ଓଡିଶା

odisha

ETV Bharat / bharat

ଛତିଶଗଡରେ ଲାଲ ବାହିନୀର ଲାଲ କାଣ୍ଡ, ପୁଣି ଜଣେ ବିଜେପି ନେତାଙ୍କୁ ହତ୍ୟା - ବିଜେପି ନେତାଙ୍କୁ ନକ୍ସଲଙ୍କ ହତ୍ୟା

ଛତିଶଗଡରେ ନକ୍ସଲଙ୍କ ଟାର୍ଗେଟରେ ପୁଣି ଜଣେ ବିଜେପି ନେତା । ମୃତଦେହ ନିକଟରେ ପଡିଛି ମାଓବାଦୀଙ୍କ ହାତଲେଖା ପୋଷ୍ଟର । ଇନଫର୍ମର ସନ୍ଦେହରେ ହତ୍ୟା ସୂଚନା । 5 ଦିନରେ ତୃତୀୟ ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

ଛତିଶଗଡରେ ପୁଣି ଜଣେ ବିଜେପି ନେତାଙ୍କୁ ହତ୍ୟା କଲେ ନକ୍ସଲ
ଛତିଶଗଡରେ ପୁଣି ଜଣେ ବିଜେପି ନେତାଙ୍କୁ ହତ୍ୟା କଲେ ନକ୍ସଲ

By

Published : Feb 12, 2023, 6:55 PM IST

ରାୟପୁର:ଛତିଶଗଡରେ ଲାଲ ବାହିନୀର ଲାଗାତର ଟାର୍ଗେଟରେ ବିଜେପି ନେତା । ଆଜି ଆଉ ଜଣେ ବିଜେପି ନେତାଙ୍କୁ ନକ୍ସଲ ହତ୍ୟା କରିଛନ୍ତି । ଲାଲବାହିନୀର ସର୍ବାଧିକ ପ୍ରଭାବ ଥିବା ଦାନ୍ତେଓ୍ବାଡା ଜିଲ୍ଲାରେ ବିଜେପି କାର୍ଯ୍ୟକର୍ତ୍ତା ରାମଧର ଆଲାମୀଙ୍କୁ ଗଳାକାଟି ହତ୍ୟା କରିଛନ୍ତି ନକ୍ସଲ । ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରି ଏକ ହାତ ଲେଖା ଚିଠି ଘଟଣାସ୍ଥଳରେ ନକ୍ସଲ ଛାଡି ଯାଇଛନ୍ତି । ଛତିଶଗଡରେ ଏହା ମାତ୍ର 5 ଦିନରେ ନକ୍ସଲଙ୍କ ଦ୍ବାରା ଏହା ତୃତୀୟ ବିଜେପି ନେତାଙ୍କ ହତ୍ୟା । ଏହାପରେ ବିଜେପି ସମତେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ଛନକା ପଶିଛି ।

ମୃତଦେହ ନିକଟରେ ନକ୍ସଲ ଛାଡି ଯାଇଥିବା ଚିଠି

ରାମଧର ଆଲାମୀ ପୂର୍ବତନ ନିର୍ବାଚିତ ପଞ୍ଚାୟତ ଜନପ୍ରତିନିଧି ସହ ଦୀର୍ଘ ଦିନ ହେବ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଥିଲେ । ତେବେ ଆଜି ତାଙ୍କୁ ନକ୍ସଲମାନେ ହତ୍ୟା କରିବାର କାରଣ ସମ୍ପର୍କରେ ମୃତଦେହ ନିକଟରେ ଛାଡି ଯାଇଥିବା ହାତଲେଖା ଚିଠିରେ ଉଲ୍ଲେଖ କରିଛନ୍ତି । ରାମଧର ସୁରକ୍ଷାବଳକୁ ନକ୍ସଲ ବିରୋଧୀ ଅଭିଯାନରେ ସହଯୋଗ କରୁଥିଲେ । ସରକାରଙ୍କ ଆତ୍ମସମର୍ପଣ ନୀତିରେ ସେମାନଙ୍କୁ ସାହାଯ୍ୟ କରି ଆସୁଥିଲେ । ଜଣେ ପୋଲିସ ସୂଚନାଦାତା ବା ଇନଫର୍ମର ଭାବେ ସେ ନକ୍ସଲ ସଂଗଠନ ବିରୋଧରେ କାର୍ଯ୍ୟ କରୁଥିବା ଚିଠିରେ ଉଲ୍ଲେଖ ରହିଛି ।

ସେହିପରି ସ୍ଥାନୀୟ ବୋଧଘାଟ ହାଇଡ୍ରୋଇଲେଟ୍ରିକ ପ୍ରକଳ୍ପରେ ହୋଇଥିବା ଦୁର୍ନିତୀରେ ମଧ୍ୟ ସେ ସାମିଲ ରହିଥିଲେ । ଏନେଇ ତାଙ୍କୁ ପୂର୍ବରୁ ମଧ୍ୟ ଲାଲବାହିନୀ ପକ୍ଷରୁ ତିନିଥର ଚେତାବନୀ ଦିଆଯାଇଥିଲା । ତେବେ ସେ ବାରମ୍ବାର ଚେତାବନୀ ପରେ ମଧ୍ୟ ଏହି ସବୁ କାର୍ଯ୍ୟକଳାପ ଜାରି ରଖିଥିବାରୁ ତାଙ୍କୁ ମୃତ୍ୟଦଣ୍ଡ ଦେବାପାଇଁ ଚଳିତ ମାସରେ ଲାଲବାହିନୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ପୋଷ୍ଟରରେ ଦର୍ଶାଇଛି ନକ୍ସଲ ସଂଗଠନ ।

ଏହା ମଧ୍ୟ ପଢନ୍ତୁ:-ଛତିଶଗଡରେ ବିଜେପି ଜିଲ୍ଲା ସଭାପତିଙ୍କୁ ନକ୍ସଲଙ୍କ ହତ୍ୟା, ଗ୍ରାମରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଲେ ନଡ୍ଡା

ଛତିଶଗଡରେ ନକ୍ସଲଙ୍କ ଦ୍ବାରା ରାଜନେତାଙ୍କ ହତ୍ୟା ହେବା ପ୍ରଥମ ଘଟଣା ନୁହେଁ । 2019 ଅପ୍ରେଲ 9 ତାରିଖରେ ଆଉ ଜଣେ ଭାଜପା କର୍ମକର୍ତ୍ତା ଲାଲବାହିନୀ ଦ୍ବାରା ହତ୍ୟାର ଶିକାର ହୋଇଥିଲା । ଭାଜପା ବିଧାୟକ ଭୀମା ମଣ୍ଡାବୀ ନର୍ବାଚନୀ କାର୍ଯ୍ୟକ୍ରମ ସାରି ଜିଲ୍ଲା କାର୍ଯ୍ୟାଳୟକୁ ଫେରୁଥିବା ବେଳେ ନକ୍ସଲଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ । ତାଙ୍କ କନଭୟ ଉପରେ ଆକ୍ରମଣ ହୋଇଥିଲା । ଏଥିରେ ବିଧାୟକ, ତାଙ୍କ ସୁରକ୍ଷାକର୍ମୀଙ୍କ ସମେତ ମୋଟ 4 ଜଣ ପ୍ରାଣ ହରାଇଥିଲେ ।

ବିଗତ ଦିନରେ ମହେନ୍ଦ୍ର କର୍ମ, ନନ୍ଦ କୁମାର ପଟେଲ ଏବଂ ବିଦ ଚରଣ ଶୁକ୍ଲାଙ୍କୁ ମଧ୍ୟ ମଧ୍ୟ ହତ୍ୟା କରିଥିଲେ ନକ୍ସଲ । 2004ରୁ 2008 ପର୍ଯ୍ୟନ୍ତ ଛତିଶଗଡ ବିଧାନସଭାରେ ବିରୋଧୀ ଦଳର ନେତା ଥିବା କଂଗ୍ରେସ ନେତା ମହେନ୍ଦ୍ର କର୍ମଙ୍କୁ 2013 ମସିହା 25 ମେ’ ରେ ସୁକମାରେ ହତ୍ୟା କରାଯାଇଥିଲା । ଦଳ ଦ୍ୱାରା ଆୟୋଜିତ ଏକ ରାଲିରୁ ଫେରୁଥିବାବେଳେ ନକ୍ସଲମାନେ ତାଙ୍କ ଉପରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ । ଏହି ଆକ୍ରମଣରେ କଂଗ୍ରେସର ତତ୍କାଳୀନ ରାଜ୍ୟ ସଭାପତି ନନ୍ଦ କୁମାର ପଟେଲଙ୍କ ସମେତ 27 ଜଣ ପ୍ରାଣ ହରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details