ନୂଆଦିଲ୍ଲୀ: ଆରବ ସାଗରରେ ବାତ୍ୟା ତାଉତେ ତାଉ ଦେଖାଇ ଯିବାପରେ ପୁଣି ବର୍ତ୍ତମାନ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହେଉଥିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା 23 ତାରିଖ ସୁଦ୍ଧା ବଙ୍ଗୋପସାଗରର ପୂର୍ବ-ମଧ୍ୟଭାଗରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବ । ଏହି ବାତ୍ୟାର ନାମ ୟସ୍ ରଖାଯାଇଛି ।
ବଙ୍ଗୋପସାଗରରେ ପୁଣି ବାତ୍ୟା, ନାଁ ରହିଲା 'ୟସ୍' - ବଙ୍ଗୋପସାଗରରେ ପୁଣି ବାତ୍ୟା
ଆରବ ସାଗରେ ପରେ ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ । ଆସନ୍ତା 23ରେ ଧିରେ ଧିରେ ଗଭୀର ଅବପାତର ରୂପନେଇ ବାତ୍ୟାରେ ହେବ ପରିଣତ । ଅଧିକ ପଢନ୍ତୁ...
ବଙ୍ଗୋପସାଗରରେ ପୁଣି ସୃଷ୍ଟିହେଲା ବାତ୍ୟା, ନାଁ ରହିଲା 'ୟସ୍'
ପାଣିପାଗ ବିଭାଗର କହିବା ଅନୁଯାୟୀ କିଛିଦିନ ତଳେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାରେ ପରିଣତ ହୋଇପାରେ । ଓମାନ ଏହି ବାତ୍ୟାର ନାମକରଣ କରିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ଦାୟିତ୍ବେରେ ଥିବା ସୁନୀତା ଦେବୀ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆରବ ସାଗର ଏବଂ ବଙ୍ଗୋପସାଗର ସମୁଦ୍ର ପୃଷ୍ଠରେ ତାପମାତ୍ରା ସ୍ୱାଭାବିକଠାରୁ 1-2 ଡିଗ୍ରୀ ସେଲସିୟସଠାରୁ ଅଧିକ ରହିବା ସହ ଅନ୍ୟ ମହାସାଗରୀୟ ବାୟୁମଣ୍ଡଳର ସ୍ଥିତି ବାତ୍ୟା ହେବା ନେଇ ସ୍ପଷ୍ଟ ସୂଚନା ଦେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ