ଓଡିଶା

odisha

By

Published : Aug 11, 2023, 10:52 PM IST

Updated : Aug 11, 2023, 11:00 PM IST

ETV Bharat / bharat

Margadarsi Chit Groups Case: ରେଜିଷ୍ଟ୍ରାରଙ୍କ ପବ୍ଲିକ୍ ନୋଟିସ ଉପରେ ଆନ୍ଧ୍ର ହାଇକୋର୍ଟଙ୍କ ସ୍ଥଗିତାଦେଶ

ମାର୍ଗଦର୍ଶୀ ଚିଟଫଣ୍ଡ ମାମଲାରେ ହସ୍ତକ୍ଷେପ କଲେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ । ରେଜିଷ୍ଟ୍ରାରଙ୍କ ଦ୍ବାରା ଜାରି ହୋଇଥିବା ସର୍ବସାଧାରଣ ନୋଟିସରେ ସ୍ଥଗିତାଦେଶ ଲଗାଇଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ:ମାର୍ଗଦର୍ଶୀ ଚିଟଫଣ୍ଡ ମାମଲାରେ ହସ୍ତକ୍ଷେପ କଲେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ । ରେଜିଷ୍ଟ୍ରାରଙ୍କ ଦ୍ବାରା ଜାରି ହୋଇଥିବା ସର୍ବସାଧାରଣ ନୋଟିସରେ ସ୍ଥଗିତାଦେଶ ଲଗାଇଛନ୍ତି ହାଇକୋର୍ଟ । ନୋଟିସରେ ମାର୍ଗଦର୍ଶୀ ଚିଟଫଣ୍ଡ ଗ୍ରୁପ୍‌କୁ ବନ୍ଦ କରିବା ନେଇ ନିଜର ପ୍ରତିକ୍ରିୟା ଜଣାଇବା ଲାଗି ଗ୍ରାହକଙ୍କୁ ଅପିଲ୍‌ କରାଯାଇଥିଲା । ତେବେ ରେଜିଷ୍ଟ୍ରାର ଜାରି କରିଥିବା ନିଲମ୍ବନ ଆଦେଶକୁ ଚ୍ୟାଲେଞ୍ଜ କରି ଆନ୍ଧ୍ର ପ୍ରଦେଶ ଉଚ୍ଚନ୍ୟାୟଳୟଙ୍କ ଦ୍ବାରସ୍ଥ ହୋଇଥିଲା ସଂସ୍ଥା । ତେବେ ଏହା ଉପରେ ଆଜି ଶୁଣାଣି କରି ହାଇକୋର୍ଟ ନୋଟିସର କାର୍ଯ୍ୟକାରିତାକୁ ସ୍ଥଗିତ ରଖିଛନ୍ତି ।

ଚିଟ୍‌ ରେଜଷ୍ଟ୍ରାର ଗ୍ରାହକଙ୍କୁ ସରକାରୀ ୱେବସାଇଟରେ ମାର୍ଗଦର୍ଶୀ ଚିଟଫଣ୍ଡ ବିରୋଧରେ ଆପତ୍ତି ଉଠାଇବା ଲାଗି କହିଥିଲେ । ଗତ ଜୁଲାଇ ୩୦ ତାରିଖରେ ଏହି ସାର୍ବଜନିକ ନୋଟିସ ଜାରି କରାଯାଇଥିଲା । ଏ ନେଇ ହିତାଧିକାରୀମାନେ ଚିନ୍ତା ପ୍ରକଟ କରିବା ପରେ ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ତେବେ ହାଇକୋର୍ଟଙ୍କ ଏହି ଆଦେଶ କେବଳ ନୋଟିସର କାର୍ଯ୍ୟକାରିତାକୁ ସ୍ଥଗିତ ରଖିବା ପର୍ଯ୍ୟନ୍ତ ସୀମିତ ନାହିଁ, ବରଂ ସାର୍ବଜନୀନ ନୋଟିସକୁ ନେଇ ନିଆଯିବାକୁ ଥିବା କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ରୋକ ଲଗାଇବ ।

ଏହା ବି ପଢନ୍ତୁ- Margadarsi Chit Groups Case: ରେଜିଷ୍ଟ୍ରାରଙ୍କ ନିଲମ୍ବନ ଆଦେଶକୁ ଆନ୍ଧ୍ର ହାଇକୋର୍ଟରେ ଚ୍ୟାଲେଞ୍ଜ କଲା ସଂସ୍ଥା

ଏହି ମାମଲାର ଶୁଣାଣି କରିବା ସମୟରେ ହାଇକୋର୍ଟଙ୍କ ଖଣ୍ଡପୀଠ ମାମଲାର ସମାଧାନ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଖଣ୍ଡପୀଠ ଘୋଷଣା କରିଥିଲେ ଯେ ପୂର୍ବରୁ ଗ୍ରାହକମାନଙ୍କ ଦ୍ବାରା ଦାଖଲ ହୋଇଥିବା ସମସ୍ତ ଆବେଦନଗୁଡିକର ସାମୁହିକ ଶୁଣାଣି କରାଯିବ । ସମସ୍ତ ଦୃଷ୍ଟିକୋଣ ଏବଂ ଆଇନଗତ ଯୁକ୍ତିଗୁଡ଼ିକର ପୁଙ୍ଖାନୁପୁଙ୍ଖ ଏବଂ ଯଥାର୍ଥ ବିଚାର କରାଯାଇ ନିଷ୍ପତ୍ତି ନିଆଯିବ ।

ସୂଚନା ଥାଉ କି ମାର୍ଗଦର୍ଶୀ ଚିଟଫଣ୍ଡ କମ୍ପାନୀର ଅଧିକୃତ ପ୍ରତିନିଧି ପି.ରାଜଜୀ ଚିଟ୍ ଗ୍ରୁପ ସମ୍ପର୍କରେ ଚଳିତ ବର୍ଷ ଜୁଲାଇ 30 ତାରିଖରେ ରେଜିଷ୍ଟ୍ରାର୍ ଅଫ୍ ଚିଟ୍ ଦ୍ବାରା ଜାରି କରାଯାଇଥିବା ଏକ ସାଧାରଣ ବିଜ୍ଞପ୍ତି ଆଧାରରେ ଚିଟ୍ ଗ୍ରୁପକୁ ସ୍ଥଗିତ ରଖିବାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆନ୍ଧ୍ରର ଗୁଣ୍ଟୁର, କ୍ରିଷ୍ଣା ଏବଂ ପ୍ରକାଶମ ଜିଲ୍ଲାର ଚିଟ୍ ଗୋଷ୍ଠୀ ମାମଲାରେ ଜାରି କରାଯାଇଥିବା ସର୍ବସାଧାରଣ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ତିନୋଟି ପୃଥକ ମକଦ୍ଦମା ଦାୟର କରାଯାଇଥିଲା । ମାର୍ଗଦର୍ଶୀ ଚିଟଫଣ୍ଡ ବିରୋଧରେ ରେଜିଷ୍ଟ୍ରାର ଜାରି କରିଥିବା ନିଲମ୍ବନ ଆଦେଶକୁ ଚ୍ୟାଲେଞ୍ଜ କରି ଆନ୍ଧ୍ର ପ୍ରଦେଶ ଉଚ୍ଚନ୍ୟାୟଳୟରେ ଦ୍ବାରସ୍ଥ ହୋଇଥିଲା ସଂସ୍ଥା । ତେବେ କୋର୍ଟ ଆଜି ଏହି ମାମଲାର ଶୁଣାଣି କରିଛନ୍ତି ।

Last Updated : Aug 11, 2023, 11:00 PM IST

ABOUT THE AUTHOR

...view details