ଓଡିଶା

odisha

ETV Bharat / bharat

କାବୁଲରୁ ଫେରୁଛନ୍ତି ଆଉ 85 ଭାରତୀୟ - କାବୁଲରେ ଭାରତୀୟ ବାୟୁ ସେନାର ରେସ୍କ୍ୟୁ ଅପରେସନ

ଆଫଗାନିସ୍ତାନରୁ ଭାରତ ଫେରୁଛନ୍ତି ଆଉ 85 ଭରତୀୟ। ବାୟୁସେନାର ସ୍ବତନ୍ତ୍ର ବିମାନ IAF C-130Jରେ ଦିଲ୍ଲା ଅଭିମୁଖେ ଉଡାଣ ଆରମ୍ଭ । ଅଧିକ ପଢନ୍ତୁ...

କାବୁଲରୁ ଫେରୁଛନ୍ତି ଆଉ 85 ଭାରତୀୟ
କାବୁଲରୁ ଫେରୁଛନ୍ତି ଆଉ 85 ଭାରତୀୟ

By

Published : Aug 21, 2021, 3:58 PM IST

ନୂଆଦିଲ୍ଲୀ: ଆଫଗାନରେ ତାଲିବାନର ବର୍ବରତା ଜାରି ରହିଥିବାବେଳେ ସେଠାରେ ଫସିଥିବା ନାଗରିକଙ୍କୁ ଉଦ୍ଧାର କରିବା ଜାରି ରଖିଛନ୍ତି ବିଭିନ୍ନ ଦେଶ। ଭାରତ ଗତକିଛି ଦିନ ହେବ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବାବେଳେ ଆଜି ଫେରିଛନ୍ତି ଆଉ 85 ଭାରତୀୟ ନାଗରିକ । ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନ IAF C-130Jରେ କାବୁଲ ବିମାନବନନ୍ଦରୁ ଏମାନେ ଭାରତ ଅଭିମୁଖେ ଉଡାଣ ଆରମ୍ଭ କରିଛନ୍ତି। ଏହି ସ୍ବତନ୍ତ୍ର ବିମାନ ତାଜାକିସ୍ତାନରେ ଇନ୍ଧନ ଭରିବା ପାଇଁ ଅବତରଣ କରିବା ପରେ ପୁଣି ଦିଲ୍ଲୀ ଅଭିମୁଖେ ଉଡାଣ ଆରମ୍ଭ କରିବ । ଆଜି ସ୍ବଦେଶ ଫେରୁଥିବା ନାଗରକିଙ୍କ ମଧ୍ୟରେ 72 ଜଣ ଶିଖ ଥିବାବେଳେ ଅବଶିଷ୍ଟ ହିନ୍ଦୁ ନାଗରିକ ରହିଛନ୍ତି । ପୂର୍ବରୁ ଭାରତୀୟ ଦୂତାବାସ କର୍ମଚାରୀ ଓ ଅନ୍ଯ କୁଟନୀତିଜ୍ଞ ଅଧିକାରୀମାନେ ସୁରକ୍ଷିତ ସ୍ବଦେଶ ପ୍ରତ୍ଯାବର୍ତ୍ତନ କରି ସାରିଥିବାବେଳେ ଅନ୍ୟମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରଖିଛି ଭାରତୀୟ ବାୟୁ ସେନା।

କିଛି ଭାରତୀୟ ନାଗରିକଙ୍କୁ ତାଲିବାନୀ ଆତଙ୍କବାଦୀ ଅପହରଣ କରି ନେଇଥିବା ଚର୍ଚ୍ଚା ହେଉଥିବବେଳେ ଏହାକୁ ଖଣ୍ଡନ କରିଛନ୍ତି ଭାରତ ସରକାର। ଆଫଗାନରେ ଫସିଥିବା ନାଗରିକ ସୁରକ୍ଷିତ ଅଛନ୍ତି ଓ ସ୍ବଦେଶ ଫେରାଇବା ପ୍ରକ୍ରିୟା ଜାରି ରହିଥିବା ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେହିପରି ସମସ୍ତଙ୍କୁ ସୁରକ୍ଷିତ ଫେରାଇ ଅଣାଯିବା ନେଇ ସ୍ବତନ୍ତ୍ର ଅପରେସନ ଚାଲିଥିବା ସୂଚନା ଦେଇଛନ୍ତି ସରକାର।

ତେବେ ଆଫଗାନିସ୍ତାନରେ ବିଭିନ୍ନ ଦେଶର ନାଗରିକ ବର୍ତ୍ତମାନ ସୁଦ୍ଧା ଫସି ରହିଥିବାବେଳେ ଏକାଧିକ ଦେଶ ରେସ୍କ୍ୟୁ ଅପରେସନ ଜାରି ରଖିଛନ୍ତି । କାବୁଲ ବିମାନବନ୍ଦରେ ଅଣାୟତଃ ପରିସ୍ଥିତି ସୃଷ୍ଟି ହେବା ଯୋଗୁଁ ବିମାନ ଉଡାଣ ମଧ୍ୟ ବିଳମ୍ଭ ହେଉଛି । ବର୍ତ୍ତମାନ କାବୁଲ ବିମାନବନ୍ଦର ଆମେରିକା ସେନା ନିୟନ୍ତ୍ରଣରେ ରହିଛି । ବିଭିନ୍ନ ଦେଶର ବିମାନ ନିଜ ନାଗରିକଙ୍କୁ ଧରି ନିଜ ଦେଶ ଅଭିମୁଖେ ଉଡାଣ ଆରମ୍ଭ କରିଛନ୍ତି। ଅନ୍ୟପଟେ ତାଲିବାନ ଆତଙ୍କୀମାନେ କାବୁଲରେ ସରକାର ଗଠନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିସାରିଛନ୍ତି । ସଂଗଠନର ସର୍ବୋଚ୍ଚ ନେତା ତଥା ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ୍ଲ ଘନି ବାରାଦାର ଆଜି ରାଜଧାନୀ କାବୁଲରେ ପହଞ୍ଚି ସରକାର ଗଠନ ନେଇ ଅନ୍ୟ ନେତାମାନଙ୍କ ସହ ଆଲୋଚନା ଆରମ୍ଭ କରିଥିବା ସୂଚନା ରହିଛି ।

@ANI

ABOUT THE AUTHOR

...view details