ଓଡିଶା

odisha

By ETV Bharat Odisha Team

Published : Nov 6, 2023, 9:41 PM IST

ETV Bharat / bharat

Chhattisgarh poll: ରାଜସ୍ବ ମାନଚିତ୍ରରେ ବିରଳ ଗ୍ରାମ, ଦୁଇ ବିଧାୟକଙ୍କୁ ଦେଉଛନ୍ତି ଭୋଟ

ଛତିଶଗଡର ବିରଳ ଗ୍ରାମ । ଭୋଗଳିକ ଅବସ୍ଥିତି ଦେଇଛି ରାଜନୈତିକ କ୍ଷେତ୍ରରେ ଭିନ୍ନ ପରିଚୟ । ଗାଁ ଗୋଟିଏ, ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦେଉଛନ୍ତି ଭୋଟ । ଅଧିକ ପଢନ୍ତୁ

ରାଜସ୍ବ ମାନଚିତ୍ରରେ ବିରଳ ଗ୍ରାମ, ଦୁଇ ବିଧାୟକଙ୍କୁ ଦେଉଛନ୍ତି ଭୋଟ
ରାଜସ୍ବ ମାନଚିତ୍ରରେ ବିରଳ ଗ୍ରାମ, ଦୁଇ ବିଧାୟକଙ୍କୁ ଦେଉଛନ୍ତି ଭୋଟ

ରାୟପୁର: ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେବାକୁ ଥିବା ଛତିଶଗଡର ଏକ ଗ୍ରାମକୁ ନେଇ ଏବେ ବେଶ ଚର୍ଚ୍ଚା । କାରଣ ଏହି ଗ୍ରାମର ଅବସ୍ଥିତି ଏମିତି ଯେ, ଦୁଇଟି ବିଧାନସଭା କ୍ଷେତ୍ରରେ ଏହି ଗ୍ରାମର ଗ୍ରାମବାସୀ ନିଜ ମତାଧିକାର ସାବ୍ୟସ୍ତ କରିଆସୁଛନ୍ତି । ଗ୍ରାମଟି ହେଉଛି ଦୁର୍ଗ ଓ ରାଜନନ୍ଦଗାଓଁ ଜିଲ୍ଲା ମଧ୍ୟରେ ଥିବା ‘ଅଞ୍ଜୋରା’ ଗ୍ରାମ । ରାଜ୍ୟ ରାଜସ୍ବ ମାନଚିତ୍ରରେ ଏହି ଗ୍ରାମର ଭୌଗଳିକ ଅବସ୍ଥିତି ହିଁ ଏହାକୁ ରାଜନୈତିକ ଭାବେ ବେଶ ଚର୍ଚ୍ଚିତ କରି ଆସିଛି । ପ୍ରତ୍ୟେକ ବର୍ଷ ବିଧାନସଭା ନିର୍ବାଚନରେ ଏହି ଗ୍ରାମର ଗ୍ରାମବାସୀ ଦୁଇଟି ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେଇଆସୁଛନ୍ତି ।

ଏହି ଗ୍ରାମକୁ ଏକ ମୁଖ୍ୟ ରାସ୍ତା ଦୁଇଟି ନିର୍ବାଚନ ମଣ୍ଡଳୀ ମଧ୍ୟରେ ବିଭକ୍ତ କରିଛି । ଗ୍ରାମର ଗୋଟିଏ ବିଭାଜିତ ଅଂଶ ରାଜନନ୍ଦଗାଓଁ ନିର୍ବାଚନ କ୍ଷେତ୍ରରେ ଆସୁଥିବା ବେଳେ ଅବଶିଷ୍ଟ ଅଂଶଟି ଦୁର୍ଗ-ଗ୍ରାମୀଣ ବିଧାନସଭା କ୍ଷେତ୍ର ଅଧୀନରେ ଆସୁଛି । ଏହି ଗ୍ରାମଟି ଦୁର୍ଗ ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ 10 କି.ମି ଦୂରରେ ଓ ମୁମ୍ବାଇ-ହାଓ୍ବଡାକୁ ସଂଯୋଗ କରୁଥିବା 53-ନମ୍ବର ଜାତୀୟ ରାଜପଥ କଡରେ ରହିଛି । ତେଣୁ ଏହି ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ସଂଯୋଗ କରୁଥିବା ଏହି ଗ୍ରାମଟି ଯୋଗାଯୋଗ ଦୃଷ୍ଟିରୁ ମଧ୍ୟ ବେଶ ଗୁରୁତ୍ବପୂର୍ଣ୍ଣ । ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଗ୍ରାମଟି ଗୋଟିଏ ରାଜସ୍ବ ଗ୍ରାମ ହୋଇଥିଲେ ସୁଦ୍ଧା ପ୍ରଶାସନିକ ଭାବେ ଦୁଇଟି ଗ୍ରାମପଞ୍ଚାୟତ ଅଧୀନରେ ରହିଛି । ଏହି ଦୁଇଟି ଗ୍ରାମପଞ୍ଚାୟତ ଦୁଇଟି ଭିନ୍ନ ବିଧାନସଭା କ୍ଷେତ୍ର ମଧ୍ୟରେ ଆସୁଛି । ଅଞ୍ଜୁରା ଗ୍ରାମପଞ୍ଚାୟତ ଓ ଅଞ୍ଜୁରା (ଖ) ମଧ୍ୟରେ ଏହି ଗ୍ରାମଟି ରହିଛି ।

ଏହା ମଧ୍ୟ ପଢନ୍ତୁ :- Winter Session Odisha Assembly: ଔପଚାରିକ ଭାବେ ଚାଲିଛି କି ବିଧାନସଭା !

ତେବେ ଚଳିତ ନିର୍ବାଚନ ପାଇଁ ଉଭୟ ବିଧାନସଭା ଆସନର ପ୍ରାର୍ଥୀ ଏହି ଗ୍ରାମରେ ଭୋଟ ପାଇଁ ପ୍ରଚାର କରିଛନ୍ତି । ଆସନ୍ତାକାଲି ଏହି ଗ୍ରାମର ବାସିନ୍ଦା ପ୍ରଥମ ପର୍ଯ୍ୟାୟରେ ରାଜନନ୍ଦଗାଓଁ ଆସନ ପାଇଁ ଭୋଟ ଦେବେ । ସେହିପରି 17 ତାରିଖରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ଭୋଟିଂରେ ମଧ୍ୟ ଗ୍ରାମବାସୀ ଦୁର୍ଗ-ଗ୍ରାମୀଣ ଆସନ ପାଇଁ ଭୋଟ ଦେବେ । ତେଣୁ କୁହାଯାଏ, ଏହି ଗ୍ରାମର ଗ୍ରାମବାସୀ ପ୍ରତ୍ୟେକ ବିଧାନସଭା ନିର୍ବାଚନରେ ଦୁଇଜଣ ବିଧାୟକ ନିର୍ବାଚିତ କରନ୍ତି । ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 20 ଟି ଆସନରେ ମତଦାନ ହେବାକୁ ଯାଉଛି । ମୋଟ 90 ଆସନରୁ ଅବଶିଷ୍ଟ 70 ରେ ଦ୍ବିତୀୟ ପର୍ଯ୍ୟାୟରେ ଭୋଟଗ୍ରହଣ ହେବ । ଆସନ୍ତାମାସ 3 ତାରିଖରେ ଜନାଦେଶ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details