ଓଡିଶା

odisha

ETV Bharat / bharat

ଟିକିରି ସୀମାରେ ଆଉ ଜଣେ ଧାରଣାରତ ଚାଷୀଙ୍କ ମୃତ୍ୟୁ - tikiri border issue

ଦୀର୍ଘ ଦିନ ଧରି ଟିକିରି ସୀମାରେ ନୂଆ କୃଷି ଆଇନକୁ ନେଇ କୃଷକଙ୍କ ଧାରଣା ଚାଲିଥିବା ବେଳେ ପୁଣି ଜଣେ କୃଷକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଅଧିକ ପଢନ୍ତୁ....

ଟିକିରି ବର୍ଡରରେ ଆଉ ଜଣେ ଧାରଣାରତ ଚାଷୀଙ୍କ ମୃତ୍ୟୁ
ଟିକିରି ବର୍ଡରରେ ଆଉ ଜଣେ ଧାରଣାରତ ଚାଷୀଙ୍କ ମୃତ୍ୟୁ

By

Published : Jan 23, 2021, 10:58 PM IST

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଟିକିରି ବର୍ଡରରେ ନୂଆ କୃଷି ଆଇନକୁ ନେଇ କୃଷକଙ୍କ ଧାରଣା ଚାଲିଥିବା ବେଳେ ପୁଣି ଜଣେ କୃଷକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ମୃତ କୃଷକ 45 ବର୍ଷିୟ ଭୋଳା ସିଂ ବୋଲି ଜଣା ପଡିଛି । ଗତକାଲି ରାତିରେ ଭୋଳାଙ୍କ ମତ୍ୟୁ ହୋଇଛି । ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମୃତ କୃଷକଙ୍କ ଘର ମାନସା ଜିଲ୍ଲାର ଖୁଦାଲ କାଲାନ ଗାଁର ବାସିନ୍ଦା ବୋଲି ଜଣା ପଡିଛି । ସେ ଗତକାଲି ଧାରଣା ସ୍ଥଳରେ ଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ ଭୋଳାଙ୍କ ନାଁ ରେ 3 ଲକ୍ଷ ଟଙ୍କାର ଋଣ ଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।

ଦୀର୍ଘ ଦିନ ଧରି ଚାଲିଆସୁଥିବା କୃଷକ ଆନ୍ଦୋଳନରେ ଭୋଲା ସିଂ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details