ମୁମ୍ବାଇ: ମୁମ୍ବାଇ ରାଜନୀତିରେ ଏବେ ତୁମ୍ଭିତୋଫାନ । ଭିନ୍ନ ମୋଡ ନେବାରେ ଲାଗିଛି ମୁମ୍ବାଇ ପୋଲିସ କମିଶନର ସଚିନ ୱାଜେଙ୍କ ଗିରଫ ଘଟଣା । ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ଗାଡି ଭର୍ତ୍ତି କାର ମିଳିବା ଓ ଏଥିରେ ସମ୍ପୃକ୍ତି ପାଇଁ ୱାଜେ ଗିରଫ ହୋଇଛନ୍ତି। ଏପଟେ ପୋଲିସ କମିଶନର ପରମବୀରଙ୍କ ଏକ ଚିଠି ମହାରାଷ୍ଟ୍ର ରାଜୀନିତରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଘଟଣା ଏମିତିକି ପୋଲିସ କମିଶନର ପଦରୁ ତଡା ଖାଇବା ପରେ ପରମବୀର ସିଂ, ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି, ଅନୀଲ ଦେଶମୁଖ ୱାଜେଙ୍କୁ ଦୁର୍ନୀତି ଓ ବଟି ଆଦାୟ ଭଳି କାର୍ଯ୍ୟ ପାଇଁ ଟାର୍ଗେଟ ଦେଉଥିଲେ। ତେବେ ଘଟଣାକୁ ଖଣ୍ଡନ କରିଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଓ ସେ ପରମବୀରଙ୍କ ନାଁରେ ମାନହାନୀ ମାମଲା ରୁୁଜୁ କରିବେ ବୋଲି କହିଛନ୍ତି।
ଘଟଣାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି ପରମବୀର ସିଂ। ସେ ସମ୍ପୂର୍ଣ୍ଣ ଘଟଣା ବିଷୟରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ତାଙ୍କ କହିବା ଅନୁସାରେ ବାର୍, ହୁକା ପାର୍ଲରରୁ ମାସକୁ 100 କୋଟି ଟଙ୍କା ବଟି ଆଦାୟ ପାଇଁ ଅନୀଲ ଦେଶମୁଖ ସଚିନ ୱାଜେଙ୍କୁ ଟାର୍ଗେଟ ଦେଇଥିଲେ।
ମୁମ୍ବାଇରେ ପ୍ରାୟ 1750 ବାର, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ଅଛି ଏବଂ ଯଦି ପ୍ରତ୍ୟେକରେ 2-3 ଲକ୍ଷ ଟଙ୍କା ଥାଏ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କଠାରୁ ସଂଗୃହିତ, ମାସିକ 40-50 କୋଟି ଟଙ୍କା ସଂଗ୍ରହ ହାସଲ ହୋଇଥାଏ ବୋଲି ଚିଠିରେ ଦର୍ଶାଯାଇଛି। ଏକଥା ୱାଜେ ନିଜେ ତାଙ୍କ ଆଗରେ ସ୍ବୀକାର କରିବା ପ୍ରକାଶ କରିଥିଲେ।