ଓଡିଶା

odisha

ETV Bharat / bharat

କୁନୋ ଜାତୀୟ ଉଦ୍ୟାନରେ ଚିତା ସୂରଜର ମୃତ୍ୟୁ, ସପ୍ତାହରେ ଦ୍ବିତୀୟ ଘଟଣା - କୁନୋ ଜାତୀୟ ଉଦ୍ୟାନ

ମଧ୍ୟପ୍ରଦେଶର କୁନୋ ଅଭୟାରଣ୍ୟରେ ଆଉ ଏକ ଚିତା ବାଘର ମୃତ୍ୟୁ ହୋଇଛି । 5 ମାସରେ 8ଟି ଚିତାବାଘଙ୍କ ଜୀବନ ଯାଇଥିବା ଜଣାପଡିଛି ।

କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ
କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ

By

Published : Jul 15, 2023, 7:11 AM IST

ଭୋପାଳ:ମଧ୍ୟପ୍ରଦେଶ ସ୍ଥିତ କୁନୋ ଅଭୟାରଣ୍ୟରେ ଆଉ ଏକ ଚିତା ବାଘର ମୃତ୍ୟୁ ହୋଇଛି । ଏହି ଅଣ୍ଡିରା ଚିତାର ନାମ ସୂରଜ ଥିବାବେଳେ ଆଫ୍ରିକାରୁ ଆସିଥିଲା । ତେବେ ସୂରଜର ମୃତ୍ୟୁ ପରେ ଏହାକୁ ମିଶାଇ ଗତ ଚାରି ମାସ ମଧ୍ୟରେ ୮ ଚିତାଙ୍କ ମୃତ୍ୟୁ ହୋଇସାରିଲାଣି । ତେବେ ଗତ ମଙ୍ଗଳବାର ମଧ୍ୟ ଅଣ୍ଡିରା ଚିତା ତେଜସର ମୃତ୍ୟୁ ହୋଇଥିଲା । ଆଉ ଏହାର ମାତ୍ର 3 ଦିନ ପରେ କୁନୋ ଅଭୟାରଣ୍ୟ ପାଇଁ ପୁଣି ଏକ ଦୁଃଖଦ ଖବର ଆସିଛି । ଆଉ ଏକ ଚିତାର ମୃତ୍ୟୁ ହୋଇଥିବାବେଳେ କୁନୋରେ ଚିତା ବାଘ ସଂଖ୍ୟା ହ୍ରାସ ପାଇଛି ।

ସୂଚନା ଅନୁସାରେ, ପୂର୍ବରୁ ଏକ ମାଇ ଚିତା ସହ ମାରପିଟ୍ ଯୋଗୁଁ ଚିତା ତେଜସର ମୃତ୍ୟୁ ହୋଇଥିଲା । ଆଉ ଏହା ପୂର୍ବରୁ ମାର୍ଚ୍ଚ ୨୭ରେ ମାଇ ଚିତା ଶଶାର ମଧ୍ୟ ମୃତ୍ୟୁ ହୋଇଥିଲେ । ସେ କିଡନୀ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ପ୍ରୋଜେକ୍ଟ ଚିତାରେ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ଅଧାରୁ ଅଧିକ ଚିତାଙ୍କ ମୃତ୍ୟୁ ହୋଇସାରିଲାଣି । ଯାହାକୁ ନେଇ ଚିନ୍ତା ପ୍ରକାଶ ପାଇଛି । ତେବେ ମୃତ ଚିତାଙ୍କ ମଧ୍ୟରେ ୪ଟି ଚିତା ଛୁଆ ଥିବା ଜଣାପଡିଛି । ତେବେ ଚିତା ଛୁଆଙ୍କର ବଞ୍ଚିବାର ଆଶା ବହୁତ କମ୍ ଥାଏ ବୋଲି ବାଘ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।


ଏହା ମଧ୍ୟ ପଢନ୍ତୁ...ହାତୀ ମୃତ୍ୟୁ ଘଟଣା, ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର ବୈଠକ

ସୂଚନା ଅନୁସାରେ, ଗତ ବର୍ଷ ସେପ୍ଟେମ୍ବର ମାସରେ କୁନୋ ଜାତୀୟ ଉଦ୍ୟାନକୁ ନାମିବିଆରୁ ୮ଟି ଚିତା ବାଘକୁ ଅଣାଯାଇଥିଲା । ଏହା ପରେ ଚଳିତ ବର୍ଷ ଫେବ୍ରୁଆରୀରେ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ବାଘକୁ ଏହି ଅଭୟାରଣ୍ୟକୁ ଅଣାଯାଇଥିଲା । ତେବେ ମୋଟ୍ ୧୨ଟି ଚିତାବାଘ ମଧ୍ୟରୁ ୬ଟି କୁନୋ ଜାତୀୟ ଉଦ୍ୟାନରେ ଥିବା ବେଳେ ଅବଶିଷ୍ଟ ୬ଟି କୁନୋର ବିଭିନ୍ନ ଖୁଆଡ଼ରେ ରହିଛନ୍ତି ।

ଅଣାଯାଇଥିବା ଚିତାବାଘ ଗୁଡ଼ିକ ମଧ୍ୟରୁ ଗତ ମାର୍ଚ୍ଚ ୨୭ ତାରିଖରେ ପ୍ରଥମେ ପ୍ରାଣ ହରାଇଥିଲା ସାସା । ଯାହାକି ଏକ ବାଘୁଣୀ ଥିଲା । ତା’ର କିଡ୍‌ନୀରେ ସମସ୍ୟା ଦେଖା ଦେଇଥିବାରୁ ମୃତ୍ୟୁ ହୋଇଥିଲା । ଏହାପରେ ଗତ ଏପ୍ରିଲ ମାସରେ ଉଦୟ ନାମକ ଅଣ୍ଡିରା ଚିତାର ମୃତ୍ୟୁ ଘଟିଥିଲା । ତା’ର ହୃତପିଣ୍ଡରେ ସମସ୍ୟା ଥିଲା । ଗତ ମାର୍ଚ୍ଚରେ ମାଈ ଚିତା ସିୟାୟା 4ଟି ଛୁଆ ଜନ୍ମ କରିଥିଲା । ସେମାନଙ୍କ ମଧ୍ୟରୁ ଗତ ମେ ମାସରେ ପ୍ରଥମେ ଗୋଟିଏ ଶାବକର ମୃତ୍ୟୁ ଘଟିଥିଲା । ଏହାର କିଛି ଦିନ ପରେ ସେହି ମାସରେ ସିୟାୟାର ଆଉ ଦୁଇଟି ଛୁଆଙ୍କ ମୃତ୍ୟୁ ଘଟିଥିଲା । ଏହିପରି ଭାବରେ ବାରମ୍ବାର ଚିତା ବାଘ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କୁନୋ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ ।

ABOUT THE AUTHOR

...view details