ନୂଆଦିଲ୍ଲୀ: କୃଷକ ବିରୋଧକୁ ସମର୍ଥନ କରି ମୁହଁ ଖୋଲିଛନ୍ତି ବରିଷ୍ଠ ସମାଜସେବୀ ଆନ୍ନା ହଜାରେ । ଖୁବଶୀଘ୍ର ଯଦି ଏହି କୃଷକମାନଙ୍କର ଦାବି ପୂରଣ ଦିଗରେ ସରକାର ପଦକ୍ଷେପ ନ ନିଅନ୍ତି, ତେବେ ଜନ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ଆନ୍ନା ହଜାରେ ।
ଜନ ଲୋକ ପାଳ ବିଲ ଦାବିରେ ତାଙ୍କ ଦ୍ବାରା କରାଯାଇଥିବା ଜନ ଆନ୍ଦୋଳନ ସାରା ଦେଶରେ ହଲଚଲ ସୃଷ୍ଟି କରିଥିଲା । ତେବେ ବର୍ତ୍ତମାନର ନୂଆ କୃଷି ଆଇନ ଓ ଏହାକୁ ବିରୋଧ କରି ଦେଶବ୍ୟାପୀ ସୃଷ୍ଟି ହୋଇଥିବା କୃଷକ ଅଶାନ୍ତିକୁ ନେଇ ଆନ୍ନା କହିଛନ୍ତି ଯେ କୃଷକ ପ୍ରସଙ୍ଗ ଖୁବ ଶୀଘ୍ର ସମାଧାନ ହେବା ଆବଶ୍ୟକ । ସରକାର ଖୁବ ଶୀଘ୍ର ଚାଷୀଙ୍କ ଦାବି ମାନିବା ଦିଗରେ ବିଚାର ଆରମ୍ଭ କରିବାର ଆବଶ୍ୟକତା ରହିଛି ।