ଓଡିଶା

odisha

By

Published : Aug 7, 2022, 10:01 AM IST

ETV Bharat / bharat

ସୋଲାର ପାୱାର ପ୍ଲାଣ୍ଟ କରି ଆତ୍ମନିର୍ଭଶୀଳ ଅନିଲ, ଅନ୍ୟକୁ ଦେଉଛନ୍ତି ରୋଜଗାର

୩ ଶହ କିଲୋଓ୍ବାଟର ସୋଲାର ପାଓ୍ବାର ପ୍ଲାଣ୍ଟ ସ୍ଥାପନ କରି ଆତ୍ମନିର୍ଭଶୀଳ ହୋଇଛନ୍ତି ଉତ୍ତରାଖଣ୍ଡର ଯୁବକ ଅନିଲ ଭଟ୍ଟ । ଅନ୍ୟ ପାଇଁ ସାଜିଛନ୍ତି ପ୍ରେରଣା । ଅଧିକ ପଢନ୍ତୁ

ସୋଲାର ପାଓ୍ବାର ପ୍ଲାଣ୍ଟ କରି ଆତ୍ମନିର୍ଭଶୀଳ ଅନିଲ ଭଟ୍ଟ, ଅନ୍ୟକୁ ଦେଉଛନ୍ତି ରୋଜଗାର
ସୋଲାର ପାଓ୍ବାର ପ୍ଲାଣ୍ଟ କରି ଆତ୍ମନିର୍ଭଶୀଳ ଅନିଲ ଭଟ୍ଟ, ଅନ୍ୟକୁ ଦେଉଛନ୍ତି ରୋଜଗାର

ଡେରାଡୁନ:ଉତ୍ତରାଖଣ୍ଡର ପାହାଡି ଅଞ୍ଚଳର ଯୁବକଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ରାଜ୍ୟ ସରକାରଙ୍କ ଅନେକ ଯୋଜନା। କିନ୍ତୁ ଆତ୍ମନିର୍ଭରଶୀଳ ହେବା ପରିବର୍ତ୍ତେ ସହର ମୁହାଁ ହେଉଛନ୍ତି ଯୁବ ଗୋଷ୍ଠୀ । କିନ୍ତୁ ପାହାଡିଆ ଅଞ୍ଚଳରେ ରହୁଥିବା ଜଣେ ଯୁବକ ଏବେ ଆତ୍ମନିର୍ଭର ହେବା ସହ ଅନ୍ୟ ମାନଙ୍କୁ ରୋଜଗାର ମଧ୍ୟ ଦେଉଛନ୍ତି । ହାଲଡୱାନୀ ଆରଟିଓ ରୋଡ ପଞ୍ଚାୟତ ଘାଟର ବାସିନ୍ଦା ଅନିଲ ଭଟ୍ଟ । ଆତ୍ମନିର୍ଭରଶୀଳ ହେବା ଲକ୍ଷରେ ସେ ମୁଖ୍ୟମନ୍ତ୍ରୀ ସ୍ବରୋଜଗାର ଯୋଜନାରେ ୩ଶହ କିଲୋଓ୍ବାଟ ସୋଲାର ପାଓ୍ବାର ପ୍ଲାଣ୍ଟ (solar power plant) ସ୍ଥାପନ କରିଛନ୍ତି ।

ସୋଲାର ପାଓ୍ବାର ପ୍ଲାଣ୍ଟ କରି ଆତ୍ମନିର୍ଭଶୀଳ ଅନିଲ ଭଟ୍ଟ, ଅନ୍ୟକୁ ଦେଉଛନ୍ତି ରୋଜଗାର

ଏହି ପ୍ଲାଣ୍ଟରୁ ବିଦ୍ୟୁତ୍ ଉତ୍ପାଦନ କରି ସେ ଏବେ ବିଦ୍ୟୁତ୍ ବିଭାଗକୁ ବିଦ୍ୟୁତ୍ ବିକ୍ରୟ କରୁଛନ୍ତି । ଏନେଇ ଅନିଲ ଭଟ୍ଟ କହିଛନ୍ତି ଯେ, '' ଆତ୍ମନିର୍ଭରଶୀଳ ହେବା ପାଇଁ ମୁଁ ମୋ ଚାଷ ଜମିରେ ଏହି ପ୍ଲାଣ୍ଟ କରିଛି, ଏହା ଦ୍ବାରା ଅନ୍ୟ ମାନେ ମଧ୍ୟ କିଛି ରୋଜଗାର କରିପାରୁଛନ୍ତି । ବଣୁଆ ଜନ୍ତୁ ଯୋଗୁଁ ଫସଲକୁ ବହୁ କ୍ଷତି ସହିବାକୁ ପଡିୁଥିବାରୁ ଚାଷ ଜମିରେ ସୋଲାର ପାଓ୍ବାର ପ୍ଲାଣ୍ଟ ସ୍ଥାପନ କରିଛି '' ।

ଅନ୍ୟଙ୍କୁ ରୋଜଗାର ଦେଇଛନ୍ତି ଅନିଲ

ମୁଖ୍ୟମନ୍ତ୍ରୀ ସ୍ୱରୋଜଗାର ଯୋଜନା ଅଧୀନରେ ଆବେଦନ କରି ଉରେଡା(UREDA) ଏବଂ ଜିଲ୍ଲା ଉଦ୍ୟୋଗ କେନ୍ଦ୍ର ମାଧ୍ୟମରେ ବ୍ୟାଙ୍କରୁ ଋଣ ଆଣିଥିଲେ । ଏହାପରେ ନିଜ ଚାଷ ଜମିରେ ସୋଲାର ପାଓ୍ବାର ପ୍ଲାଣ୍ଟ ତିଆରି କରିଥିଲେ । ଏହି ଯୋଜନା ଅଧୀନରେ ସରକାର 30 ପ୍ରତିଶତ ସବସିଡି ମଧ୍ୟ ପ୍ରଦାନ କରିଛନ୍ତି । ବର୍ତ୍ତମାନ ସେ ସୋଲାର ପାଓ୍ବାର ପ୍ଲାଣ୍ଟ ମାଧ୍ୟମରେ ବିଦ୍ୟୁତ୍ ଉତ୍ପାଦନ କରି ଦେଢ ଲକ୍ଷରୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଦ୍ୟୁତ୍ ବିକ୍ରି କରୁଛନ୍ତି ।

ବିଦ୍ୟୁତ ବିଭାଗ ଅଧିକାରୀଙ୍କ ମତ

ବିଦ୍ୟୁତ୍ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଡିଡି ପାଙ୍ଗଟି କହିଛନ୍ତି ଯେ, '' ବର୍ତ୍ତମାନ ଲୋକମାନେ ସୋଲାର ପାଓ୍ବାର ପ୍ଲାଣ୍ଟ ବିଷୟରେ ଅବଗତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ସ୍ୱରୋଜଗାର ଯୋଜନାର ସୁଯୋଗ ନେଇ ହାଲଡୱାନି ବ୍ଲକ ଅନ୍ତର୍ଗତ ତିନିଜଣ ଯୁବକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି । ଯେଉଁଠାରେ ସେ ବିଦ୍ୟୁତ୍ ଉତ୍ପାଦନ କରି ବିଦ୍ୟୁତ୍ ବିଭାଗକୁ ବିଦ୍ୟୁତ୍ ବିକ୍ରି କରି ଆତ୍ମନିର୍ଭର ହୋଇପାରିଛନ୍ତି ''।

ABOUT THE AUTHOR

...view details