ଅମରାବତୀ: ଆନ୍ଧ୍ରପ୍ରଦେଶରେ କୋରୋନାର ନୂଆ ଷ୍ଟ୍ରେନ ଦେଖାଯିବା ପରେ ରାଜ୍ୟରେ କୋରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟକୁ ଅକ୍ସିଜେନ ଯୋଗାଣ ପରିମାଣ 590କୁ ବୃଦ୍ଧି କରିବା ପରେ ଅଧିକ ଅକ୍ସିଜେନ ନିକଟସ୍ଥ ପ୍ଲାଣ୍ଟରୁ ଯୋଗାଇବା ପାଇଁ ସରକାର ଦାବି କରିଛନ୍ତି ।
ଆନ୍ଧ୍ରରେ ଚିହ୍ନଟ ହୋଇଥିବା କୋରୋନାର ନୂଆ ଷ୍ଟ୍ରେନ ଦ୍ରୁତ ଗତିରେ ସଂକ୍ରମଣ କରୁଛି । ଯାହାଫଳରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ 24 ଘଣ୍ଟାରେ କେନ୍ଦ୍ର ରାଜ୍ୟକୁ 490 ମେଟ୍ରିକ ଟନ ଅକ୍ସିଜେନ ଯୋଗାଇବା ସହିତ ଯୋଗାଣ ପରିମାଣକୁ 590 ମେଟ୍ରିକ ଟନକୁ ବୃଦ୍ଧି କରିଛି । ଏହାପରେ ରାଜ୍ୟକୁ ଯଥାଶୀଘ୍ର ନିକଟସ୍ଥ ଚେନ୍ନାଇ ଓ ବେଲାରି ପ୍ଲାଣ୍ଟରୁ ଅକ୍ସିଜନ ଯୋଗାଇବା ପାଇଁ ଆନ୍ଧ୍ର ସରକାର କେନ୍ଦ୍ରକୁ ଶନିବାର ଅନୁରୋଧ କରିଛନ୍ତି ।