ଓଡିଶା

odisha

ETV Bharat / bharat

ବସନ୍ତ ପଞ୍ଚମୀରେ ଅଜବ ଦୃଶ୍ୟ, 3 ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ସ୍ନାନ କରାଇଲେ ସାଧୁ - 3 ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ସ୍ନାନ କରାଇଲେ ସାଧୁ

ଉତ୍ତରାଖଣ୍ଡର ହର କି ପୌଡି ଘାଟରେ ଜଣେ ସାଧୁ 3 ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ଗଙ୍ଗା ସ୍ନାନ କରାଇଛନ୍ତି । ଅଧିକ ପଢନ୍ତୁ...

Andhra Pradesh resident Punnala Gaurishankar took ganga bath with photos of 3 Chief Ministers
ବସନ୍ତ ପଞ୍ଚମୀରେ ଅଜବ ଦୃଶ୍ୟ, 3 ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ସ୍ନାନ କରାଇଲେ ସାଧୁ

By

Published : Feb 16, 2021, 6:59 PM IST

ଡେରାଡୁନ: ମଙ୍ଗଳବାର ବସନ୍ତ ପଞ୍ଚମୀରେ ଉତ୍ତରାଖଣ୍ଡ ହରିଦ୍ବାରର 'ହର କି ପୌଡି' ଘାଟରେ ଶ୍ରଦ୍ଧାଳୁମାନେ ସ୍ନାନ କରିଥିବା ବେଳେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶର ଜଣେ ସାଧୁ ପୁନ୍ନାଲା ଗୌରୀଶଙ୍କର ଏହି ଘାଟରେ ପହଞ୍ଚି ବସନ୍ତ ପଞ୍ଚମୀରେ ସ୍ନାନ କରିବା ସହିତ ମଧ୍ୟ ତାଙ୍କ ସହିତ 3ଟି ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ଥିବା ପୋଷ୍ଟରକୁ ଗଙ୍ଗାରେ ସ୍ନାନ କରାଇଥିବା ଦେଖିବାକୁ ମିଳିଛି ।

ବସନ୍ତ ପଞ୍ଚମୀରେ ଅଜବ ଦୃଶ୍ୟ, 3 ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ସ୍ନାନ କରାଇଲେ ସାଧୁ

ମଙ୍ଗଳବାର ସାରା ଦେଶରେ ବସନ୍ତ ପଞ୍ଚମୀ ପର୍ବ ପାଳନ କରାଯାଉଥିବା ବେଳେ ସକାଳ ଠାରୁ ଭକ୍ତମାନେ ହରିଦ୍ବାରରେ ପବିତ୍ର ଗଙ୍ଗାରେ ବୁଡ଼ ପକାଉଛନ୍ତି । ଏହି ଅବସରରେ ସେଠାକୁ ଆନ୍ଧ୍ରପ୍ରଦେଶରୁ ଆସିଥିବା ଜଣେ ସାଧୁ ପୁନ୍ନାଲା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ପୋଷ୍ଟରକୁ ଗଙ୍ଗାନଦୀରେ ସ୍ନାନ କରାଇଛନ୍ତି ।

ତେବେ ଏଭଳି କାର୍ଯ୍ୟ ସମ୍ପର୍କରେ ପୁନ୍ନାଲାଙ୍କୁ ପଚାରିବା ପରେ ସେ କହିଛନ୍ତି ଯେ ଆଜି ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ଗଙ୍ଗା ନଦୀରେ ସ୍ନାନ କରିବା ସହିତ ମା' ସରସ୍ବତୀଙ୍କୁ ଆରାଧନା କରିବା ପରେ ସଦ୍‌ବୁଦ୍ଧିର ଆର୍ବିଭାବ ହୋଇଥାଏ । ତେବେ କୋରୋନା ମହାମାରୀ ସମୟରେ ଭାରତର ଅର୍ଥନୀତିରେ ପ୍ରଭାବ ପଡିଛି । ଏଣୁ ସେ 3 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଗଙ୍ଗା ସ୍ନାନ କରାଇ ସେମାନଙ୍କୁ ସଦ୍‌ବୁଦ୍ଧି ଦେବା ପାଇଁ ମା' ସରସ୍ବତୀଙ୍କୁ ପ୍ରାର୍ଥନା କରିଛନ୍ତି, ଯାହାଦ୍ବାରା ସେମାନେ ସଠିକ୍‌ ଭାବରେ ରାଜ୍ୟରେ କାର୍ଯ୍ୟ କରି ଦେଶରେ ଅର୍ଥନୀତିରେ ସୁଧାର ଆଣିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details