ହାଇଦ୍ରାବାଦ:ପତ୍ନୀ ବାପଘରକୁ ଚାଲିଯିବାରୁ ଉତକ୍ଷିପ୍ତ ହୋଇ ସ୍ବାମୀ ଭିଆଇଲା ନାରକୀୟ କାଣ୍ଡ । ନିଜ ଗୁପ୍ତାଙ୍ଗ କାଟି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି ସ୍ବାମୀ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିହାର ମାଧେପୁର ଅଞ୍ଚଳରେ । ସହରର ରଜନୀ ନଗର 17 ନମ୍ବର ୱାର୍ଡର ମୁରଲିଗଞ୍ଜ ଏରିଆରେ ରହୁଥିବା ଜଣେ ସ୍ଥାନୀୟ ଯୁବକ ନିଜ ପତ୍ନୀ ବାପଘରକୁ ଚାଲିଯିବାକୁ ନେଇ କ୍ରୋଧରେ ହିତାହିତ ଜ୍ଞାନ ଭୁଲି ଏପରି କାଣ୍ଡ କରିଛନ୍ତି । ପରିବାର ସଦସ୍ୟ ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ରାଜଧାନୀ ପାଟନା ସ୍ଥାନାନ୍ତରିତ କରାଯାଇଥିଲା । ଏବେ ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି ।
ପରିବାର ସଦସ୍ୟଙ୍କ ସୂଚନା ଅନୁଯାୟୀ, ଯୁବକଜଣଙ୍କ ପଞ୍ଜାବରେ ରହି କାମ କରୁଥିବା ବେଳେ ଗତ କିଛି ମାସ ହେବ ଘରକୁ ଆସିଥିଲେ । ସେ ଗତ କିଛି ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା । ତାଙ୍କର 3ଟି ଝିିଅ ଓ ଜଣେ ପୁତ୍ର ସନ୍ତାନ ମଧ୍ୟ ରହିଛନ୍ତି । ପରିବାର ଠିକ୍ ଭାବେ ଚାଲିଥିଲା । ତେବେ ସେ ଘରେ ନଥିବା ବେଳେ ତାଙ୍କୁ ନଜଣାଇ ତାଙ୍କ ପତ୍ନୀ ବାପଘରକୁ ଚାଲିଯାଇଥିଲେ । ଘରେ ପହଞ୍ଚି ପତ୍ନୀଙ୍କୁ ଖୋଜି ନପାଇବା ଓ ଘର ଲୋକଙ୍କୁ ଠାରୁ ପତ୍ନୀ ଏପରି କରିଥିବା ଜାଣିବା ପରେ ଯୁବକଜଣଙ୍କ କ୍ରୋଧିତ ହୋଇ ଉଠିଥିଲେ ।