ଓଡିଶା

odisha

ETV Bharat / bharat

Kanjhawala Case: ଅଞ୍ଜଳି-ନିଧି ମଧ୍ୟରେ ହୋଇଥିଲା ଝଗଡ଼ା, ପ୍ରତିକ୍ରିୟା ରଖିଲେ ବନ୍ଧୁ ନବୀନ - କାର ଘୋଷାଡି ନେବା ଘଟଣା

ନୂଆଦିଲ୍ଲୀର କଞ୍ଝାୱାଲାରେ ଯୁବତୀ କାର ଘୋଷାଡି ନେବା ଘଟଣା (Kanjhawala Casr Accident Case) । ଏହି ଘଟଣାରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମନାକୁ ଆସିଛି । ଏହି ଘଟଣାରେ ନୂଆ ସିସିଟିଭି ଫୁଟେଜ ସାମନାକୁ ଆସିଛି (Another CCTV footage surfaced in Kanjhawala Case) । ଏଥିରେ ମୃତ ଯୁବତୀ ଅଞ୍ଜଳି ଓ ବନ୍ଧୁ ନିଧି ସହିତ ଅନ୍ୟ ଏକ ଯୁବକଙ୍କୁ ଦେଖିବାକୁ ମିଳିଛି । ସେପଟେ ଦୁର୍ଘଟଣା ଘଟିବା ରାତିରେ ଅଞ୍ଜଳି ଓ ନିଧି ମଧ୍ୟରେ ଝଗଡ଼ ହୋଇଥିବା ଅଞ୍ଜଳିଙ୍କ ବନ୍ଧୁ ନବୀନ କହିଛନ୍ତି । ଅଧିକ ପଢନ୍ତୁ

Kanjhawala Case
Kanjhawala Case

By

Published : Jan 6, 2023, 9:38 PM IST

ସିସିଟିଭି ଫୁଟେଜରେ ଅଞ୍ଜଳି ନିଧିଙ୍କ ସହ ନବୀନ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର କଞ୍ଝାୱାଲାରେ ଯୁବତୀଙ୍କୁ କାର ଘୋଷାଡ଼ି ନେବା ଘଟଣା (Kanjhawala Casr Accident Case) । ଏହି ଘଟଣା ଗତ କିଛି ଦିନ ଧରି ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରତିଦିନ ଆସୁଛି ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ । ଦୁର୍ଘଟଣା ଘଟିଥିବା ରାତିରେ ମୃତ ଯୁବତୀ ଅଞ୍ଜଳିଙ୍କ ସହିତ ଥିବା ବନ୍ଧୁ ନିଧି ଓ ନବୀନଙ୍କୁ ପୋଲିସ ପଚରାଉଚରା କରୁଛି । ହୋଟେଲରେ ପାର୍ଟି ସମୟରେ ନିଧି ଓ ଅଞ୍ଜଳି ମଧ୍ୟରେ ଝଗଡ଼ା ହୋଇଥିଲା । ଉଭୟ ଅର୍ଥ ପାଇଁ ପରସ୍ପର ସହିତ ଝଗଡ଼ା କରିବା ପରେ ଉଭୟ ସ୍କୁଟିରେ ବସି ଚାଲିଯାଇଥିଲେ ବୋଲି କହିଛନ୍ତି ନବୀନ ।

ସିସିଟିଭି ଫୁଟେଜରେ ଅଞ୍ଜଳି ଓ ନିଧିଙ୍କ ସହ ନବୀନ:- ଅଞ୍ଜଳିଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସମ୍ପର୍କରେ ନବୀନଙ୍କୁ ଜାନୁଆରୀ ୨ତାରିଖରେ ଜଣାପଡ଼ିଥିବା ସେ କହିଛନ୍ତି । ନବୀନ କହିଛନ୍ତି ଯେ ସେ ଅଞ୍ଜଳିଙ୍କ ବନ୍ଧୁଙ୍କୁ ଜାଣିନାହାନ୍ତି । ୨ରୁ ୩ବର୍ଷ ପୂର୍ବରୁ ସେ ଅଞ୍ଜଳିଙ୍କ ସହିତ ରିଲେସନସିପରେ ଥିଲେ । ମାତ୍ର ଏହା ଗତ ଦେଢ ବର୍ଷ ଧରି ଏହି ସମ୍ପର୍କ ଆପୋଷ ବୁଝାମଣାରେ ଭାଙ୍ଗିଥିଲା । ଏହାପରେ ତାଙ୍କର ବିବାହ ହୋଇସାରିଥିବାରୁ ତାଙ୍କ ନାମ ଏହି ଘଟଣାରେ ନ ନିଆଯାଉ ବୋଲି ସେ କହିଛନ୍ତି । ଅନ୍ୟପଟେ ଦୁର୍ଘଟଣା ପୂର୍ବରୁ ଅଞ୍ଜଳି ଓ ନିଧିଙ୍କ ସହିତ ଆଉ ଜଣେ ଯୁବକଙ୍କୁ ଦେଖିବାକୁ ମିଳିଛି । ଏହି ଯୁବକ ଜଣକ ନବୀନ ବୋଲି ଜଣାପଡ଼ିଛି । ଯିଏକି ୨ବର୍ଷ ପୂର୍ବରୁ ଅଞ୍ଜଳିଙ୍କୁ ଏକ ବିବାହରେ ଭେଟିଥିଲେ । ସିସିଟିଭି ଫୁଟେଜ ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ୭.୦୭ ମିନିଟର । ଏହି ଫୁଟେଜରେ ନବୀନଙ୍କୁ ଅଞ୍ଜଳି ଓ ନିଧିଙ୍କ ସହିତ ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ - Kanjhawala Case: ଅଞ୍ଜଳୀକୁ ୧୨ କିଲୋମିଟର ଘୋଷାଡି ନେଇଥିବା କାର ମାଲିକ ଗିରଫ

'ଅଞ୍ଜଳି-ନିଧି ମଧ୍ୟରେ ହୋଇଥିଲା ଝଗଡ଼ା':- ଅଞ୍ଜଳିଙ୍କ ବନ୍ଧୁ ନବୀନ କହିଛନ୍ତି, "ହୋଟେଲରେ ଉଭୟ ପାର୍ଟି କରୁଥିଲେ । ସେଠାରେ ଅନ୍ୟ କିଛି ବନ୍ଧୁ ମଧ୍ୟ ଥିଲେ । କିଛି ସମୟ ପରେ ଉଭୟ ଝଗଡ଼ା ଲାଗିଥିଲେ । ନିଧି ଅଞ୍ଜଳିଙ୍କୁ ତାଙ୍କ ଟଙ୍କା ମାଗୁଥିବା ବେଳେ ଅଞ୍ଜଳି ନିଧିକୁ ଚାବି ମାଗୁଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା । ସେଠାରେ ଉପସ୍ଥିତ ଥିବା ଅନ୍ୟ ବନ୍ଧୁମାନେ ସେମାନଙ୍କୁ ଅଲଗା କରିଥିଲେ । ମୁଁ ଅଞ୍ଜଳିକୁ ଶାନ୍ତ ରହିବାକୁ କହିଥିଲି । ଏହାପରେ ନିଧି ସିଡିରେ ତଳକୁ ଯାଇ ଜୋରରେ ଶବ୍ଦ କରିଥିଲା । ଏହାପରେ ଅଞ୍ଜଳି ତଳକୁ ଯିବା ପରେ ପୁଣି ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ଏହି ସମୟରେ ଆମେ ତଳକୁ ଯିବା ବେଳକୁ ଉଭୟ ସ୍କୁଟିରେ ଚାଲିଯାଇଥିଲେ ।"

୭ମ ଅଭିଯୁକ୍ତ ଅଙ୍କୁଶ କଲା ଆତ୍ମସମର୍ପଣ:-ଆଜି ଘଟଣାର ସପ୍ତମ ଅଭିଯୁକ୍ତ ଅଙ୍କୁଶ ଆତ୍ମ ସମର୍ପଣ କରିଛି । ଅଭିଯୁକ୍ତ ପ୍ରାୟ ସାଢେ ୪ଟା ସମୟରେ ସୁଲତାନପୁରୀ ଥାନାରେ ପହଞ୍ଚିଥିଲା ଓ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଛି । ଏହାପୂର୍ବରୁ ପୋଲିସ ୬ଷ୍ଠ ଅଭିଯୁକ୍ତ ତଥା ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତର ମାଲିକ ଆଶୁତୋଷକୁ ଶୁକ୍ରବାର ସକାଳେ ଗିରଫ କରିଛି । ଗୁରୁବାର ପୋଲିସ ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ୫ଜଣ ନୁହେଁ ବରଂ ୭ଜଣ ଅଭିଯୁକ୍ତ ଥିବା ପୋଲିସ ଖୁଲାସା କରିଥିଲା । ଗାଡ଼ି ମାଲିକ ଆଶୁତୋଷ ଅମିତକୁ ଗାଡ଼ି ଚଳାଇବାକୁ ଦେଇଥିବା ବେଳେ ତା ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥିବା ଜଣାପଡ଼ିଛି ।

ସୂଚନା ଥାଉ କି ଡିସେମ୍ବର ୩୧ ରାତିରେ ନୂଆଦିଲ୍ଲୀରେ ଭୋର ୩ଟା ସମୟରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ସ୍କୁଟିରେ ଯାଉଥିବା ଅଞ୍ଜଳିକୁ କାରରେ ବସିଥିବା ୫ଜଣ ଯୁବକ ଧକ୍କା ଦେଇଥିଲେ । ଏହାପରେ ଅଞ୍ଜଳି କାର ତଳେ ଫସିଯାଇଥିବା ବେଳେ ସେମାନେ ଅଞ୍ଜଳିକୁ ୧୨କିମି ଘୋଷାଡ଼ି ନେଇଥିଲେ । ଫଳରେ ଅଞ୍ଜଳିଙ୍କ ମୃତ୍ୟୁ ଘଟିଥିଲା । ପରିବାର ଦୁଷ୍କର୍ମ ଅଭିଯୋଗ ଆଣିଥିବା ବେଳେ ଏପରି କିଛି ହୋଇନଥିବା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇଛି । ବେପରୁଆ ଗାଡ଼ି ଚାଳନା ଯୋଗୁଁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି ।

ABOUT THE AUTHOR

...view details