ଲକ୍ଷ୍ନୋ: ସେନାରେ ନୂତନ ନିଯୁକ୍ତି ନୀତି ଅଗ୍ନିପଥ ଯୋଜନା ବିରୋଧରେ ହିଂସାତ୍ମକ ବିରୋଧ ଯୋଗୁଁ ଟ୍ରେନ ଗୁଡିକ ଅଟକି ରହିଛି । ଏହି କାରଣରୁ ବିଭିନ୍ନ ରାଜ୍ୟ ଓ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୁବକମାନଙ୍କ ଦ୍ୱାରା ଧାରଣା ପ୍ରଦର୍ଶନ କରାଯାଉଛି । ଏହି କ୍ରମରେ ଆଜି ଦିଲ୍ଲୀ-ହାଓ୍ବାଡ଼ା ମୁଖ୍ୟ ମାର୍ଗରେ ଟ୍ରେନର ଚକ ଅଟକି ଯାଇଥିଲା ।
Agnipath protest: ଟ୍ରେନ୍ ଭିତରେ ଶିଶୁ କନ୍ୟାକୁ ଜନ୍ମଦେଲେ ମହିଳା
ଅଗ୍ନିପଥ ଯୋଜନାକୁ ବିରୋଧ ବେଳେ ଦେଶର ବିଭିନ୍ନ ସ୍ଥାନରେ ହିଂସା ଦେଖାଦେଇଛି । ଅନେକ ଟ୍ରେନ୍ ବାଟରେ ଅଟକି ରହିଛି । ଟ୍ରେନ୍ ଭିତରେ ଜଣେ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଅଧିକ ପଢ଼ନ୍ତୁ
ତେବେ ଏସବୁ ଭିତରେ ଆସିଛି ଏକ ଗୁରୁତ୍ବପୂର୍ଣ୍ଣ ଖବର । ଯୁବକଙ୍କ ବିରୋଧ ଯୋଗୁଁ ଜଣେ ଗର୍ଭବତୀ ମହିଳା ଜାମାନିଆ ରେଳ ଷ୍ଟେସନରେ ଠିଆ ହୋଇଥିବା ଟ୍ରେନରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏସମ୍ପର୍କରେ ସୂଚନାପାଇ ରେଲୱେ ଅଧିକାରୀମାନେ ମାଆ ଓ ଶିଶୁକୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଉଭୟଙ୍କର ଚିକିତ୍ସା କରାଯାଇଥିଲା । ତେବେ ଏହି ସମୟରେ ଜଣେ ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି ।
ଯାତ୍ରୀ ରମେଶ୍ୱର(୫୫) ଜଣକ ଏହି ଟ୍ରେନରେ କୋଚ୍ ନମ୍ବର D-11ରେ ଯାତ୍ରା କରୁଥିଲେ । ତେବେ ହଠାତ ତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା । ଏହାପରେ ରେଳ ବିଭାଗର କର୍ମଚାରୀମାନେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ରବି ରଞ୍ଜନ ରମେଶ୍ୱରଙ୍କୁ ମୃତ ଘୋଷଣା କରିଥିଲେ । ତେହେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ ।