ମୁମ୍ବାଇ:ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ୧୦୦ କୋଟି ଟଙ୍କା ଠକେଇ ମାମଲାରେ ତଦନ୍ତ ଜାରି ରଖିଛି ସିବିଆଇ । ଏହି ଘଟଣାରେ ସମ୍ପୃକ୍ତ ଓକିଲ ଓ ସିବିଆଇ ସବ-ଇନ୍ସପେକ୍ଟର ଅଭିଷେକ ତିୱାରୀଙ୍କୁ ସିବିଆଇ ଗିରଫ କରିଛି ।
ଗତକାଲି (ବୁଧବାର) ସିବିଆଇ ଅନିଲ ଦେଶମୁଖଙ୍କ ଜ୍ବାଇଁ ଗୌରବ ଚତୁର୍ବେଦ୍ଦୀ ଏବଂ ଓକିଲଆନନ୍ଦ ଦାଗାଙ୍କୁ ସିବିଆଇ ବିନା କୌଣସି ନୋଟିସରେ ଗିରଫ କରିଥିଲା। ଏହାପରେ ଜ୍ବାଇଁ ଗୌରବ ଚତୁର୍ବେଦ୍ଦୀଙ୍କୁ ପୋଲିସ ପଚରାଉଚରା କରି ଛାଡିଦେଇଥିବାବେଳେ ଓକିଲ ଗିରଫ ହୋଇଥିଲେ । ତେବେ ଆବଶ୍ୟକ ପଡିଲେ ପୁନର୍ବାର ହାଜର ହେବାକୁ ପଡିବ ବୋଲି ସିବିଆଇ କହିଛି । ଏହି ମାମଲାରେ ରିପୋର୍ଟ ଲିକ ହେବା ନେଇ ଜ୍ବାଇଁ ଓ ଓକିଲଙ୍କୁ ପଚରାଉଚରା କରିଥିଲା ସିବିଆଇ ।