ଅମରାବତୀ:ଆନ୍ଧ୍ରରେ ମାଡୁଛି ଆନ୍ଥ୍ରାକ୍ସ ରୋଗ ! ଆନ୍ଧ୍ର ପ୍ରଦେଶର ଅଲୁରିସୀତାରାମାରାଜୁ (Alluri Sitharama Raju district) ଜିଲ୍ଲାର ଦୋରାଗୁଡା (Doraguda) ଗାଁରେ ଆନ୍ଥ୍ରାକ୍ସ ରୋଗର ଭୟ ଦେଖାଦେଇଛି । ତେବେ ଏହା ପୂର୍ବରୁ ଲକ୍ଷ୍ମୀପୁରମ ପଞ୍ଚାୟତର (Lakshmipuram panchayat) ଦୋରାଗୁଡା ଗାଁରେ ଆନ୍ଥ୍ରାକ୍ସ ରୋଗରେ ୧୦ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିଲା ।
ତେବେ ବର୍ତ୍ତମାନ ସେ ଦୁର୍ଗମ ଗାଁରେ କିଛି ପିଲାଙ୍କ ଠାରେ ଆନ୍ଥ୍ରାକ୍ସର ଲକ୍ଷଣ ଦେଖାଦେଇଛି । ଏନେଇ ଗାଁର ଜଣେ ଆଶାକର୍ମୀ ଆକ୍ରାନ୍ତଙ୍କ ଫଟୋ ଉଠାଇ ସେ ଗୁଡିକୁ ପରିକ୍ଷା ପାଇଁ ଡାକ୍ତରଙ୍କୁ ପଠାଇଛନ୍ତି । ପରେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୋରାଗୁଡା ଗାଁରେ ଏକ ମେଡିକାଲ କ୍ୟାମ୍ପର ଆୟୋଜନ କରାଯାଇଥିଲା । ଡାକ୍ତରୀ ଦଳ ଗାଁର ୧୫ ଜଣଙ୍କ ଠାରେ ରୋଗ ଲକ୍ଷଣ ଦେଖିଥିବାବେଳେ, ସେମାନଙ୍କ ମଧ୍ୟରୁ ୭ ଜଣଙ୍କର ଲକ୍ଷଣ ଅତି ଗୁରୁତର ଥିବା ସ୍ପଷ୍ଟ କରିଛି ଡାକ୍ତରୀ ଟିମ । ସମସ୍ତ ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଭିଶାଖାପାଟନମ କେଜିଏଚ୍କୁ(Visakhapatnam KGH) ପଠାଯିବ ବୋଲି କହିଛନ୍ତି ଡାକ୍ତର ।
ତେବେ, ପ୍ରତିଷେଧକ ମୂଳକ ରୋଗ ମାଡିବା ପୂର୍ବରୁ ଗାଁର ଗୋରୁଗୁଡିକୁ ଟିକା ଦିଆଯାଇଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର କମିଶନର ଜେ ନିଭା( JNivas Commissioner of the State Health Department) । କହିବା ଅନୁସାରେ, ''ଜିଲ୍ଲାର ମୁଞ୍ଚାଙ୍ଗିପୁଟୁରେ ଆନ୍ଥ୍ରାକ୍ସ ଲକ୍ଷଣ ଥିବା ସନ୍ଦେହରେ ସାତ ଜଣଙ୍କୁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ରକ୍ତ ନମୁନାକୁ ପରୀକ୍ଷଣ ପାଇଁ ପଠାଯାଇଥିଲା ।'' କିନ୍ତୁ ଟେଷ୍ଟର ରିପୋର୍ଟ ନେଗେଟିଭି ଆସିଥିବା ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, "ମୁଞ୍ଚାଙ୍ଗିପୁଟୁରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଏହି ଅଞ୍ଚଳର ସମସ୍ତ ପ୍ରାଣୀଙ୍କୁ ଟିକା ଦିଆଯାଇଥିବାବେଳେ ଡାକ୍ତରୀ ଦଳ ସ୍ଥାନୀୟ ଲୋକଙ୍କ ଚେକଅପ୍ ଏବଂ ସ୍କ୍ରିନିଂ ପରୀକ୍ଷା କରାଇଛନ୍ତି ।''