ଓଡିଶା

odisha

ETV Bharat / bharat

କୁକୁର କାମୁଡାରେ ଭାଙ୍ଗିଗଲା କଇଁଛର ଖୋଳପା, ୩ ଘଣ୍ଟା ଧରି ଅସ୍ତ୍ରୋପଚାର ପରେ ଜୀବନ ବଞ୍ଚାଇଲେ ଡାକ୍ତର - କୁକୁର କାମୁଡାରେ ଭାଙ୍ଗିଗଲା କଇଁଛର ଖୋଳପା

ପଶୁ ଚିକିତ୍ସା କ୍ଷେତ୍ରରେ ବିରଳ ଅସ୍ତ୍ରୋପଚାର । ଟାଟୋ ନାମକ ଏକ କଇଁଛର ଖୋଳପା ଭାଙ୍ଗିଯିବାକୁ ଇସ୍ପାତ ତାର ସାହାଯ୍ୟରେ ଚିକିତ୍ସା କରି ଭଲ କରିଲେ ଡାକ୍ତର । ଅଧିକ ପଢନ୍ତୁ

Aligarh Turtle Toto
Aligarh Turtle Toto

By

Published : Mar 4, 2023, 2:08 PM IST

ଲକ୍ଷ୍ନୌ:କୁକୁର କାମୁଡାରେ ଭାଙ୍ଗିଗଲା କଇଁଛର ଉପର ଖୋଳପା । ତିନି ଘଣ୍ଟାର ବିରଳ ଅପରେସନ କରି ଜୀବନ ବଞ୍ଚାଇଲେ ଡାକ୍ତର । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର ଅଲୀଗଡରୁ । କଇଁଛର ବୟସ ୩ବର୍ଷ ହୋଇଥିବା ବେଳେ ଉଚ୍ଚ ଜାଗାରୁ ପଡିବା ସହ କୁକୁର କାମୁଡିବା କାରଣରୁ କଇଁଚର ଉପର ଖୋଳପାରେ ଫାଟ ସୃଷ୍ଟି ହୋଇଥିଲା । ଫଳରେ ରକ୍ତସ୍ରାବ ହେବା ଯୋଗୁଁ କଇଁଛ ଚଳପ୍ରଚଳ କରିବାରେ ଅସମର୍ଥ ହୋଇଥିଲା । ହେଲେ ଜିଲ୍ଲାର ଜଣେ ପ୍ରାଣୀ ଚିକିତ୍ସକ ଇସ୍ପାତ ତାରରେ ବାନ୍ଧି ଅସ୍ତ୍ରୋପଚାର କରି ଜୀବନ ବଞ୍ଚାଇଥିଲେ । ଏହାକୁ ବ୍ରାସିଜ ୟା ସ୍ଲିଣ୍ଟ କୁହାଯାଏ ।

ଏହା ମଧ୍ୟ ପଢନ୍ତୁ: Koustav Bagchi Arrested: ମମତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ କଂଗ୍ରେସ ନେତା ଗିରଫ

ତେବେ ଏନେଇ କାସିମପୁରରେ ରହୁଥିବା କଇଁଛ ମାଲିକ ସୁଧୀର କହିଛନ୍ତି, "ସେ ବିଗତ ୩ ବର୍ଷ ଧରି ଆଲିଗଡ କଇଁଛ ରଖିଛନ୍ତି । ଯାହାକୁ ସେ ପ୍ରେମରେ ଟଟୋ ବୋଲି ଡାକୁଥିଲେ । ହେଲେ ଗତ ଏକ ମାସରେ ପୂର୍ବରୁ ଟଟୋ ଆକ୍ବରିୟମରୁ ତଳେ ପଡିଯାଇଥିଲା । ସେହି ସମୟରେ କୁକୁର ତଳେ ରହିଥିବା ବେଳେ ଟଟୋ ଉପରେ ମାଡି ବସିଥିଲା । ଫଳରେ ଖୋଳପାରେ ଫାଟ ହୋଇଥିଲା । ଏହାପରେ ସେ ପାଣିରେ କିମ୍ବା ବାହାରେ ରହିପାରୁନଥଲା । କିଛିଦିନ ପରେ ସଂକ୍ରମଣ ବ୍ୟାପିଯାଇଥିଲା । ଏହାପରେ ସେ ପଶୁ ଚିକିତ୍ସକଙ୍କୁ ନେଇ ଦେଖାଇଥିଲେ । କଇଁଛର ଖୋଳପା ତାଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ଏହା ଶରୀରର ଅନ୍ତରୀଣ ଅଙ୍ଗକୁ ସୁରକ୍ଷା ଦେବା ସହ ଶରୀରର ତାପମାତ୍ରାକୁ ନିୟନ୍ତ୍ରିତ କରିଥାଏ । "

ଏହା ମଧ୍ୟ ପଢନ୍ତୁ: Antony Blinken India Visit: ଅଟୋରେ ବୁଲିଲେ ଆଣ୍ଟୋନି ବ୍ଲିଙ୍କେନ, ପିଇଲେ ମସଲା ଚା’

ଏନେଇ ପଶୁ ଚିକିତ୍ସକ ବର୍ଷୀୟ କହିଛନ୍ତି, "କଇଁଛକୁ ହସ୍ପିଟାଲ ଆଣିଲା ବେଳକୁ ଗଭୀର ଆଘାତ ଲାଗିଥିଲା । ଏହାପରେ ଆମେ ଗଭୀର ଅନୁଧ୍ୟାନ କରି ସ୍ଲିଣ୍ଟ ପଦ୍ଧତିରେ ଅସ୍ତ୍ରୋପଚାର କରିଥିଲୁ । ଯାହା ଆଜି ପର୍ଯ୍ୟନ୍ତ ଚିକିତ୍ସା କ୍ଷେତ୍ରରେ ହୋଇନାହିଁ । ୩ ଘଣ୍ଟା ଧରି ଇସ୍ପାତ ତାରରେ ଅସ୍ତ୍ରୋପଚାର କରାଯାଇଥିଲା । ବଙ୍କା ଦାନ୍ତକୁ ବାନ୍ଧିଲା ଭଳି କଇଁଛର ଖୋଳପାକୁ ବନ୍ଧାଯାଇଥିଲା । 25 ଦିନ ପରେ ଟଟୋ ପୁରା ଭଲ ହୋଇଯାଇଥିବା ବେଳେ ବର୍ତ୍ତମାନ ଆରମରେ ବିଚରଣ ମଧ୍ୟ କରିପାରୁଛି । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details