ହାଇଦ୍ରାବାଦ:ଗୋଟିଏ ପଟେ ଅଧ୍ୟକ୍ଷ ନିର୍ବାଚନକୁ ନେଇ କଂଗ୍ରେସ ଚର୍ଚ୍ଚାରେ ଥିବା ବେଳେ ଦଳକୁ କିନ୍ତୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଚାଲିଛି । ଜଣେ ପରେ ଜଣେ ବରିଷ୍ଠ ନେତା ଦଳରୁ ଇସ୍ତଫା ଦେବାରେ ଲାଗିଛନ୍ତି । ଗତ କିଛି ଦିନ ଧରି ଆରମ୍ଭ ହୋଇଥିବା ଏହି ଇସ୍ତଫା ଧାରାରେ ସାମିଲ ହୋଇଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ଏମ.ଏ ଖାନ (G23 leader MA Khan quits party) । ଅସନ୍ତୋଷ ସହ ସେ ତାଙ୍କ ଇସ୍ତଫା ପତ୍ର ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି ।
ପୁଣି କଂଗ୍ରେସକୁ ଝଟକା, ଦଳ ଛାଡିଲେ G23 ନେତା ଏମଏ ଖାନ - ଦଳ ଛାଡିଲେ ଏମଏ ଖାନ
ପୁଣି ଦଳ ଛାଡିଲେ ଆଉ ଜଣେ କଂଗ୍ରେସ ଭେଟେରିଆନ (G23 leader MA Khan quits party) । ଦେଶବାସୀଙ୍କ ଆସ୍ଥାଭାଜନ ହେବାରେ ଦଳ ବିଫଳ ହୋଇଥିବା ଦର୍ଶାଇ ଦଳ ଛାଡିଲେ ବରିଷ୍ଠ ନେତା ଏମ.ଏ ଖାନ । ଅଧିକ ପଢନ୍ତୁ
ଖାନ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଦଳ ଦେଶବାସୀଙ୍କ ଆସ୍ଥାଭାଜନ ହେବାରେ ବିଫଳ ହୋଇଛି । ପୂର୍ବ ପରି ଦେଶରେ ନିଜ ଅସ୍ଥିତ୍ବ ବଜାୟ ରଖିବା ସହ ଦେଶକୁ ଆଗକୁ ନେବା ପରି ସ୍ଥିତିରେ ଦଳ ସମ୍ପୂର୍ଣ୍ଣ ବିଫଳ ହେବା ପରି ଅନୁଭବ ହେଉଛି । ତେଣୁ ସେ ଇସ୍ତଫା ଦେବା ପାଇଁ ଉଚିତ ମଣୁଛନ୍ତି ।’’ ସେ ଦଳର ଜଣେ ସକ୍ରିୟ ସଦସ୍ୟ ଭାବେ 4 ଦଶନ୍ଧିରୁ ଅଧିକ ଧରି ରହି ଆସିଛନ୍ତି । ସେ ତାଙ୍କ ଛାତ୍ର ଜୀବନରୁ କଂଗ୍ରେସ ସହ ରହି ଆସିଛନ୍ତି । ଦଳରେ କିଛି ସଂସ୍କାର ପାଇଁ G-23 ର ବରିଷ୍ଠ ନେତାମାନେ ସ୍ବର ଉଠାଇଥିଲେ । ତେବେ ଦଳ ସେମାନଙ୍କ ଅସନ୍ତୋଷ ତଥା ପ୍ରସ୍ତାବକୁ ଗୁରୁତର ଭାବେ ବଚାର କରିଥିଲେ ଆଜି ହୁଏତ ଦଳ ମଧ୍ୟରେ ଭିନ୍ନ ସ୍ଥିତି ଦେଖିବାକୁ ମିଳିନଥାନ୍ତା । ଚିଠିରେ ଏହା ମଧ୍ୟ କୁହାଯାଇଛି ଯେ, ଦଳ ପକ୍ଷରୁ ଜି-23 ନେତାଙ୍କୁ ଉଚିତ ଗୁରୁତ୍ବ ତଥା ବିଶ୍ବାସ ଦିଆଯାଇନାହିଁ ।
ନିକଟରେ ଅନେକ ବରିଷ୍ଠ ନେତା କଂଗ୍ରେସ ହାତ ଛାଡି ସାରିଛନ୍ତି । ଅନ୍ୟତମ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଦଳ ବିରୋଧରେ ଏକାଧିକ ଅଭିଯୋଗ ଆଣିବା ସହ ଦଳରୁ ଇସ୍ତଫା ଦେଇ ନୂଆ ଜାତୀୟ ଦଳ ଗଠନ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଇସ୍ତଫା ଦେବାର ଧାରା କେବଳ ଆଜାଦ ପାଖରେ ସୀମିତ ନାହିଁ, ବରଂ ଜଣେ ପରେ ଜଣେ ବରିଷ୍ଠ ନେତା କଂଗ୍ରେସ ଛାଡିବାରେ ଲାଗିଛନ୍ତି । ଅକ୍ଟୋବର 17 ତାରିଖରେ ଦଳ ନିଜର ହାଇକମାଣ୍ଡ ନିର୍ବାଚନ କରିବାକୁ ସ୍ଥିର କରିଛି । ନୂଆ ନେତୃତ୍ବକୁ ଦଳ କିପରି ଗ୍ରହଣ କରୁଛି ତାକୁ ନେଇ ମଧ୍ୟ ଚର୍ଚ୍ଚା ଦେଖିବାକୁ ମିଳିଛି ।