ଓଡିଶା

odisha

ETV Bharat / bharat

୧୯ରେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ମାମଲା ରଦ୍ଦ ଆବେଦନର ପରବର୍ତ୍ତୀ ଶୁଣାଣି - ଚନ୍ଦ୍ରବାବୁ ନାଇଡୁ ଗିରଫ ମାମଲା

ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଚନ୍ଦ୍ରବାବୁ ନାଇଡୁ । ମାମଲା ରଦ୍ଦ ଆବେଦନର ପରବର୍ତ୍ତୀ ଶୁଣାଣି 19 ତାରିଖରେ । ଅଧିକ ପଢ଼ନ୍ତୁ

19 ରେ ଚନ୍ଦ୍ରବାବୁ ନାଇଡୁଙ୍କ ମାମଲା ରଦ୍ଦ ଆବେଦନର ପରବର୍ତ୍ତୀ ଶୁଣାଣି
19 ରେ ଚନ୍ଦ୍ରବାବୁ ନାଇଡୁଙ୍କ ମାମଲା ରଦ୍ଦ ଆବେଦନର ପରବର୍ତ୍ତୀ ଶୁଣାଣି

By ETV Bharat Odisha Team

Published : Sep 13, 2023, 3:49 PM IST

Updated : Sep 13, 2023, 4:38 PM IST

ଅମରାବତି:ଦୁର୍ନୀତି ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ମାମଲା ରଦ୍ଦ କରିବା ପାଇଁ କରିଥିବା ମାମଲାର ଶୁଣାଣି ଆଜି ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ହୋଇଛି । ତାଙ୍କ ବିରୋଧରେ ଜାରି ରହିଥିବା ମାମଲାକୁ ସମ୍ପୂର୍ଣ୍ଣ ଖାରଜ କରିବା ପାଇଁ ସେ ଆନ୍ଧ୍ର ହାଇକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ଆଜି ତାଙ୍କ ମାମଲାର ଶୁଣାଣି କରାଯାଇଥିଲା । ପରବର୍ତ୍ତୀ ତାରିଖ 19କୁ ଧାର୍ଯ୍ୟ କରାଯାଇଛି । 18 ତାରିଖ ପର୍ଯ୍ୟନ୍ତ ତଳ କୋର୍ଟ (ଏସିବି କୋର୍ଟ) ତଦନ୍ତକାରୀ ସଂସ୍ଥାର ରିମାଣ୍ଡ ଆବେଦନ ଉପରେ କୌଣସି ନିଷ୍ପତ୍ତି ଗ୍ରହଣ ନକରିବା ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ଚନ୍ଦ୍ରବାବୁ ନାଇଡୁଙ୍କ ମାମଲା ରଦ୍ଦ ଆବେଦନର ଶୁଣାଣି 11 ରେ

ଏବେ 14 ଦିନିଆ ବିଚାର ବିଭାଗୀୟ ଜେଲ୍‌ରେ ଅଛନ୍ତି ଚନ୍ଦ୍ରବାବୁ । ତାଙ୍କୁ ଏହି ମାମଲାରେ ଅଧିକ ଜେରା କରିବା ପାଇଁ ସିଆଇଡି ବିଜୟଓ୍ବାଡ଼ା ଏସିବି କୋର୍ଟରେ 5 ଦିନିଆ ରିମାଣ୍ଡ ଆବେଦନ କରିଛି । ତେବେ ଏହାପରେ ହାଇକୋର୍ଟରେ ହାଜର ହୋଇଛନ୍ତି । ତାଙ୍କ ବିରୋଧରେ ଜାରି ରହିଥିବା ମାମଲା ମିଥ୍ୟା ଓ ଏହାକୁ ଖାରଜ କରିବା ପାଇଁ ସେ ଆବେଦନରେ ଦର୍ଶାଇଛନ୍ତି । ଆଜି ଏହି ମାମଲାର ଶୁଣାଣି କରିଥିଲେ ।

ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଶନିବାର ଆନ୍ଧ୍ର ପ୍ରଦେଶ CID ଚନ୍ଦ୍ରବାବୁଙ୍କୁ ଗିରଫ କରିଥିଲା । ଏହି ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ ୨୦୨୧ ମସିହାରେ ମାମଲା ରୁଜୁ ହୋଇଥିଲା । ଏଥିରେ ପ୍ରାୟ ୨୫୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଶନିବାର ସକାଳ ୬ଟାରେ ରାଜ୍ୟ ସିଆଇଡି ବିଭାଗର ଟିମ୍‌ ତାଙ୍କୁ ନନ୍ଦାୟାଲାରୁ ଗିରଫ କରିଥିଲା । ପରେ ତାଙ୍କୁ ତଦନ୍ତକାରୀ ସଂସ୍ଥା କାର୍ଯ୍ୟାଳୟରେ ରଖିବା ସହ ପ୍ରାଥମିକ ଜେରା କରିଥିଲା । ତାଙ୍କୁ ଲିଗାଲ ଟିମ୍‌ ସହ ଯୋଗାଯୋଗ କରିବା ପାଇଁ ସୁଯୋଗ ଦେବାକୁ ଚନ୍ଦ୍ରବାବୁ ନାଇଡ଼ୁ ଅନୁରୋଧ ମଧ୍ୟ କରିଥିଲେ । ସଂଧ୍ୟାରେ ତାଙ୍କ ପରିବାର ସଦସ୍ୟ ତାଙ୍କୁ CID ମୁଖ୍ୟାଳୟରେ ଭେଟି ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- Chandrababu House Custody Petition: ଚନ୍ଦ୍ରବାବୁଙ୍କ ଗୃହବନ୍ଦୀ ଆବେଦନ ଖାରଜ

ରବିବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରିବା ସହ ତାଙ୍କୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଏହାପରେ ଆନ୍ଧ୍ର ରାଜନୀତିରେ ମଧ୍ୟ ତାତି ବଢ଼ିବାରେ ଲାଗିଛି । ଏହାକୁ ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟନୁଷ୍ଠାନ ଦର୍ଶାଇ ଚନ୍ଦ୍ରବାବୁଙ୍କ ପାର୍ଟି ତେଲଗୁ ଦେଶମ ପାର୍ଟି ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଇଥିଲା । ଧାରା 144 ଜାରି ସତ୍ତ୍ବେ ମଧ୍ୟ ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା । ଆଜି କୋର୍ଟ ଗୃହବନ୍ଦୀ ଆବେଦନ ମଧ୍ୟ ଖାରଜ କରିଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 13, 2023, 4:38 PM IST

ABOUT THE AUTHOR

...view details