ଓଡିଶା

odisha

ETV Bharat / bharat

ବୀରାପାଣ୍ଡିଆନଙ୍କ ସମେତ ଆନ୍ଧ୍ରରେ 3 IAS ଅଫିସରଙ୍କୁ ଜେଲ୍‌ - ଆଇଏଏସ ଅଧିକାରୀଙ୍କୁ ଜେଲ

3 ଜଣ ଆଇଏଏସ ଅଧିକାରୀଙ୍କ ଜେଲ୍ ପଠାଇରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ । ପଢନ୍ତୁ କାହିଁକି

ଜେଲ୍ ଗଲେ 3 ଆଇଏଏସ ଅଧିକାରୀ
ଜେଲ୍ ଗଲେ 3 ଆଇଏଏସ ଅଧିକାରୀ

By

Published : May 7, 2022, 11:52 AM IST

Updated : May 7, 2022, 2:17 PM IST

ଅମରାବତୀ:ତିନି ଜଣ ଆଇଏଏସ(IAS) ଅଧିକାରୀଙ୍କୁ ଜେଲ୍ ପଠାଇଲେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ । ଅଦାଲତ ଅବମାନନା(contempt of court) ମାମଲାରେ କୋର୍ଟ ସେମାନଙ୍କୁ ଏକ ମାସ ଯାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ସମସ୍ତଙ୍କୁ 2 ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ମଧ୍ୟ ଦିଆଯାଇଛି ।ଏହି ପ୍ରଶାସନିକ ଅଧିକାରୀମାନେ ହେଉଛନ୍ତି ଆନ୍ଧ୍ର ପ୍ରଦେଶ ସରକାରରେ କୃଷି ବିଭାଗର ସ୍ବତନ୍ତ୍ର ମୁଖ୍ୟ ସଚିବ (Agriculture Dept Special Chief Secretary) ପୁନମ ମଲକୋନଡାଇଆ (Poonam Malakondaiah), କୃଷି ବିଭାଗର ସ୍ବତନ୍ତ୍ର କମିଶନର(Special Commissioner of Agriculture) ଏଚ୍‌ ଅରୁଣ କୁମାର ଏବଂ କୂର୍ନୁଲ ଜିଲ୍ଲାପାଳ ଜି ବୀରାପାଣ୍ଡିଆନ(G.Veerapandian) । କୋର୍ଟ ଆଦେଶ ଉଲ୍ଲଙ୍ଘନ କରିବା ମାମଲାରେ ବିଚାରପତି ବି ଦେବାନନ୍ଦ ଏହି ସଜ୍ଜା ଶୁଣାଇଛନ୍ତି ।

ସୂଚନା ଅନୁଯାୟୀ, 2019 ମସିହା ଅକ୍ଟୋବରରେ କୋର୍ଟ ଗ୍ରାମ୍ୟ କୃଷି ସହାୟକ (Grade-2) ପଦ ପାଇଁ ଆବେଦନକାରୀଙ୍କ ପ୍ରାର୍ଥୀତ୍ବ ଉପରେ ବିଚାର କରିବାକୁ ଏବଂ ଦୁଇ ସପ୍ତାହ ମଧ୍ୟରେ ଉପଯୁକ୍ତ ଆଦେଶ ପାସ୍ କରିବାକୁ ଏହି ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ କରିବାରେ ସେମାନେ ବିଫଳ ହେବାରୁ ଆବେଦନକାରୀ ସେମାନଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ ।

ଏହି ମାମଲା ଉପରେ ବିଚାର କରି ବିଚାରପତି କହିଥିଲେ ଯେ, ସମ୍ପୃକ୍ତ 3 IAS ଅଧିକାରୀ ଠିକ୍ ସମୟରେ କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାରେ ଅବହେଳା କରିଛନ୍ତି । ଯଦି କୌଣସି ସମସ୍ୟା ଥିଲା ତେବେ ସେମାନେ ସମୟ ଅବଧି ବଢାଇବା ପାଇଁ କୋର୍ଟରେ ଅପିଲ୍ କରିପାରିଥାନ୍ତେ । ମାତ୍ରେ ସେପରି କିଛି କରାଯାଇନାହିଁ । ତେଣୁ ଅଦାଲତ ଅବମାନନା ମାମଲାରେ ସମସ୍ତଙ୍କୁ ମାସକ ପାଇଁ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 7, 2022, 2:17 PM IST

ABOUT THE AUTHOR

...view details