ନୂଆଦିଲ୍ଲୀ:ଦିଲ୍ଲୀରେ ଆଉ ଜଣେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣେ 35 ବର୍ଷୀୟ ନାଇଜେରିଆ ନାଗରିକ । ତେବେ ତାଙ୍କର ନିକଟ ଅତୀତରେ କୌଣସି ଅନ୍ତର୍ଜୀତୀୟ ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ନାହିଁ । ଆଜିର ସଂଖ୍ୟାକୁ ମିଶାଇ ଜାତୀୟ ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା 3କୁ ବୃଦ୍ଧି ପାଇଛି ।
ଅନ୍ୟପଟେ ଆଜି ସକାଳେ ମଧ୍ୟ କେରଳରେ ଆଉ ଜଣେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ କେବଳ କେରଳରେ ସଂକ୍ରମିତଙ୍କ ସଂଖ୍ୟା 5ରେ ପହଞ୍ଚିଥିବା ବେଳେ ଦେଶରେ ମୋଟ ସଂକ୍ରମଣ 8କୁ ବୃଦ୍ଧି ପାଇଛି । ସେହିପରି ଗତମାସ 30 ତାରିଖେ ଦେଶର ପ୍ରଥମ ମଙ୍କିପକ୍ସ ସମ୍ପର୍କିତ ମୃତ୍ୟୁ ମାମଲା ମଧ୍ୟ ସାମ୍ନାକୁ ଆସିଥିଲା । ଦୁବାଇରୁ କେରଳ ଫେରିଥିବା 22 ବର୍ଷୀୟ ଯୁବକଙ୍କ ପାଖରେ ମଙ୍କିପକ୍ସ ଭୂତାଣୁ ସ୍ପଷ୍ଟ ହୋଇଥିଲା । ପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତ 30 ତାରିଖରେ ମୃତ୍ୟୁ ହୋଇଥିଲା ।