ଓଡିଶା

odisha

ETV Bharat / bharat

କହ୍ନେୟାଲାଲ୍‌ ସାହୁ ହତ୍ୟାକାଣ୍ଡ, ନବମ ଅଭିଯୁକ୍ତକୁ ଗିରଫ କଲା NIA

କହ୍ନେୟାଲାଲ୍‌ ସାହୁଙ୍କ ନିର୍ମମ ହତ୍ୟାକାଣ୍ଡରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି NIA । ଏପର୍ଯ୍ୟନ୍ତ ୯ ଅଭିଯୁକ୍ତଙ୍କୁ ଗିରଫ ହୋଇ ସାରିଲେଣି । ଅଧିକ ପଢ଼ନ୍ତୁ

କହ୍ନେୟାଲାଲ୍‌ ସାହୁ ହତ୍ୟାକାଣ୍ଡ, ନବମ ଅଭିଯୁକ୍ତକୁ ଗିରଫ କଲା NIA
କହ୍ନେୟାଲାଲ୍‌ ସାହୁ ହତ୍ୟାକାଣ୍ଡ, ନବମ ଅଭିଯୁକ୍ତକୁ ଗିରଫ କଲା NIA

By

Published : Aug 12, 2022, 5:17 PM IST

ଜୟପୁର:ରାଜସ୍ଥାନ ମାଲ୍‌ଦାସ ଅଞ୍ଚଳରେ ଜଣେ ଟେଲର୍‌ କହ୍ନେୟାଲାଲ୍‌ ସାହୁଙ୍କ ନିର୍ମମ ହତ୍ୟାକାଣ୍ଡରେ ଆଉ ଜଣେ ଅଭିଯୁକ୍ତକୁ ଧରିଛି ଜାତୀୟ ତଦନ୍ତାକାରୀ ସଂସ୍ଥା (NIA) । ଏହି ଘଟଣାରେ ମୋଟ ୯ ଜଣ ଗିରଫ ହୋଇ ସାରିଲେଣି । ନବମ ଅଭିଯୁକ୍ତ ଘଟଣା ସହ ପରୋକ୍ଷ ଭାବରେ ଜଡ଼ିତ ଥିବା ନେଇ ସୂଚନା ଦେଇଛି NIA ।

ଗିରଫ ଅଭିଯୁକ୍ତ ରାଜସ୍ଥାନ ପ୍ରତାପଗଡ଼ ଜିଲ୍ଲାର ମୁସ୍‌ଲିମ୍‌ ଖାନ୍‌ ବୋଲି ଜଣା ପଡ଼ିଛି । ସୋସିଆଲ ମିଡିଆରେ ନୂପୁର ଶର୍ମାଙ୍କ ସପକ୍ଷରେ ଏକ ପୋଷ୍ଟ ସେୟାର କରିବାରୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ କହ୍ନେୟାଲାଲ୍‌ଙ୍କୁ ଦିନ ଦ୍ବିପ୍ରହରରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ଘଟଣାରେ ଜୁନ୍‌ ୨୯ ତାରିଖରେ ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିଲେ । ଜୁଲାଇ ୧, ୪, ୯ ଓ ୨୧ ତାରିଖରେ ୮ ଜଣ ଅଭିଯୁକ୍ତଙ୍କୁ ଯଥାକ୍ରମେ ଗିରଫ କରାଯାଇଥିଲା । ଏହାପରେ ଅଗଷ୍ଟ ୧୦ ତାରିଖରେ ଘଟଣାର ନବମ ଅଭିଯୁକ୍ତ ଗିରଫ ହୋଇଛି ।

ଅନ୍ୟ ଏକ ନିର୍ଦ୍ଦିଷ୍ଟ ସମୁଦାୟ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା ପାଇଁ କହ୍ନେୟାଲାଲ୍‌ ସାହୁଙ୍କ ହତ୍ୟା ଅଭିଯୁକ୍ତ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏଥିରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନୂପୁର ଶର୍ମାଙ୍କୁ ହତ୍ୟା କରିବାକୁ ଧମକ ଦେବାକୁ ପଛାଇ ନଥିଲେ । ଜୁନ୍‌ ୨୮ ତାରିଖରେ ଏହି ଘଟଣା ଘଟିଥିଲା । ଏହାପରେ କହ୍ନେୟାଲାଲ୍‌ ସାହୁଙ୍କ ପୁଅ ୟସ୍‌ ଲାଲ୍‌ ଏହାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details