ଓଡିଶା

odisha

By

Published : May 25, 2022, 4:41 PM IST

ETV Bharat / bharat

ସୀମା ଟପିଲା ବର୍ବରତା: ଯନ୍ତାରେ ପଡିଲା ତଲରାପତରିଆ ବାଘ, ଜିଅନ୍ତା ଜାଳିଦେଲେ ଲୋକେ

ଉତ୍ତରାଖଣ୍ଡରେ ଅଭାବନୀୟ ଘଟଣା । ଯନ୍ତାରେ କଏଦ ତଲରାପତରିଆ ବାଘକୁ ବୀବନ୍ତ ଜାଳିଦେଲେ ଉତ୍ୟକ୍ତ ଲୋକେ । ବନ ବିଭାଗ କହିଲା ହେବ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ସୀମା ଟପିଲା ବର୍ବରତା: ପୀଞ୍ଜରାରେ କଏଦ ତଲରାପତରିଆ ବାଘକୁ ବୀବନ୍ତ ଜାଳିଦେଲେ ଉତ୍ୟକ୍ତ ଲୋକେ
ସୀମା ଟପିଲା ବର୍ବରତା: ପୀଞ୍ଜରାରେ କଏଦ ତଲରାପତରିଆ ବାଘକୁ ବୀବନ୍ତ ଜାଳିଦେଲେ ଉତ୍ୟକ୍ତ ଲୋକେ

ଡେରାଡୁନ:ଉତ୍ତରାଖଣ୍ଡର ଗରଓ୍ବଲ ଜିଲ୍ଲା ପୌଡିରେ ବର୍ବରତାର ସବୁ ସୀମା ଟପିଲେ ଉତ୍ୟକ୍ତ ଭିଡ । ଜଙ୍ଗଲରୁ ଧରା ପଡି ଯନ୍ତାରେ ବନ୍ଦଥିବା ଏକ କଲରାପତରିଆ ବାଘକୁ ପୋଡି ହତ୍ୟା କଲେ ଉତ୍ୟକ୍ତ ଗ୍ରାମବାସୀ । ବାଘଟି କାବୁ ହୋଇଥିବା ସୂଚନା ପାଇ ବନ ବିଭାଗ ଟିମ ପହଞ୍ଚିବା ପୂର୍ବରୁ ବାଘକୁ ଯନ୍ତା ଭିତରେ ପୋଡି ହତ୍ୟା କରାଯାଇଛି । ବନ ବିଭାଗ ଟିମ ବାଘର ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ପରେ ନଷ୍ଟ କରିଦେଇଥିବା ସୂଚନା ମିଳିଛି ।

ଘଟଣା ଅନୁସାରେ, ଉକ୍ତ ବାଘଟି କିଛି ଦିନ ହେବ ସ୍ଥାନୀୟ ଜଙ୍ଗଲରେ ଭୟର ବାତାବରଣ ଖେଳାଇଥିଲା । ଚଳିତ ମାସ 15 ତାରିଖରେ ଜଣେ ମହିଳା ବାଘ ଆକ୍ରମଣରେ ପ୍ରାଣ ହରାଇବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଲୋକଙ୍କ ଅଭିଯୋଗ ଆଧାରରେ ବାଘକୁ ଧରି ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଯନ୍ତା ବସାଇଥିଲା ବନ ବିଭାଗ । ବାଘଟି ଆଜି ଯନ୍ତାରେ ଧରା ପଡିବା ପରେ ବନ ବିଭାଗ ଟିମ ପହଞ୍ଚି ତାକୁ ଉଦ୍ଧାର କରିବା ପୂର୍ବରୁ ଉତ୍ୟକ୍ତ ଗ୍ରାମବାସୀ ଯନ୍ତା ଭିତରେ ହିଁ ବାଘଟିକୁ ପୋଡି ହତ୍ୟା କରିଛନ୍ତି ।

ଏପରି ଘଟଣା ପ୍ରଘଟ ହେବା ପରେ ପରିବେଶବିତମାନେ ଚିନ୍ତା ପ୍ରକଟ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସ୍ଥାନୀୟ ପ୍ରଶାସନ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଏପରି ବର୍ବରକାଣ୍ଡରେ ସାମିଲ ଥିବା ଗ୍ରାମବାସୀଙ୍କ ବିରୋଧରେ ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ବନ ବିଭାଗ ମଧ୍ୟ ସୂଚନା ଦେଇଛି । ତେବେ ବନ୍ୟପ୍ରାଣୀ ସୁରକ୍ଷା ନେଇ ସରକାରୀ ଓ ବେସରକାରୀ ସ୍ତରରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ସଚେତନତା ଅଭାବରୁ ଏପରି ଅଭାବନୀୟ ଘଟଣା ଘଟିବାକୁ ନେଇ ସବୁ ମହଲରେ ଉଦବେଗ ପ୍ରକାଶ ପାଇଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details