ୍ପଦ ମନ୍ତ୍ରୀ ପ୍ରଭୁ ଚୌହାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 9, 2020, 9:05 PM IST

ABOUT THE AUTHOR

...view details