ଓଡିଶା

odisha

By

Published : Nov 20, 2021, 11:47 AM IST

ETV Bharat / bharat

AP flash floods; ୧୭ ମୃତ, ଜଗନଙ୍କ ସହ କଥା ହେଲେ ମୋଦି

ଆନ୍ଧ୍ରପ୍ରଦେଶ (Andhra pradesh)ରେ ବର୍ଷା ତାଣ୍ଡବ । ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇ ୧୭ରୁ ଅଧିକ ଜଣଙ୍କ ମୃତ୍ୟୁ । ସ୍ଥିତି ସମ୍ପର୍କରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପିଏମ ମୋଦି (PM Modi) । ଅଧିକ ପଢନ୍ତୁ

ଆନ୍ଧ୍ରରେ ବର୍ଷା ବିତ୍ପାତ; ୧୭ ମୃତ, ଜଗନଙ୍କ ସହ କଥା ହେଲେ ମୋଦୀ
ଆନ୍ଧ୍ରରେ ବର୍ଷା ବିତ୍ପାତ; ୧୭ ମୃତ, ଜଗନଙ୍କ ସହ କଥା ହେଲେ ମୋଦୀ

ଅମରାବତୀ:ଆନ୍ଧ୍ରପ୍ରଦେଶର ବର୍ଷା ତାଣ୍ଡବ । ତୁହାକୁ ତୁହା ବର୍ଷା ଯୋଗୁଁ ଆନ୍ଧ୍ରର ବିଭିନ୍ନ ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଶୁକ୍ରବାର ରାଜ୍ୟରେ କଡପ୍ପା ଜିଲ୍ଲାରେ ହଠାତ୍ ବନ୍ୟା ଆସିବାରୁ ବ୍ୟାପକ ଜନଜୀବନ କ୍ଷୟକ୍ଷତି ଘଟିଛି । ବିଶେଷକରି କଡପ୍ପା, ଚିତ୍ତୁର ଓ ଅନନ୍ତପୁର ଏବଂ କନ୍ନୁର(Kurnool) ଜିଲ୍ଲାରେ ଜଳପ୍ରଳୟ ଦେଖାଦେଇଛି । ଏହିସବୁ ସ୍ଥାନରେ ଏବେସୁଦ୍ଧା ବହୁସଂଖ୍ୟକ ଲୋକ ନିଖୋଜ ହୋଇଯାଇଥିବାବେଳେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି (PM Modi) ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ(Jagan Mohan Reddy)ଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ଏବଂ ରାଜ୍ୟରେ ସୃଷ୍ଟି ବନ୍ୟାସ୍ଥିତି ସମ୍ପର୍କରେ ଯାଞ୍ଚ କରିଛନ୍ତି । ମୁଖ୍ୟମନ୍ତ୍ରୀ ପିଏମଙ୍କୁ ନେଲୋର, ଅନନ୍ତପୁର, YSR କଡପ୍ପା, ଏବଂ ଚିତ୍ତୋର ଜିଲ୍ଲାରେ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଭୟଙ୍କର ସ୍ଥିତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟରେ ନେଭି ହେଲିକପ୍ଟର ଗୁଡିକୁ ମୁତୟନ କରାଯାଇଥିବା ଜଗନ କହିଛନ୍ତି । ସେହିପରି ଆବଶ୍ୟକୀୟ ସମସ୍ତ ସହାୟତା କେନ୍ଦ୍ର ପକ୍ଷରୁ ରାଜ୍ୟକୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ଆଜି(ଶନିବାର) ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ(Jagan Mohan Reddy) ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡିକର ଅନୁଧ୍ୟାନ କରିଛନ୍ତି । ଅନନ୍ତପୁର ଏବଂ କଡପ୍ପା ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜିଲ୍ଲାରେ ଦୁଇଟି ଲେଖାଏଁ ହେଲିକପ୍ଟର ନିୟୋଜିତ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେବା ସହ ବର୍ଷା ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ଏବଂ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

@IANS

ABOUT THE AUTHOR

...view details