ଗାନ୍ଧୀନଗର: ଧନ ଲୋଭରେ ସୈତାନ ସାଜିଲେ ପରିବାର । ସମୃଦ୍ଧି ପାଇଁ ୧୪ ବର୍ଷୀୟା ଝିଅକୁ ବଳି ପକାଇଲେ ଘରେ ଲୋକେ(Family sacrifices minor daughter) । କେରଳ ନରବଳି ମାମଲା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଥିବାବେଳେ ଏବେ ଗୁଜୁରାଟରୁ ସମାନ ଘଟଣା ସାମ୍ନାକୁ ଆସିଛି । ଗୁଜୁରାଟ ସୋମନାଥ ଜିଲ୍ଲା ଅନ୍ତର୍ଗତ ଧରଗିର ଗାଁରେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି । ଖବର ପାଇ ପୋଲିସ ଗାଁରେ ପହଞ୍ଚି ମୃତ ନାବାଳିକାର ଦେହବାଶେଷ ଉଦ୍ଧାର କରିଛି ।
ଯାହା ସୂଚନା ମିଳିଛି, ଗତ ୩ ତାରିଖରେ ଏହି ଜଘନ୍ୟ କାଣ୍ଡ ଘଟିଥିଲା । ଧନ ପ୍ରାପ୍ତି ପାଇଁ ନବରାତ୍ରି ସମୟରେ ଧାରଗିର ଗାଁର ଗୋଟିଏ ପରିବାର ତାଙ୍କର ୧୪ ବର୍ଷୀୟା ଝିଅକୁ ହତ୍ୟା କରିଥିଲେ ଏବଂ ନିଜ ଫାର୍ମରେ ମୃତଦେହ ପୋତି ଦେଇଥିଲେ । ଏନେଇ ଗାଁ ଲୋକେ ଥାନାରେ ଅଭିଯୋଗ କରିଥିବାବେଳେ, ପରିବାର ଲୋକଙ୍କ ପକ୍ଷରୁ ଝିଅର ମୃତ୍ୟୁ ସମ୍ପର୍କରେ କୌଣସି ପ୍ରକାର ଅଭିଯୋଗ ହୋଇନଥିଲା । ଗାଁ ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଓ ଫରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିବା ମୃତକଙ୍କ ଦେହବାଶେଷ ଉଦ୍ଧାର କରିଛନ୍ତି ।