ଓଡିଶା

odisha

ଭାଇଚାରାର ନିଆରା ନିଦର୍ଶନ, ଏକାଠି ରଥ ଟାଣିଲେ ହିନ୍ଦୁ-ମୁସଲିମ

By

Published : Jul 13, 2022, 9:30 AM IST

ଦେଶରେ ଅନେକ ଜାତି ଧର୍ମର ଲୋକ ବସବାସ କରୁଥିଲେ ବି ଭାଇଚାରାର ଅନନ୍ୟ ଉଦାହରଣ ରହିଛି । ସେମିତି କିଛି ଦେଖିବାକୁ ମିଳିଛି କର୍ଣ୍ଣାଟକର ତୁମୁକୁର ଅଞ୍ଚଳରେ । ଅଧିକ ପଢନ୍ତୁ

ଭଗବାନ ଅଜନେୟଙ୍କ ରଥ ଟାଣିଲେ ହିନ୍ଦୁ-ମୁସଲିମ
ଭଗବାନ ଅଜନେୟଙ୍କ ରଥ ଟାଣିଲେ ହିନ୍ଦୁ-ମୁସଲିମ

ବେଙ୍ଗାଲୁରୁ: ବିଭିନ୍ନତା ମଧ୍ୟରେ ଏକତା ଭରା ଆମ ଦେଶ ଭାରତ । ଦେଶରେ ଅନେକ ଜାତି ଧର୍ମର ଲୋକ ବସବାସ କରୁଥିଲେ ବି ଭାଇଚାରାର ଅନନ୍ୟ ଉଦାହରଣ ରହିଛି । ସେମିତି କିଛି ଦେଖିବାକୁ ମିଳିଛି କର୍ଣ୍ଣାଟକର ତୁମୁକୁର ଅଞ୍ଚଳରେ । ଅଞ୍ଜନେୟ ସ୍ବାମୀଙ୍କ ରଥତ୍ସବରେ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ମିଶି ରଥ ଟାଣିଥିବା ଦେଖିବାକୁ ମିଳିଛି ।

ଭଗବାନ ଅଞ୍ଜନେୟଙ୍କ ରଥ ଟାଣିଲେ ହିନ୍ଦୁ-ମୁସଲିମ

କର୍ଣ୍ଣାଟକର ଚିକ୍କାନାୟାକାଲାହାଲି ସହରରେ ଅଞ୍ଜନେୟ ସ୍ବାମୀଙ୍କ ରଥ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସହର ମଧ୍ୟରେ ଥିବା ମସଜିଦ ପାଖରେ ମୁସଲିମ ସମ୍ପ୍ରଦାୟ ଏକାଠି ହୋଇଥିଲେ । ରଥଟଣା ଯିବା ସମୟରେ ସେମାନେ ଅଜନେୟ ସ୍ବାମୀଙ୍କୁ ଦର୍ଶନ କରିବା ସହ ରଥଟଣାରେ ସାମିଲ ହୋଇଥିଲେ।

ଭଗବାନ ଅଞ୍ଜନେୟଙ୍କ ରଥ ଟାଣିଲେ ହିନ୍ଦୁ-ମୁସଲିମ

ଏହି ପର୍ବ ହାଲେୟୁରୁ ଅଞ୍ଜନେୟ ଏବଂ ଚିକ୍କନାୟକାନାହଲ୍ଲୀର ଟାଥାୟାଙ୍କର ଏକ ପ୍ରତୀକ । କାହିଁ କେଉଁ ଅମଳରୁ ମୁସଲିମ ସମ୍ପ୍ରଦାୟ ଅଞ୍ଜନେୟ ସ୍ବାମୀଙ୍କ ରଥତ୍ସବରେ ସାମିଲ ହୋଇ ଆସୁଛନ୍ତି । ଏହା ଏକ ଐତିହାସିକ ସ୍ଥାନ ଯେଉଁଠାରେ ହଗଲବାଡି ପନେଗାରୋ ଶାସନ କରିଥିଲେ । ନିକଟରେ ଦେଖାଯାଇଥିବା ହିଜାବ ବିବାଦ, ଅନ୍ୟ ସମୁଦାୟ ବ୍ୟାପାର ପ୍ରତିବନ୍ଧ, ହଲାଲ କଟ ଆଦି ଘଟଣା ଉଗ୍ର ରୂପ ଦେଖିବାକୁ ମିଳିଛି । ଏହି ସମୟରେ ମୁସଲିମଙ୍କର ଏହି ପୂଜାରେ ସାମିଲ ହେବା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ନିଶ୍ଚୟ ।

ABOUT THE AUTHOR

...view details